ଜମି ଦଲିଲ ପଞ୍ଜୀକରଣକୁ ମୌଖିକ ପ୍ରତ୍ୟାଖ୍ୟାନ କରିବା ବେଆଇନ : ହାଇକୋର୍ଟ

କଟକ : ଜମି ବିକ୍ରି ଦଲିଲ୍‌ ପଞ୍ଜୀକରଣକୁ ସବ୍‌-ରେଜିଷ୍ଟ୍ରାର ମୌଖିକ ଭାବେ ପ୍ରତ୍ୟାଖ୍ୟାନ କରିପାରିବେ ନାହିଁ। ପଞ୍ଜୀକରଣ ଆଇନ ୧୯୦୮ ଏବଂ ଓଡ଼ିଶା ପଞ୍ଜୀକରଣ ନିୟମ ୧୯୮୮ ଅନୁଯାୟୀ ଯେତେବେଳେ ପଞ୍ଜୀକରଣ ପାଇଁ କୌଣସି ଦଲିଲ ଉପସ୍ଥାପିତ ହୁଏ, ସେତେବେଳେ ଦଲିଲ୍‌ ଗ୍ରହଣ କରିବା ସବ୍‌-ରେଜିଷ୍ଟ୍ରାରଙ୍କ କର୍ତ୍ତବ୍ୟ। ଯଦି ଉକ୍ତ ଦଲିଲଟି ଆଇନ ଅନୁସାରେ ଠିକ ନାହିଁ, ତେବେ ସବ୍‌-ରେଜିଷ୍ଟ୍ରାର ଲିଖିତ କାରଣ ଦର୍ଶାଇ ସେହି ପଞ୍ଜୀକରଣ ଦଲିଲକୁ ଗ୍ରହଣ କରିବାକୁ ମନା କରିପାରନ୍ତି; ହେଲେ ମୌଖିକ ଭାବେ ଦଲିଲକୁ ପ୍ରତ୍ୟାଖ୍ୟାନ କରାଯାଇପାରିବ ନାହିଁ ବୋଲି ଓଡ଼ିଶା ହାଇକୋର୍ଟ କହିଛନ୍ତି। ଭଦ୍ରକ ବାସୁଦେବପୁର ସବ୍‌-ରେଜିଷ୍ଟ୍ରାର ସହମାଲିକ (କୋ-ସେୟାର)ଙ୍କ ସମ୍ମତି ନ ଥିବାରୁ ଏକ ଜମି ବିକ୍ରି କବଲା ପଞ୍ଜୀକରଣ କରିବାକୁ ମୌଖିକ ଭାବେ ମନା କରିଦେଇଥିଲେ। ଏ ସଂକ୍ରାନ୍ତରେ ରୁଜୁ ଏକ ମାମଲାର ଶୁଣାଣି କରି ବିଚାରପତି ଆନନ୍ଦ ଚନ୍ଦ୍ର ବେହେରା ରାୟ ପ୍ରକାଶ କରି ଆବେଦନକାରୀଙ୍କ ବିକ୍ରି କବଲା ଗ୍ରହଣ କରିବାକୁ ସବ୍‌-ରେଜିଷ୍ଟ୍ରାରଙ୍କୁ ନିର୍ଦେଶ ଦେଇଛନ୍ତି। ପଞ୍ଜୀକରଣ ସମ୍ପୂର୍ଣ୍ଣ ହେବା ପରେ ୩ ଦିନ ମଧ୍ୟରେ ଉକ୍ତ ଦଲିଲକୁ ଆବେଦନକାରୀଙ୍କୁ ଫେରାଇବାକୁ ଅଦାଲତ କହିଛନ୍ତି।
ମାମଲାରୁ ଜଣାଯାଇଛି ଯେ ଆବେଦନକାରୀ ପଦ୍ମିନୀ ବାରିକ ନିଜ ବିକ୍ରୟ ଦଲିଲ (ସେଲ୍ ଡିଡ୍‌) ପଞ୍ଜୀକରଣ କରିବା ପାଇଁ ଭଦ୍ରକ ଜିଲା ବାସୁଦେବପୁର ସବ୍‌-ରେଜିଷ୍ଟ୍ରାରଙ୍କୁ ଦେଇଥିଲେ; ହେଲେ ସବ୍‌-ରେଜିଷ୍ଟ୍ରାର ଉକ୍ତ ଦଲିଲକୁ ଗ୍ରହଣ କରି ନ ଥିଲେ। ସେ ମୌଖିକ ଭାବେ କହିଥିଲେ ଯେ କୋସେୟାରଙ୍କ ସମ୍ମତି ବିନା ଜମି ପଞ୍ଜିକରଣ ଦଲିଲ ଗ୍ରହଣ କରିବା ସମ୍ଭବ ନୁହେଁ। ଏହାକୁ ବିରୋଧ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସମ୍ପତ୍ତି ସ୍ଥାନାନ୍ତରଣ ଅଧିନିୟମ ୧୮୮୨ ଧାରା ୪୪ ଅନୁସାରେ କୋ-ସେୟାର ଜମିର ନିଜ ଅଂଶକୁ ଅନ୍ୟ ସମ୍ମତି ବିନା ବିକ୍ରୟ କରିପାରିବେ ବୋଲି ବ୍ୟବସ୍ଥା ରହିଥିବା ଅଦାଲତରେ ସ୍ପଷ୍ଟ ହୋଇଥିଲା। ମାମଲାରେ ଆବେଦନକାରୀ ରାଜ୍ୟ ସରକାର, ଆଇଜିଆର, ବାସୁଦେବପୁର ସବ୍-ରେଜିଷ୍ଟ୍ରାରଙ୍କୁ ପକ୍ଷଭୁକ୍ତ କରିଥିଲେ।

  • Related Posts

    ସାର୍ବଜନୀନ ଅଧିକାରର ସୁନିଶ୍ଚିତତା ଓ ଅନ୍ତର୍ଭୁକ୍ତୀକରଣ ସମାଜ ପାଇଁ ଓଡ଼ିଶା ସରକାରଙ୍କ ସହ ଟାଟା ଷ୍ଟିଲ ଫାଉଣ୍ଡେସନର ଏମଓୟୁ

    ଭୁବନେଶ୍ୱର,01।09: ଭୁବନେଶ୍ୱରର ରେଳ ଅଡିଟୋରିଅମରେ ସ୍ୱାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଟାଟା ଷ୍ଟିଲ ଫାଉଣ୍ଡେସନ ଓଡ଼ିଶା ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ବିଭାଗ (ଏଚଆଣ୍ଡୟୁଡିଡି) ସହିତ ଏକ…

    Continue reading
    ଗାଁରେ ବାଘ ପାଦଚିହ୍ନ : ସତର୍କ ସୂଚନା ଜାରି କଲା ବନବିଭାଗ

    ସୁନ୍ଦରଗଡ଼,01।09: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡ ଅନ୍ତର୍ଗତ ଘୋଷରା ଗାଁ ନିକଟ ପତ୍ରାପାଲି ଜଙ୍ଗଲରେ ରବିବାର ସକାଳେ ଏକ ବାଘର ପାଦଚିହ୍ନ ଦେଖିବାକୁ ମିଳିଛି। ପତ୍ରାପାଲି ଜଙ୍ଗଲରେ ରବିବାର ସକାଳେ ଏକ ବାଘର ପାଦଚିହ୍ନ ଦେଖିବାକୁ ମିଳିଛି। କିଛି ଲୋକ ଏହାକୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଖଣି ମାଲିକ ଘରେ ଇଡି ରେଡ୍ ୧୦କାର୍, ୩ ସୁପର ବାଇକ୍ ଓ କୋଟିଏ ଟଙ୍କାର ଗହଣା ଜବତ

    ସାର୍ବଜନୀନ ଅଧିକାରର ସୁନିଶ୍ଚିତତା ଓ ଅନ୍ତର୍ଭୁକ୍ତୀକରଣ ସମାଜ ପାଇଁ ଓଡ଼ିଶା ସରକାରଙ୍କ ସହ ଟାଟା ଷ୍ଟିଲ ଫାଉଣ୍ଡେସନର ଏମଓୟୁ

    ଗାଁରେ ବାଘ ପାଦଚିହ୍ନ : ସତର୍କ ସୂଚନା ଜାରି କଲା ବନବିଭାଗ

    ଚାକିରି ନାଁରେ ଘରୁ ଆଣି ଗଣଦୁଷ୍କର୍ମ ଅଭିଯୋଗ ଏକ ନାଟକ: ଉଦଳା ପୋଲିସ

    ଡ୍ରାଗନ ଏବଂ ହାତୀ ଏକା ସାଥୀରେ ରହିବା ଜରୁରୀ: ଜିନପିଙ୍ଗ

    ୨୦୨୬ ଏପ୍ରିଲ ସୁଦ୍ଧା ରାଜ୍ୟର ସମସ୍ତ ପୌରାଞ୍ଚଳକୁ ଗର୍ତ୍ତମୁକ୍ତ ହେବ : ମୁଖ୍ୟମନ୍ତ୍ରୀ