ପୁରୁଷ ଏସିଆ କପ୍‌ ହକି :ଜାପାନକୁ ହରାଇ ସୁପର-୪ରେ ଭାରତ

ରାଜଗିରି : ବିହାରର ରାଜଗିରିରେ ଚାଲିଥିବା ପୁରୁଷ ଏସିଆ କପ ହକି -୨୦୨୫ର ସୁପର-୪ରେ ଆୟୋଜକ ଭାରତ ପ୍ରବେଶ କରିଛି। ଶୁକ୍ରବାର ଗ୍ରୁପ-ଏ ର ଦ୍ବିତୀୟ ମ୍ୟାଚରେ ଭାରତ ଅଧିନାୟକ ହରମନପ୍ରୀତ ସିଂହଙ୍କ ଯୁଗଳ ଗୋଲ ବଳରେ ୩-୨ ଗୋଲରେ ଜାପାନକୁ ପରାସ୍ତ କରି କ୍ରମାଗତ ଦ୍ବିତୀୟ ବିଜୟ ହାସଲ କରିଛି। ଭାରତ ପ୍ରଥମ ମ୍ୟାଚରେ ଚୀନ୍‌କୁ ୪-୩ ଗୋଲରେ ପରାସ୍ତ କରିଥିଲା। ଭାରତ ଦୁଇଟି ମ୍ୟାଚରୁ ଦୁଇଟି ବିଜୟ ସହ ୬ ପଏଣ୍ଟ ପାଇ ଗ୍ରୁପ-ଏ ର ଶୀର୍ଷରେ ରହି ସୁପର-୪ରେ ପହଞ୍ଚିଛି।
ଖେଳ ଆରମ୍ଭରୁ ଭାରତ ବିପକ୍ଷ ଜାପାନ ଉପରେ ପ୍ରାଧାନ୍ୟବିସ୍ତାର କରିଥିଲା। ଦଳ ପ୍ରଥମ ୫ ମିନିଟ୍‌ରେ ଦୁଇଟି ଗୋଲ ଦେଇଥିଲା। ୪ ମିନିଟ୍‌ରେ ଭାରତ ଗୋଲ ଦେଇ ଅଗ୍ରଣୀ ହାସଲ କରିଥିଲା। ଭାରତ ପକ୍ଷରୁ ମନଦୀପ ସିଂହ ଗୋଲ ଦେଇ ଦଳକୁ ୧-୦ରେ ଆଗୁଆ କରିଥିଲେ। ୫ ମିନିଟ୍‌ରେ ଭାରତକୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ଅଧିନାୟକ ହରମନପ୍ରୀତ ସିଂହ ଗୋଲରେ ପରିଣତ କରି ଦଳକୁ ୨-୦ରେ ଆଗୁଆ କରିଥିଲେ। ପ୍ରଥମ କ୍ବାର୍ଟର ସୁଦ୍ଧା ଭାରତ ୨-୦ ଗୋଲରେ ଆଗୁଆ ରହିଥିଲା। ଦ୍ବିତୀୟ କ୍ବାର୍ଟର ଗୋଲଶୂନ୍ୟ ରହିଥିଲା। ତୃତୀୟ କ୍ବାର୍ଟର ତଥା ଖେଳର ୩୮ ମିନିଟ୍‌ରେ ଜାପାନ ଗୋଟିଏ ଗୋଲ ପରିଶୋଧ କରିଥିଲା। ଦଳ ପକ୍ଷରୁ କାୱାବୋ କୋସାଇ ଗୋଲ ଦେଇ ମ୍ୟାଚକୁ ୧-୨ ସ୍ତରକୁ ଆଣିଥିଲେ। ତୃତୀୟ କ୍ବାର୍ଟର ସୁଦ୍ଧା ଭାରତ ୨-୧ ଗୋଲରେ ଆଗୁଆ ରହିଥିଲା। ୪୬ ମିନିଟ୍‌ରେ ଭାରତକୁ ଆଉ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ହରମନପ୍ରୀତ ସିଂହ ଗୋଲରେ ପରିଣତ କରି ଦଳକୁ ୩-୧ରେ ଆଗୁଆ କରିଥିଲେ। ଜାପାନ ଗୋଲ ବରାବର କରିବାକୁ ଘନଘନ ଆକ୍ରମଣ କରିଥିଲା। ୫୯ ମିନିଟ୍‌ରେ ଜାପାନ ଦ୍ବିତୀୟ ଗୋଲ ଦେଇଥିଲା। ଦଳ ପକ୍ଷରୁ କାୱାବେ କୋସାଇ ଗୋଲ ଦେଇ ମ୍ୟାଚକୁ ୨-୩ ସ୍ତରକୁ ଆଣିଥିଲେ ମଧ୍ୟ ଦଳକୁ ପରାଜୟରୁ ରକ୍ଷା କରି ପାରିନଥିଲେ। ଭାରତ ଶେଷ ଲିଗ୍‌ ମ୍ୟାଚ ଆଜି କାଜାଖସ୍ତାନ ସହ ଖେଳିବ। ଅନ୍ୟପକ୍ଷରେ ଜାପାନ ଦୁଇଟି ମ୍ୟାଚରୁ ଗୋଟିଏ ବିଜୟ ଓ ଗୋଟିଏ ପରାଜୟ ସହ ୩ ପଏଣ୍ଟ ପାଇଛି। ଦଳ ଶେଷ ଲିଗ୍‌ ମ୍ୟାଚ ଆଜି ଚୀନ୍‌ ସହ ଖେଳିବ। ଚୀନ୍‌ ଓ ଜାପାନ ମ୍ୟାଚର ବିଜେତା ଗ୍ରୁପ-ଏର ଦ୍ବିତୀୟ ଦଳ ଭାବେ ସୁପର-୪ରେ ପହଞ୍ଚିବେ।
ଚୀନର ବୃହତ ବିଜୟ ରବିବାର ଅନ୍ୟଏକ ମ୍ୟାଚରେ ଚୀନ ୧୩-୧ ଗୋଲରେ କାଜାଖସ୍ତାନକୁ ପରାସ୍ତ କରିଛି। କାଜାଖସ୍ତାନ ପକ୍ଷରୁ ୭ ମିନିଟ୍‌ରେ ଡୁଇସେଞ୍ଜି ଆଗମାଟି ଗୋଲ ଦେଇ ଦଳକୁ ୧-୦ରେ ଆଗୁଆ କରିଥିଲେ। ଏହା ପରେ ଚୀନ ଗୋଲବର୍ଷା କରିଥିଲା। ଚୀନ ପକ୍ଷରୁ ୧୦ ମିନିଟରେ ଡୁ ସିନା​‌େ​‌ହା ପ୍ରଥମ, ୧୩ ମିନିଟରେ ଚେନ କୁଇନ ଦ୍ବିତୀୟ,୧୫ମିନିଟ୍‌ରେ ଲିଙ୍ଗ ଚାଙ୍ଗଲିନ ତୃତୀୟ ଗୋଲ ଦେଇଥିଲେ। ୨୯ ମିନିଟ୍‌ରେ ଚୀନ୍‌ ପକ୍ଷରୁ ଚେନ୍‌ ବେନହାଇ ଚତୁର୍ଥ, ୩୧ ମିନିଟ୍‌ରେ ଲୁ ୟାନିନ ପଞ୍ଚମ, ୩୩ ମିନିଟ୍‌ରେ ଗାଓ ଜିସଲିଙ୍ଗ ଷଷ୍ଠ, ୩୯ ମିନିଟ୍‌ରେ ଲିଙ୍ଗ ଚାଙ୍ଗଲିନ ସପ୍ତମ, ୪୧ ମିନିଟ୍‌ରେ ଗୁ ଜିଆଲଙ୍ଗ ଅଷ୍ଟମ, ଲୁ ୟାନିନ ୪୨ ମିନିଟରେ ନବମ ଓ ୪୪ ମିନିଟ୍‌ରେ ୧୦ତମ ଗୋଲ ଦେଇଥିଲେ। ୫୩ ମିନିଟ୍‌ରେ ଚୀନ ପକ୍ଷରୁ ଡୁ ସିନାହୋ ୧୧ତମ, ୫୬ ମିନିଟ୍‌ରେ ଚେନ ବେନହାଇ ୧୨ତମ ଓ ୫୮ ମିନିଟ୍‌ରେ ଗୁ ଜିଆଲଙ୍ଗ ୧୩ତମ ଗୋଲ ଦେଇଥିଲେ। କ୍ରମାଗତ ଦ୍ବିତୀୟ ପରାଜୟ ସହ କାଜାଖସ୍ତାନ ସୁପର-୪ରୁ ବାଦ୍‌ ପଡ଼ିଛି।

  • Related Posts

    ଏସୀୟ କ୍ରୀଡା ; ହାରିଲା ପାକିସ୍ତାନ; ଟିମ୍ ଇଣ୍ଡିଆ ଜିତିଲା ସ୍ୱର୍ଣ୍ଣ ପଦକ

    ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ। କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ। ଫାଇନାଲରେ ପାକିସ୍ତାନକୁ ହରାଇ ସୁନା ଜିତିଲା ଟିମ୍ ଇଣ୍ଡିଆ। ଲଗାତାର ୨ୟ ଥର ପାଇଁ ସ୍ୱର୍ଣ୍ଣ ପଦକ ହାତେଇଲା ଭାରତ। ୧୯ ରନରେ ପାକିସ୍ତାନକୁ…

    Continue reading
    ଲଭଲିନା ରଚିଲେ ଇତିହାସ, ମେରି କମଙ୍କ ପରେ ସ୍ବର୍ଣ୍ଣ ଜିତିଥିବା ଦ୍ବିତୀୟ ଭାରତୀୟ

    ଭାରତୀୟ ବକ୍ସର ଲଭଲିନା ବୋରଗୋହେନ ୨୦୨୬ ଏସୀୟ କ୍ରୀଡ଼ାରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି । ମହିଳା ୭୫ କିଲୋଗ୍ରାମ ବର୍ଗର ଫାଇନାଲରେ ଚୀନର ବକ୍ସର ବାଓ ଜିୟିଙ୍କୁ ୫-୦ରେ ପରାସ୍ତ କରିଛନ୍ତି । ପ୍ରଥମ ଦୁଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ