ରାଜଧାନୀର ୫ ସ୍ଥାନ ନୋ ଫ୍ଲାଇଂ ଜୋନ୍‌

ଭୁବନେଶ୍ବର : ଭୁବନେଶ୍ୱରରେ ତିନିଦିନିଆ ଡିଜିପି ସମ୍ମିଳନୀ ଅନୁଷ୍ଠିତ ହେବ। ଲୋକସଭା ଭବନ ସମ୍ମିଳନୀ କକ୍ଷରେ ୨୯ ତାରିଖରୁ ଏହି ସମ୍ମିଳନୀ ଚାଲିବ। ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଯୋଗଦେବେ। ପ୍ରଧାନମନ୍ତ୍ରୀ ୩ ଦିନିଆ ଓଡ଼ିଶା ଗସ୍ତକୁ ନେଇ କମିସନରେଟ ପୁଲିସ ପକ୍ଷରୁ ରାଜଧାନୀକୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି। ବିମାନ ବନ୍ଦରରୁ ରାଜଭବନ, ରାଜଭବନରୁ ଦଳୀୟ କାର୍ୟ୍ୟାଳୟ ଯାଏଁ ବ୍ୟାରିକେଡ କରାଯାଇଛି। ପ୍ରଧାନମନ୍ତ୍ରୀ ଗସ୍ତ କରିବାକୁ ଥିବା ସମସ୍ତ ରାସ୍ତାକୁ ବୋମା ନିଷ୍କ୍ରିୟକାରୀ ଦଳ ତନ୍ନତନ୍ନ କରି ଯାଞ୍ଚ କରୁଛନ୍ତି। ସନ୍ଧାନୀ କୁକୁର ଜରିଆରେ ମଧ୍ୟ ରାସ୍ତା, ସଭାସ୍ଥଳ, ବିମାନ ବନ୍ଦର ଅଞ୍ଚଳକୁ ଯାଞ୍ଚ କରାଯାଉଛି। ଏଥିସହ ୨୯ରୁ ଡିସେମ୍ବର ୧ ତାରିଖ ପର୍ୟ୍ୟନ୍ତ ସହରର ୫ଟି ସ୍ଥାନକୁ ନୋ ଫ୍ଲାଇଂ ଜୋନ୍‌ ଘୋଷଣା କରାଯାଇଛି। ବିମାନ ବନ୍ଦର, ଲୋକସେବା ଭବନ, ରାଜ୍ୟ ଅତିଥି ଭବନ, ରାଜଭବନ, ମୈତ୍ରୀବିହାର ଓ ଆଇପିଏସ୍‌ ମେସ୍‌ ସମେତ ଚନ୍ଦ୍ରଶେଖରପୁର ଅଞ୍ଚଳକୁ କମିସନରେଟ ପୁଲିସ ପକ୍ଷରୁ ନୋ ଫ୍ଲାଇଂ ଜୋନ୍‌ କରାଯାଇଛି। ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥାକୁ ପୁଲିସ ମହାନିର୍ଦେଶକ ୱାଇବି ଖୁରାନିଆ ପ୍ରତ୍ୟକ୍ଷ ଭାବେ ତଦାରଖ କରୁଛନ୍ତିି। ରାଜଧାନୀକୁ ସିସିଟିଭି ନଜରରେ ରଖାଯାଇଛି।

  • Related Posts

    ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର

    କୋଷାଗୁମୁଡ଼ା: ବୁଲା କୁକୁରର ଦୌରାତ୍ମ୍ୟ । ଘରେ ପଶି ଶୋଇଥିବା ଶିଶୁକୁ ଝୁଣି ଲହୁଲୁହାଣ କରିଦେଇଛି । ଶିଶୁର ମୁହଁ ସହ ଶରୀରର ବିଭିନ୍ନ ଅଂଶକୁ କାମୁଡ଼ି କ୍ଷତାକ୍ତ କରିଦେଇଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା…

    Continue reading
    ବଡ଼ ଭାଇକୁ ହତ୍ୟା କଲା ସାନ

    ବ୍ରଜରାଜନଗର: ଝାରସୁଗୁଡ଼ାଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ କୁଶ୍ରାଲୋଇ ଖପରପଡ଼ା ଗାଁରେ ଭାଇ ହାତରେ ଭାଇର ହତ୍ୟା ଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ଅଢାପଡା (ଖପରପଡ଼ା)ର ସୁଦର୍ଶନ ଓରାମ (୩୯) ଓ ଅଭିଯୁକ୍ତ ତାଙ୍କ ସାନ ଭାଇ କିଶୋର ଓରାମ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ