ସାର ପାଇଁ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି

ଭୁବନେଶ୍ୱର: ସାର ପାଇଁ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି । ରାଜ୍ୟରେ ସାରର କଳାବଜାରୀ ସହିତ ସରକାରୀ ଦାମଠୁ ଅଧିକ ଦାମରେ ବିକ୍ରି ହେବାକୁ ନେଇ ବିଜେପି ଦାୟୀ କରିବା ସହିତ ଏନେଇ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକ ।ସେ କହିଛନ୍ତି, ସାରର କଳାବଜାରୀ ହେଉଛି, ସରକାରୀ ଦରଠୁ ଅଧିକ ଦରରେ ବିକ୍ରି ହେଉଛି। ଏଥିପାଇଁ ସରକାରୀ କଳ ଦାୟୀ। ଏହାକୁ ସଜାଡିବା ପରିବର୍ତ୍ତେ ବିରୋଧୀଙ୍କୁ ଦାୟୀ କରୁଛନ୍ତି ସମବାୟ ମନ୍ତ୍ରୀ। ତେବେ କଟା ଘା’ରେ ଚୁନ ମାରିବା ଭଳି କଥା କହୁଛନ୍ତି କୃଷି ମନ୍ତ୍ରୀ। ସମବାୟ ବିଭାଗ ଓ କୃଷି ବିଭାଗ ଭିତରେ ଭିତରେ ଲଢେଇ ଚାଲିଛି ବୋଲି କହିଛନ୍ତି ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକ ।ଏହାସହ ସାର ପାଇଁ ବିଗତ ଦିନରେ ଚାଷୀ କେବେ ରାଜରାସ୍ତାକୁ ଆସି ନଥିଲେ । ବିରୋଧିଦଳ ନେତା ନବୀନ ପଟ୍ଟନାୟକ ଚିଠି ଲେଖି ବାସ୍ତବ ଚିତ୍ର ସାମ୍ନାକୁ ଆଣିବା ପରେ ସରକାର ଚେତିଛନ୍ତି। ଗତକାଲି ବିଭିନ୍ନ ସ୍ଥାନରେ ଚଢାଉ ହୋଇଛି। ସରକାର କହୁଛନ୍ତି କିଛି ସମସ୍ୟା ନାହିଁ,ଯଦି କିଛି ସମସ୍ୟା ନାହିଁ, କି ଦୁର୍ନୀତି ନାହିଁ ଚାଷୀ କାହିଁକି ଆନ୍ଦୋଳନକୁ ଓହ୍ଲାଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ଏହାସହ ଦୁଇ ଦିନ ମଧ୍ୟରେ ସମସ୍ୟାର ସମାଧାନ କରନ୍ତୁ, ନଚେତ ବିଜେଡି ଆନ୍ଦୋଳନକୁ ଓହ୍ଲାଇବ ବୋଲି କହିଛନ୍ତି ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକ ।

  • Related Posts

    ଟ୍ରମ୍ପଙ୍କ ‘ଷଡ଼ଯନ୍ତ୍ର’ ଅଭିଯୋଗ ଖଣ୍ଡନ କଲା ରୁଷ

    ବେଜିଂ,04/09: ରୁଷର କ୍ରେମଲିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଭିଯୋଗକୁ ଖଣ୍ଡନ କରିଛି। ଟ୍ରମ୍ପ ଦାବି କରିଥିଲେ ଯେ ରୁଷ, ଚୀନ ଓ ଉତ୍ତର କୋରିଆ ଆମେରିକା ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଛନ୍ତି। କ୍ରେମଲିନ କହିଛି, ଏପରି କୌଣସି ଯୋଜନା ନାହିଁ। ଚୀନରେ…

    Continue reading
    ଆମ ଦଳର କୌଣସି ନେତା ପ୍ରଧାନମନ୍ତ୍ରୀଙ୍କ ମା’ଙ୍କୁ ଅସମ୍ମାନ କରି ନାହାନ୍ତି: କଂଗ୍ରେସ

    ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ଙ୍କୁ କଟୁ ଶବ୍ଦ ନେଇ ରାଜନୀତି ଜୋର ଧରିଛି। ଗତକାଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦେଇଥିବା ବୟାନକୁ କଂଗ୍ରେସ କାଉଣ୍ଟର କରିଛି। କଂଗ୍ରେସ ମୁଖପାତ୍ର ସୋନାଲି ସାହୁ କହିଛନ୍ତି, ଆମ ଦଳର କୌଣସି ନେତା ପ୍ରଧାନମନ୍ତ୍ରୀଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଠକେଇ ଅଭିଯୋଗ ପରେ ଶିଳ୍ପା ଶେଟ୍ଟୀଙ୍କ ରେସ୍ତୋରାଁ ବଷ୍ଟିଅନ୍ ବାନ୍ଦ୍ରା ବନ୍ଦ

    ଆସୁଛି ଦଶହରା,୨୦ ସୁଦ୍ଧା ସହରାଞ୍ଚଳ ରାସ୍ତା ମରାମତି

    ଘର ସଫା କରିବ ରୋବଟ୍

    ୟୁଏସ୍ ଓପନ୍ ଗ୍ରାଣ୍ଡସ୍ଲାମ୍‌ର କ୍ବାର୍ଟର୍‌ଫାଇନାଲ୍‌ରେ ପ୍ରବେଶ କଲେ ଭାରତୀୟ ଟେନିସ୍ ତାରକା ୟୁକି ଭାମ୍ବ୍ରି

    ସେମିକନ୍ ଇଣ୍ଡିଆ ୨୦୨୫: ୨୬୫୫ କୋଟି ଟଙ୍କାର ରାଜିନାମା ସ୍ବାକ୍ଷର କଲେ ରାଜ୍ୟ ସରକାର

    ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ-୨ରେ ୫୦ ସିଟ ବୃଦ୍ଧି କଲା ଏନ୍ଏମ୍ସି ଭୁବନେଶ୍ବର