ଲାଞ୍ଚ ନେବାବେଳେ ଧରାପଡ଼ିଲେ
ବଲାଙ୍ଗୀର, ୧୩ ।୧୦: ଲାଞ୍ଚ ନେବା ଅଭିଯୋଗରେ ବଲାଙ୍ଗୀର ଜିଲା ସଇଁତଳା ରାଜସ୍ୱ ସର୍କଲର ରାଜସ୍ୱ ନିରୀକ୍ଷକ (ଆରଆଇ) ଆଲନ ବେହେରାଙ୍କୁ ଭିଜିଲାନ୍ସ ମାଡ଼ିବସିଛି । ଜଣେ ଆବେଦନକାରୀଙ୍କ କୃଷି ଜମିକୁ ଘରବାରି ଜମିରେ ପରିବର୍ତ୍ତନ ସମ୍ପର୍କିତ ମାମଲାରେ ଫିଲ୍ଡ ତଦନ୍ତ ରିପୋର୍ଟ ଦାଖଲ ଓ ଫାଇଲ ଆଗକୁ ବଢ଼ାଇବା ପାଇଁ ସେ ୩ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଧରାପଡ଼ିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।
ଭିଜିଲାନ୍ସର ସୂଚନା ଅନୁଯାୟୀ, ଅଭିଯୋଗକାରୀ ଜଣକ ସରକାରୀ ନିୟମ ଅନୁସାରେ ୭ ସେପ୍ଟେମ୍ବର ୨୦୨୬ରେ ଅନଲାଇନ୍ରେ ଆବେଦନ କରିଥିଲେ । ତେବେ ବାରମ୍ବାର ଅନୁରୋଧ ସତ୍ତେ୍୍ୱ ଆର୍ଆଇ ଆବେଦନ ପ୍ରକ୍ରିୟା ଆଗକୁ ବଢ଼ାଉନଥିବା ଅଭିଯୋଗ ହୋଇଛି । ଏହି କାମ କରିବା ସହ ଘରବାରି ଜମିର ରେକର୍ଡ ଅଫ ରାଇଟ୍ସ ଜାରି ପ୍ରକ୍ରିୟା ପାଇଁ ସେ ୬ ହଜାର ଟଙ୍କା ଦାବି କରିଥିବା ଅଭିଯୋଗକାରୀ ଭିଜିଲାନ୍ସକୁ ଜଣାଇଥିଲେ ।
ଅଭିଯୋଗକାରୀ ଏତେ ଟଙ୍କା ଦେବାକୁ ଅସମର୍ଥ ପ୍ରକାଶ କରିବାରୁ ଲାଞ୍ଚ ରାଶି ୩ ହଜାର ଟଙ୍କାକୁ କମାଇ ଦିଆଯାଇଥିବା ଅଭିଯୋଗ ହୋଇଛି । ଲାଞ୍ଚ ଦାବିରେ ଅସନ୍ତୁଷ୍ଟ ହୋଇ ଆବେଦନକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଏହାପରେ ଆଜି ଭିଜିଲାନ୍ସ ଟିମ ଜାଲ ବିଛାଇ ଆର୍ଆଇ ଆଲାନ ବେହେରାଙ୍କୁ ଅଭିଯୋଗକାରୀଙ୍କଠାରୁ ୩ ହଜାର ଟଙ୍କା ନେଉଥିବାବେଳେ ଧରିଥିବା ସୂଚନା ଦେଇଛି । ତାଙ୍କଠାରୁ ସମ୍ପୂର୍ଣ୍ଣ ଲାଞ୍ଚ ରାଶି ଜବତ କରାଯାଇଥିବା ମଧ୍ୟ କୁହାଯାଇଛି । ଟ୍ରାପ ପରେ ଆୟ ବର୍ହିଭୂତ ସମ୍ପତ୍ତି ସମ୍ପର୍କିତ ଦିଗରୁ ଆର୍ଆଇଙ୍କ ସହ ସମ୍ପୃକ୍ତ ଦୁଇଟି ସ୍ଥାନରେ ଏକକାଳୀନ ଯାଞ୍ଚ ଚାଲିଥିବା ଭିଜିଲାନ୍ସ ପକ୍ଷରୁ ଜଣାପଡ଼ିଛି । ଏହି ଘଟଣାରେ ସମ୍ବଲପୁର ଭିଜିଲାନ୍ସ ଡିଭିଜନ ଥାନାରେ କେସ ନମ୍ବର ୧୯/୨୦୨୬, ଦୁର୍ନୀତି ନିବାରଣ ଆଇନର ସଂଶୋଧିତ ଧାରା ୭ ଅନୁଯାୟୀ ମାମଲା ରୁଜୁ ହୋଇଛି । ଅଭିଯୁକ୍ତ ଆର୍ଆଇଙ୍କ ବିରୋଧରେ ତଦନ୍ତ ଜାରି ରହିଛି ।
ମୋହନଙ୍କ ବଡ଼ ନିଷ୍ପତ୍ତି : ବର୍ଷା ଜଳ ନିଷ୍କାସନ ପାଇଁ ୫ ଶହ କୋଟି
ଦକ୍ଷତା ବିକାଶ ଯୋଜନାକୁ ମଞ୍ଜୁରୀ ମତ୍ସ୍ୟ ସେବା କ୍ୟାଡ଼ର ପଦବୀ ବୃଦ୍ଧି ନୂଆଗଡ଼ ମତ୍ସ୍ୟ ବନ୍ଦର ବିଡ୍କୁ ମଞ୍ଜୁରୀ ଭୁବନେଶ୍ୱର, ୧୩ ।୧୦ : ଯୁବକ ଯୁବତୀଙ୍କୁ ଦକ୍ଷ କରିବା ପାଇଁ ମୋହନ ସରକାର ଦକ୍ଷତା ବିକାଶ ଯୋଜନା ଆରମ୍ଭ କରିବେ…








