ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଅଡ଼ିଓ ଓ କ୍ରୋମା ରେକର୍ଡିଙ୍ଗ୍ ଷ୍ଟୁଡ଼ିଓର ଶୁଭ ଉଦ୍‌ଘାଟନ

ଭୁବନେଶ୍ୱର :ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଆଜି ଏକ ନୂତନ ଅଡ଼ିଓ ଓ କ୍ରୋମା ରେକର୍ଡିଙ୍ଗ୍ ଷ୍ଟୁଡ଼ିଓ ଉଦ୍‌ଘାଟିତ ହୋଇଛି। ଏହି କାର୍ୟ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ୟ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନୂତନ ଅଡ଼ିଓ ଓ କ୍ରୋମା ରେକର୍ଡିଙ୍ଗ୍ ଷ୍ଟୁଡ଼ିଓକୁ ଉଦ୍‌ଘାଟନ କରିଥିଲେ।”ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ସ୍ଥାପିତ ହୋଇଥିବା ଏହି ନୂତନ ଅଡ଼ିଓ ଓ କ୍ରୋମା ରେକର୍ଡିଙ୍ଗ୍ ଷ୍ଟୁଡ଼ିଓ ଓଡ଼ିଶାର ନୃତ୍ୟ, ସଙ୍ଗୀତ ଓ ନାଟକ ଜଗତକୁ ସମର୍ପିତ। ଏହାଦ୍ୱାରା ଆମ ଓଡ଼ିଶାର କଳାକାରମାନେ ବେଶ୍ ଉପକୃତ ହେବେ। ଓଡ଼ିଶାର ଐତିହ୍ୟ, ସାଂସ୍କୃତିକ ଗୌରବଗାଥାକୁ ବିଶ୍ୱବିଦିତ କରିବା ଏବଂ ଲୁପ୍ତପ୍ରାୟ ଲୋକକଳାକୁ ପୁନର୍ଜୀବିତ କରିବାରେ ଏହା ସହାୟକ ହେବ। ଆଗାମୀ ଦିନରେ ଏହି ନୂତନ କ୍ରୋମା ଓ ଅଡ଼ିଓ ରେକର୍ଡିଙ୍ଗ ଷ୍ଟୁଡ଼ିଓର ବ୍ୟବହାରକୁ ନେଇ ସଂସ୍କୃତି ବିଭାଗ ତରଫରୁ ଏକ ଏସଓପି (ଝଙଚ- ଝଗ୍ଧବଦ୍ଭୟବକ୍ସୟ ଙକ୍ଟ୍ରରକ୍ସବଗ୍ଧସଦ୍ଭଶ ଚକ୍ସକ୍ଟମରୟଙ୍କକ୍ସର) ଜାରି କରାଯିବ। ସରକାରୀ କାର୍ୟ୍ୟକ୍ରମଗୁଡ଼ିକର ରେକର୍ଡିଙ୍ଗ କରାଯିବା ସହିତ ଘରୋଇ ସଂସ୍ଥାମାନେ ମଧ୍ୟ ଏହାକୁ ବ୍ୟବହାର କରିପାରିବେ। ଏହି ଷ୍ଟୁଡ଼ିଓରେ ରହିଥିବା ଅତ୍ୟାଧୁନିକ ବ୍ୟବସ୍ଥା ଓଡ଼ିଶାର ଲୋକକଳା ଓ ସଂସ୍କୃତିର ବହୁଳ ପ୍ରଚାର ଓ ପ୍ରସାର କରିବା ସହିତ ଜନସାଧାରଣଙ୍କ ବ୍ୟବହାରରେ ଆସିବ” ବୋଲି କହିଛନ୍ତି ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ୟ୍ୟବଂଶୀ ସୂରଜ।ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂରଜ କ୍ରୋମା ଷ୍ଟୁଡ଼ିଓରେ ରେକର୍ଡିଙ୍ଗ ହେଉଥିବା ଓଡ଼ିଶୀ ନୃତ୍ୟ କାର୍ୟ୍ୟକ୍ରମକୁ ଦେଖିବା ସହିତ ମହାବିଦ୍ୟାଳୟ ପରିସରରେ ରହିଥିବା ଶାସ୍ତ୍ରୀୟ ଓ ଲୋକ ବାଦ୍ୟଯନ୍ତ୍ର ସଂଗ୍ରହାଳୟକୁ ବୁଲି ଦେଖିଥିଲେ। ଏଥିସହିତ ଓଡ଼ିଶାର ସାହିତ୍ୟ, ସଙ୍ଗୀତ, ନୃତ୍ୟ ଓ ଲୋକକଳାର ସମୃଦ୍ଧି ନିମନ୍ତେ କାର୍ୟ୍ୟ କରିବାକୁ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ପ୍ରେରିତ କରିଥିଲେ।ଆଜିର କାର୍ୟ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଶ୍ରୀ ବିଜୟ କେତନ ଉପାଧ୍ୟାୟ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ବିଜୟ କୁମାର ଜେନା, ଓଡ଼ିଶୀ ନୃତ୍ୟଶିଳ୍ପୀ ଅରୁଣା ମହାନ୍ତି, ସୁଜାତା ମହାପାତ୍ର, ଇଲିଆନା ସିତାରିଷ୍ଟ, ଅଭିନେତା ଅଶ୍ରୁ୍ମୋଚନ ମହାନ୍ତି, ପ୍ରଜ୍ଞା ରଞ୍ଜନ ଖଟୁଆ ଏବଂ ନୃତ୍ୟ, ସଙ୍ଗୀତ ଓ ଲୋକକଳା ଜଗତର ବହୁ ବିଶିଷ୍ଟ ସାଧକଗଣ ଉପସ୍ଥିତ ଥିଲେ।

  • Related Posts

    ଭିଜିଲାନ୍ସ ହାତରେ ଧରାପଡିଲେ ଡାଟା ଏଣ୍ଟ୍ରି ଅପରେଟର

    ନୟାଗଡ଼: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହର ବିଲ୍ ପାସ୍ କରିବା ପାଇଁ ଜଣେ ହିତାଧିକାରୀଙ୍କ ଠାରୁ ୪ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ପଞ୍ଚାୟତ ଡାଟାଏଣ୍ଟ୍ରି ଅପରେଟର। ଡାଟା ଏଣ୍ଟ୍ରି ଅପରେଟର ଜଣକ ହେଲେ ରଣପୁର…

    Continue reading
    ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ଟଙ୍କା

    ଭୁବନେଶ୍ବର : ସୁଭଦ୍ରା ଯୋଜନାର ହିତାଧିକାରୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। ଆସନ୍ତା ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ଯୋଜନାର ପରବର୍ତ୍ତୀ କିସ୍ତି ଟଙ୍କା ପ୍ରଦାନ କରାଯିବ। ଏଥିସହ ୨୫ ଜୁଲାଇ ସୁଦ୍ଧା ଯେଉଁ ଆବେଦନଗୁଡ଼ିକର ନାମ ଜିଲ୍ଲା ସ୍ତରରୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ