ପୁଣି ଟେଷ୍ଟ କ୍ରିକେଟରେ ନମ୍ବର ଓ୍ଵାନ ବୋଲର ହେଲେ ବୁମରା

ନୂଆଦିଲ୍ଲୀ: ଭାରତୀୟ ବୋଲର ଯଶପ୍ରୀତ ବୁମରା ଟେଷ୍ଟ କ୍ରିକେଟରେ ପୁଣି ଥରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ବୁଧବାର ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ସଦ୍ୟତମ ଟେଷ୍ଟ ମାନ୍ୟତା ଜାରି କରିଛି । ଏଥିରେ ବୁମରା ଦକ୍ଷିଣ ଆଫ୍ରିକାର କାଗିସୋ ରାବଡା ଓ ଅଷ୍ଟ୍ରେଲିଆର ହେଜେଲଉଡଙ୍କୁ ପଛରେ ପକାଇ ଏକ ନମ୍ବର ସ୍ଥାନକୁ ଉଠିଛନ୍ତି ।

ସୂଚନା ଅନୁଯାୟୀ, ପର୍ଥ ଟେଷ୍ଟ ପୂର୍ବରୁ ବୁମରା ୩ୟ ସ୍ଥାନରେ ରହିଥିଲେ। ରବାଡ଼ା ପ୍ରଥମ ଏବଂ ହାଜେଲଉଡ ୨ୟ ସ୍ଥାନରେ ରହିଥିଲେ। ବର୍ତ୍ତମାନ ବୁମରା ୮୩୩ ପଏଣ୍ଟ ସହିତ ଶୀର୍ଷରେ ରହିଛନ୍ତି। ହାଜେଲଉଡ ୮୬୦ ପଏଣ୍ଟ ସହିତ ୩ୟ ଏବଂ ରବାଡ଼ା ୮୭୨ ପଏଣ୍ଟ ସହିତ ୨ୟ ସ୍ଥାନକୁ ଖସି ଆସିଛନ୍ତି।

ସେହିପରି ଟେଷ୍ଚ କ୍ରିକେଟରେ ବ୍ୟାଟିଂ ମାନ୍ୟତାରେ ବାମହାତୀ ବ୍ୟାଟର ଯଶସ୍ୱୀ ଜୟସ୍ୱାଲଙ୍କୁ ମଧ୍ୟ ଫାଇଦା ମିଳିଛି । ପର୍ଥ ଟେଷ୍ଟରେ ୧୬୧ ରନର ଶତକୀୟ ଇନିଂସ ଖେଳିଥିବା ଯଶସ୍ୱୀ ଜୟସ୍ୱାଲ ଦୁଇଟି ସ୍ଥାନ ଉପରକୁ ଉଠି ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି। ଏହା ପୂର୍ବରୁ ସେ ଚତୁର୍ଥ ସ୍ଥାନରେ ଥିଲେ। ପ୍ରଥମ ଟେଷ୍ଟରେ ଶତକ ଅର୍ଜନ କରିଥିବା ତାରକା ବ୍ୟାଟର ବିରାଟ କୋହଲି ନଅଟି ସ୍ଥାନ ଉନ୍ନତି ଘଟାଇ ୧୩ତମ ସ୍ଥାନକୁ ଉଠିଛନ୍ତି। କେଏଲ ରାହୁଲଙ୍କୁ ମଧ୍ୟ ପର୍ଥ ଟେଷ୍ଟର ଅର୍ଦ୍ଧଶତକୀୟ ଇନିଂସର ଫାଇଦା ମିଳିଛି । ରାହୁଲ ୧୩ଟି ସ୍ଥାନ ଉନ୍ନତି ଘଟାଇ ୪୯ତମ ସ୍ଥାନରେ ପହଞ୍ଚିଛନ୍ତି ।

  • Related Posts

    ରାଜ୍ୟସ୍ତରୀୟ କବାଡି ପ୍ରତିଯୋଗିତା ପାଇଁ ଖେଳାଳୀ ଚୟନ ଶିବିର

    ଦେବଗଡ଼:ଆସନ୍ତା ଅଗଷ୍ଟ ୧୩ ରୁ ୧୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ଵରରେ ୫୨ତମ ଜୁନିୟର ରାଜ୍ୟସ୍ତରୀୟ କବାଡି(କୋଡିଏ ବର୍ଷ ରୁ କମ ବାଳକ ଓ ବାଳିକା ବର୍ଗ)ପ୍ରତିଯୋଗିତା ଅନୁଷ୍ଠିତ ହେବ।ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଆଜି ଜିଲ୍ଲା କ୍ରୀଡା ସଂସଦ ପକ୍ଷରୁ…

    Continue reading
    ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଭାରତକୁ ପ୍ରଥମ ସ୍ବର୍ଣ୍ଣପଦକ ଜିତାଇଛନ୍ତି ମୀରାବାଈ ଚାନୁ

    ଗ୍ଲାସ୍‌ଗୋ : ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ସ୍ବର୍ଣ୍ଣପଦକ ଜିତାଇଛନ୍ତି ମୀରାବାଈ ଚାନୁ। ରବିବାର ମହିଳା ୪୮ କିଗ୍ରା ଭାରୋତ୍ତୋଳନ ବର୍ଗରେ ପ୍ରଥମ ସ୍ଥାନରେ ରହି ମୀରାବାଈ ସ୍ବର୍ଣ୍ଣପଦକ ଜିତି ପାରିଛନ୍ତି। ମଣିପୁରର ୩୨ ବର୍ଷ ବୟସ୍କା ମୀରାବାଈ ମୋଟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ