ଭୁବନେଶ୍ୱରରୁ ଆରମ୍ଭ ହେବ ଅନୁସୂଚିତ ଜାତି ଅନୁସୂଚିତ ଜନଜାତିଙ୍କ ବିକାଶର ରୋଡ଼ମ୍ୟାପ : ଓମ ବିର୍ଲା

ଭୁବନେଶ୍ୱର: ସଂସଦ ଏବଂ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ବିଧାନସଭାର ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି କଲ୍ୟାଣ କମିଟିର ଅଧ୍ୟକ୍ଷମାନଙ୍କ ଦୁଇ ଦିନିଆ ଜାତୀୟ ସମ୍ମିଳନୀରେ ଯୋଗ ଦେବା ପାଇଁ ଲୋକସଭାର ବାଚସ୍ପତି ଶ୍ରୀ ଓମ ବିର୍ଲା ଭୁବନେଶର ଗସ୍ତ ରେ ଆସିଥିବା ବେଳେ ଆଜି ସମ୍ମିଳନୀର ଉଦଯାପନୀ ଉତ୍ସବ ଶେଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ସମ୍ବୋଧିତ କରି କହିଲେ ଯେ ଭୁବନେଶ୍ୱରରୁ ଅନୁସୂଚିତ ଜାତି ଅନୁସୂଚିତ ଜନଜାତିଙ୍କ ବିକାଶର ରୋଡ଼ମ୍ୟାପ ଆରମ୍ଭ ହେବ ।
୨୫ ବର୍ଷ ପରେ ଏବଂ ଦିଲ୍ଲୀ ବାହାରେ ପ୍ରଥମ ଥର ପାଇଁ ଓଡିଶାରେ ଏହି ସମ୍ମିଳନୀ ସଫଳତାର ସହ ଅନୁଷ୍ଠିତ ହୋଇଛି । ଅନୁସୂଚିତ ଜାତି,ଅନୁସୂଚିତ ଜନଜାତିଙ୍କ ସକାଶେ ଅନେକ ଯୋଜନା କରାଯାଇଛି ଏବଂ ସେଗୁଡିକର ସଠିକ ପ୍ରଣୟନ ହେଲେ ଏହି ବର୍ଗ ସମାଜରେ ଅନ୍ୟମାନଙ୍କ ଭଳି ଉନ୍ନତି କରିବା ସହ ତାଳମିଳାଇ ଆଗକୁ ଅଗ୍ରସର ହେଇପାରିବେ । ସଂସଦୀୟ କମିଟି ବଜେଟ ସମୀକ୍ଷା କରିବା ସହ ଶତପ୍ରତିଶତ ଖର୍ଚ୍ଚ ପାଇଁ ଚେଷ୍ଟିତ ହେବା ଜରୁରୀ ବୋଲି କହିଥିଲେ । ପ୍ରଯୁକ୍ତିବିଦ୍ୟା ଏବଂ ସୁଶାସନକୁ ଗ୍ରହଣ କଲେ ବଞ୍ଚିତ ବର୍ଗ ଉନ୍ନତିରେ ଏହା ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ । ଏହି କର୍ମଶାଳାରେ ରାଜ୍ୟ ଏବଂ କେନ୍ଦ୍ରର କମିଟି ଗୁଡିକ ଦ୍ଵାରା ବଞ୍ଚିତ ବର୍ଗ ପାଇଁ ବିଭିନ୍ନ ସମସ୍ୟା ର ସମାଧାନ ବାବଦରେ ଅଲୋଚନା ହୋଇଛି । ମିଳିଥିବା ମତାମତ ରୁ ସଂସଦୀୟ କମିଟି ଲୋକଙ୍କ ହିତରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରି ସେସବୁକୁ କାର୍ୟ୍ୟକାରୀ କରାଯିବ ବୋଲି ଗଣମାଧ୍ୟମ କୁ ଜଣାଇଥିଲେ । ଗଣମାଧ୍ୟମର ପ୍ରତିନିଧି ମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତରରେ ଶ୍ରୀ ବିର୍ଲା କହିଲେ ଯେ ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅନୁସୂଚିତ ଜାତି ଅନୁସୂଚିତ ଜନଜାତିମାନଙ୍କ ସମସ୍ୟା, ସୁବିଧା, ସୁରକ୍ଷା ଓ କଲ୍ୟାଣମୂଳକ କାର୍ୟ୍ୟକ୍ରମର ସଫଳ ପ୍ରଣଯନ ସହ ଏହାକୁ କିପରି ତ୍ୱରାନ୍ୱିତ କରା ଯାଇପାରିବ ସେ ଦିଗରେ ଗୁରୁତ୍ଵ ଦିଆଯିବ । ଏହି ସମ୍ମିଳନୀ ରୁ ମିଳିଥିବା ନିଷ୍କର୍ଷ କାର୍ୟ୍ୟକ୍ରମ ରୂପାୟନ ସହିତ ଅଭିଜ୍ଞତା, ସର୍ବୋତ୍କୃଷ୍ଟ ପ୍ରୟୋଗ ଓ ଭାବ ବିନିମୟ ପାଇଁ ମଞ୍ଚ ଯୋଗାଇଦେବ ।
ଏହି ଅବସରରେ ଅନୁସୂଚିତ ଜାତି ଅନୁସୂଚିତ ଜନଜାତି କଲ୍ୟାଣ ସଂସଦୀୟ କମିଟି ର ଅଧ୍ୟକ୍ଷ ଡ଼ ଫଗନ ସିଂ କୁଲସ୍ତେ କହିଥିଲେ ଯେ, ବଞ୍ଚିତ ବର୍ଗ ମାନଙ୍କର ସାମାଜିକ ଓ ଆର୍ଥିକ ଉନ୍ନତି ପାଇଁ କମିଟି ପ୍ରତିଶୃତିବଦ୍ଧ । ସେ, ସମସ୍ତଙ୍କୁ ଏକଜୁଟ ହୋଇ କାମ କରି ଅନୁସୂଚିତ ଜାତି ଅନୁସୂଚିତ ଜନଜାତିମାନଙ୍କ ପାଖରେ ସରକାରଙ୍କ କଲ୍ୟାଣମୂଳକ ଯୋଜନାର ଲାଭ ପହଞ୍ଚାଇବାରେ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ଆହ୍ୱାନ କରିଥିଲେ ।ସମ୍ମିଳନୀରେ ଶିକ୍ଷା, ସ୍ୱାସ୍ଥ୍ୟ, ଜୀବିକା, ସାମାଜିକ-ଆର୍ଥିକ ସଶକ୍ତିକରଣ ସମ୍ପର୍କରେ ଆଲୋଚନା ହୋଇଥିଲା । ସମ୍ମିଳନୀରେ ଗ୍ରହଣ କରାଯାଇଥିବା ପ୍ରସ୍ତାବମାନ ସଂସଦ ଓ ରାଜ୍ୟ ବିଧାନସଭା ପାଇଁ ମାର୍ଗଦର୍ଶକ ଭାବେ କାର୍ୟ୍ୟ କରିବ, ଯାହା ଅନୁସୂଚିତ ଜାତି ଅନୁସୂଚିତ ଜନଜାତିମାନଙ୍କ ପାଇଁ କଲ୍ୟାଣକାରୀ ପଦକ୍ଷେପକୁ ଆହୁରି ତ୍ୱରାନ୍ୱିତ କରିପାରିବ ।ଏହି ସାମ୍ବାଦିକ ସମ୍ମିଳନୀ ପ୍ରାରମ୍ଭରେ ଓଡିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ସ୍ଵାଗତ ସୂଚନା ଦେଇଥିବା ବେଳେ ବିଧାନସଭା ସଚିବ ଶ୍ରୀ ସତ୍ୟବ୍ରତ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

  • Related Posts

    ସଚିବସ୍ତରୀୟ ବୈଠକ ଏକ ପ୍ରକାର ଯୋଜନା ପାଇଁ ଏକୀକୃତ ବ୍ୟବସ୍ଥା

    ଭୁବନେଶ୍ବର: ମାର୍ଚ୍ଚ ଶେଷ ସୁଦ୍ଧା ୨୦୨୫-୨୬ ଆର୍ଥିକ ବର୍ଷରେ ବଜେଟ୍ ଅନୁମୋଦନ ଅନୁସାରେ ସାମଗ୍ରିକ ବ୍ୟୟ ପୂର୍ବ ବର୍ଷ ଏହି ସମୟ ତୁଳନାରେ ୮.୮% ବୃଦ୍ଧି ପାଇଛି। କାର୍ଯ୍ୟକ୍ରମ ବାବଦକୁ ବ୍ୟୟ ସାମଗ୍ରିକ ଭାବେ ୧୦% ବୃଦ୍ଧି ଘଟିଛି। ରାଜ୍ୟର ସାମଗ୍ରିକ…

    Continue reading
    କ୍ୟାବିନେଟ: ମୋହନ ସରକାର ଆଣିଛନ୍ତି ନୂତନ ଯୋଜନା ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’

    ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାକୁ କ୍ୟାବିନେଟର ମୋହର । ଆର୍ଥିକ ବର୍ଷ ୨୦୨୬-୨୭ରୁ ରାଜ୍ୟ ସରକାର ଆରମ୍ଭ କରୁଛନ୍ତି ଏକ ନୂତନ ଯୋଜନା ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ । ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ମାଧ୍ୟମରେ ରାସନ କାର୍ଡ ଧାରୀଙ୍କୁ ମିଳିବ ଆଉ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ