ମୁମ୍ବାଇ,30/08 : ଫିଲ୍ମ ‘କଲାମ: ଦ ମିସାଇଲ ମ୍ୟାନ୍ ଅଫ୍ ଇଣ୍ଡିଆ’ରେ ଭାରତର ପୂର୍ବତନ ରାଷ୍ଟ୍ରପତି ଦିବଂଗତ ଡ. ଏପିଜେ ଅବଦୁଲ କଲାମଙ୍କ ଭୂମିକାରେ ଦେଖିବାକୁ ମିଳିବେ ସାଉଥ୍ ଅଭିନେତା ଧନୁଷ । ଫିଲ୍ମର ନିର୍ଦ୍ଦେଶକ ଓମ୍ ରାଉତ କହିଛନ୍ତି, ଏହି ଚରିତ୍ରକୁ ଧନୁଷଙ୍କଠୁ ଭଲ ଆଉ କେହି କରିପାରିବେ ନାହିଁ । ସେ ଜଣେ ଚମତ୍କାର ଅଭିନେତା । ଫିଲ୍ମ ପାଇଁ ସେ ରାଜି ହେଲେ, ତାହା ସବୁଠୁ ଖୁସିର କଥା । ଧନୁଷଙ୍କ ସହ କାମ କରିବା ପାଇଁ ସେ ଖୁବ୍ ଉତ୍ସାହିତ । ଓମ୍ କହିଛନ୍ତି, ବାୟୋପିକ୍ ନିର୍ମାଣ କରିବାକୁ ସେ ଭଲପାଆନ୍ତି । କିନ୍ତୁ ଏହା ସହଜ କାମ ନୁହେଁ । ଜଣେ ବ୍ୟକ୍ତିଙ୍କ ଉପରେ ଫିଲ୍ମ ନିର୍ମାଣ କରିବା ଜଟିଳ କାମ । ଫିଲ୍ମରେ କ’ଣ ଦେଖାଯିବା ଉଚିତ୍ ଓ କ’ଣ ନୁହେଁ, ତାହା ସ୍ଥିର କରିବା ବହୁତ ଜରୁରି । ଅନେକ ସମୟରେ କିଛି ଖାସ୍ କଥା ଫିଲ୍ମରେ ନଥାଏ । ସେଥିପାଇଁ କାହାଣୀକୁ ଉଚିତ୍ ଓ ପ୍ରେରଣାଦାୟକ ଢଙ୍ଗରେ ପ୍ରସ୍ତୁତ କରିବା ଜରୁରି । ଡ. କଲାମଙ୍କୁ ସେ ନିଜର ପ୍ରେରଣା ବୋଲି କହିଛନ୍ତି । ତାଙ୍କ ପୁସ୍ତକ ଓମ୍ଙ୍କ ଜୀବନ ଉପରେ ଗଭୀର ପ୍ରଭାବ ପକାଇଛି । ତେଣୁ ତାଙ୍କ କାହାଣୀକୁ ପରଦାକୁ ଆଣିପାରିଲେ ଅଧିକରୁ ଅଧିକ ଲୋକ, ଖାସ୍କରି ଯୁବପିଢ଼ିଙ୍କୁ ପ୍ରେରଣା ମିଳିବ । ଫିଲ୍ମର ଫାର୍ଷ୍ଟଲୁକ୍ ଗତ ମେ’ରେ କାନ୍ ଫିଲ୍ମ ଫେଷ୍ଟିଭାଲ୍ରେ ରିଲିଜ୍ ହୋଇଥିଲା । ଧନୁଷଙ୍କ ଅପ୍କମିଙ୍ଗ ପ୍ରୋଜେକ୍ଟରେ ଅଛି ଆନନ୍ଦ ଏଲ. ରାଏଙ୍କ ‘ତେରେ ଇଶ୍କ ମେଁ’ ।
ଆପଣଙ୍କର ଏହିସବୁ ଅଭ୍ୟାସ ଡାକି ଆଣୁଛି ବିପଦ: ବେଳ ହୁଁ ସତର୍କ ରହି ଏଥିରୁ ନିବୃତ୍ତ ରୁହନ୍ତୁ
ଆଜିକାଲି ଅଧିକାଂଶ ଲୋକ ମାନସିକ ଦୁଶ୍ଚିନ୍ତା ରହୁଥିବାର ଦେଖାଯାଉଛି। ଫଳରେ ହୃଦରୋଗ ଭଳି ମାରାତ୍ମକ ସମସ୍ୟା ସୃଷ୍ଟି ହେଉଛି। କାରଣ ଆମର ଦୈନନ୍ଦିନ ଜୀବନ ଶୈଳୀରେ ଆମେ ଯାହା କରୁଛନ୍ତି ତାହାର ପ୍ରଭାବ ସିଧାସଳଖ ଆପଣଙ୍କ ମସ୍ତିଷ୍କ ଉପରେ ପଡ଼ୁଛି। ଆମେ…




