ସାଂସଦ ଓ ବିଧାୟକଙ୍କଠାରୁ ରିପୋର୍ଟ କାର୍ଡ ନେବେ ମୋଦି

ଭୁବନେଶ୍ୱର: ଶୁକ୍ରବାର ଅପରାହ୍ନ ୪ଟା ୧୫ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠାରେ ତାଙ୍କୁ ଦଳ ପକ୍ଷରୁ ଭବ୍ୟ ସ୍ୱାଗତ କରାଯିବ । ବିମାନବନ୍ଦର କ୍ୟାମ୍ପସ୍‌ ପାଖରେ ଏକ ସଭା କରିବେ ମୋଦି । ସେଠାରୁ ରାଜଭବନ ଯିବେ । ସନ୍ଧ୍ୟା ସାଢ଼େ ୬ଟାରେ ବିଜେପି ରାଜ୍ୟ କାର୍ୟ୍ୟାଳୟକୁ ଆସିବେ । ଦଳୀୟ ଅଫିସରେ ସାଂସଦ ଓ ବିଧାୟକଙ୍କଠାରୁ ରିପୋର୍ଟ କାର୍ଡ ନେବେ ମୋଦି । ଗତ ୫ ମାସରେ ସେମାନଙ୍କ ପ୍ରଦର୍ଶନ କିଭଳି ରହିଛି, ତାହା ସେ ପଚାରି ବୁଝିବେ ।

ମୋଦି ବିଜେପି କାର୍ୟ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ ପାରମ୍ପରିକ ନାଚ ଓ ଗୀତରେ ସ୍ୱାଗତ କରାଯିବ । କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସହ ବରିଷ୍ଠ ନେତାମାନେ ତାଙ୍କୁ ସ୍ୱାଗତ କରିବେ । ଏହାପରେ ସେ ସାଂସଦ, ବିଧାୟକଙ୍କ ସହ ଆଲୋଚନା କରିବେ । ରାଜ୍ୟରେ ନୂଆ ସରକାର ଗଢ଼ା ହେବା ପରେ ବିଧାୟକ ନିଜ ନିର୍ବାଚନମଣ୍ଡଳୀ ପାଇଁ କେଉଁ କେଉଁ କାମକୁ ପ୍ରାଥମିକତା ଦେଇଛନ୍ତି? ବିଧାୟକ ଭାବେ ସେମାନଙ୍କ ପ୍ରଦର୍ଶନ କିଭଳି ରହିଛି? ସମସ୍ତେ ମୋଦିଙ୍କୁ ନିଜ ରିପୋର୍ଟ କାର୍ଡ ଦେବେ । ଅନୁରୂପ ଭାବେ ସାଂସଦମାନେ ବି ସେମାନଙ୍କ ରିପୋର୍ଟ କାର୍ଡ ଧରାଇବେ । ଏହାପରେ ସରକାର କିଭଳି ଆହୁରି ଅଧିକ ଲୋକପ୍ରିୟ ହେବ ଓ ଦଳୀୟ ସଂଗଠନ କେମିତି ସୁଦୃଢ଼ ହେବ, ତା ଉପରେ ସାଂସଦ ଓ ବିଧାୟକଙ୍କୁ ମନ୍ତ୍ର ଦେବେ ପ୍ରଧାନମନ୍ତ୍ରୀ । ଏହାପରେ ଦଳୀୟ ପଦାଧିକାରୀଙ୍କ ସହ ମଧ୍ୟ ବୈଠକ କରିବେ । ବୈଠକ ପରେ ଉପସ୍ଥିତ ନେତାଙ୍କ ସହ ମିଶି ରାତ୍ରିଭୋଜନ କରିବେ ମୋଦି ।

  • Related Posts

    ଦେବାଶିଷ ସାମନ୍ତରାୟ ବିଜେପି ରାଜ୍ୟସଭା ପ୍ରାର୍ଥୀ

    ଭୁବନେଶ୍ୱର: ବିଜେପିର ରାଜ୍ୟସଭା ପ୍ରାର୍ଥୀ ହେଲେ ଦେବାଶିଷ ସାମନ୍ତରାୟ । ଓଡ଼ିଶା ପାଇଁ ହେବାକୁ ଥିବା ଉପନିର୍ବାଚନ ପରିପ୍ରେକ୍ଷୀରେ ତାଙ୍କୁ ବିଜେପି ପ୍ରାର୍ଥୀ କରିଛି । ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ବିଧିବଦ୍ଧଭାବେ ତାଙ୍କ ନାମ ଘୋଷଣା କରାଯାଇଛି ।…

    Continue reading
    ରାଜ୍ୟ ଅନୁସୂଚିତ ଜନଜାତି ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

    ଭୂବନେଶ୍ୱର: ଆଜି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ବିଜେପି ଅନୁସୁଚୀତ ଜନଜାତି ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ସଂପର୍କରେ ସୂଚନା ଦେଇ ବିଜେପି ଜନଜାତି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ କାନ୍ଦ୍ରା ସୋରେନ କହିଛନ୍ତି ଯେ, ନିଜ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ