ମୁଖ୍ୟ ପ୍ରାୟୋଜକ ପାଇଁ ବିସିସିଆଇ ବିଡ ଆହ୍ବାନ

ମୁମ୍ବାଇ,03/09:ଭାରତୀୟ କ୍ରିକେଟ ଟିମର ମୁଖ୍ୟ ପ୍ରାୟୋଜକ ହେବାକୁ ଚାହୁଁଥିବା ସଂସ୍ଥାଗୁଡ଼ିକ ଠାରୁ ଦରଖାସ୍ତ ଆହ୍ୱାନ କରିଛି ବିସିସିଆଇ। ‘ଡ୍ରିମ୍ ଇଲେଭେନ୍’ ଓହରି ଯିବା ପରେ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରାୟୋଜକ ଲାଗି ବିସିସିଆଇ ମଙ୍ଗଳବାର ସାନି ବିଡ୍ ଆହ୍ବାନ କରିଛି। ତେବେ ଏହି ପ୍ରକ୍ରିୟାରୁ ଅନ୍‌ଲାଇନ୍ ମନି ଗେମିଂ ଓ କ୍ରିପ୍ଟୋ କରେନ୍ସି କଂପାନିଗୁଡ଼ିକୁ ବାଦ୍ ଦିଆଯାଇଛି। ଅର୍ଥାତ୍ ଏହି କ୍ଷେତ୍ରରେ କାମ କରୁଥିବା କଂପାନିମାନେ ଏଣିକି ଆଉ ଭାରତୀୟ ଦଳର ପ୍ରାୟୋଜକ ହୋଇପାରିବେ ନାହିଁ। ଅନ୍‌ଲାଇନ୍ ମନି ଗେମିଂକୁ ନିୟନ୍ତ୍ରଣ କରିବା ଲାଗି କେନ୍ଦ୍ର ସରକାର ନୂଆ ଆଇନ ଆଣିବା ପରେ ବିସିସିଆଇ ଏଭଳି ପଦକ୍ଷେପ ନେଇଛି। ଆଇଇଓଆଇ କିଣିବାର ଶେଷ ତାରିଖ ସେପ୍ଟେମ୍ବର ୧୨ ରହିଥିବା ବେଳେ ଆବେଦନ ଦାଖଲ କରିବାର ଶେଷ ତାରିଖ ସେପ୍ଟେମ୍ବର ୧୬ ରହିଛି। ପୂର୍ବରୁ ଭାରତୀୟ କ୍ରିକେଟ ଟିମର ମୁଖ୍ୟ ପ୍ରାୟୋଜକ ଡ୍ରିମ ୧୧ ରହିଥିଲା। କିନ୍ତୁ ସଂସଦରେ ପ୍ରମୋସନ ଓ ରେଗୁଲେସନ ଅଫ ଅନଲାଇନ ଗେମିଂ ବିଲ ୨୦୨୫ ପାରିତ ହେବା ପରେ ଡ୍ରିମ ୧୧ ସହ ବିସିସିଆଇ ସମସ୍ତ ପ୍ରକାରର ସମ୍ପର୍କଚ୍ଛିନ୍ନ କରିଥିଲା। ଏହାପରେ ବିସିସିଆଇ ନୂଆ ପ୍ରାୟୋଜକ ସନ୍ଧାନରେ ରହିଥିବା ଗତ ମାସରେ ବୋର୍ଡର ସମ୍ପାଦକ ଦେବଜିତ ସାଇକିଆ କହିଥିଲେ।
୨୦୨୩ ଜୁଲାଇରେ ୩ ବର୍ଷ ପାଇଁ ଡ୍ରିମ ୧୧ ମୋଟ ୩୫୮ କୋଟିରେ ପ୍ରାୟୋଜକ ଦାୟିତ୍ୱ ପାଇଥିଲା। ଏହାପୂର୍ବରୁ Byju ଭାରତୀୟ କ୍ରିକେଟର ମୁଖ୍ୟ ପ୍ରାୟୋଜକ ରହିଥିଲା। ଏବେ ପୁଣି ଗୋଟିଏ ନୂଆ ସଂସ୍ଥା ଭାରତୀୟ କ୍ରିକେଟ ଟିମର ପ୍ରାୟୋଜକ ସାଜିବ। ବିସିସିଆଇ କହିଛି ଯେ ୫ ଲକ୍ଷ ଟଙ୍କା ସହ ଆବଶ୍ୟକ ଜିଏସ୍‌ଟି ବଳରେ ଆଇଇଓଆଇ ଉପଲବ୍ଧ ହେବ। ଏହି ୫ ଲକ୍ଷ ଟଙ୍କା ଫେରସ୍ତ ହେବନି। ବିଡର୍ସମାନେ ଆଇଇଓଆଇ ପାଇଁ ଦେଇଥିବା ଟଙ୍କାର ତଥ୍ୟକୁ sponsorship@bcci.tvକୁ ଇ-ମେଲ କରିବେ। ଆବଶ୍ୟକ ଫି’ ମିଳିବା ପରେ ହିଁ ଆଇଇଓଆଇ ଦସ୍ତାବିଜ ବିଡର୍ସଙ୍କୁ ଉପଲବ୍ଧ କରାଯିବ। ବିଡର କିମ୍ବା ତାଙ୍କ ଅଧୀନରେ ଥିବା କମ୍ପାନୀ ସିଧାସଳଖ କ୍ରିପ୍ଟୋ ଟ୍ରେଡିଂ କିମ୍ବା କ୍ରିପ୍ଟୋ ଏକ୍ସଚେଞ୍ଜ କିମ୍ବା କ୍ରିପ୍ଟୋ ଟୋକନ କିମ୍ବା ସେଭଳି ବ୍ୟବସାୟରେ ସାମିଲ ହୋଇ ନଥିବା ଦରକାର। ଚ୍ଛାୟା ବ୍ରାଣ୍ଡ ଜରିଆରେ କୌଣସି ବିଡର ଆବେଦନ କରିପାରିବେ ନାହିଁ। ଯଦି କୌଣସି ବିଡର ଏକାଧିକ ବ୍ରାଣ୍ଡ କିମ୍ବା ଦ୍ରବ୍ୟର ବ୍ୟବସାୟ କରୁଛନ୍ତି ଓ ତାଙ୍କର କୌଣସି ବ୍ରାଣ୍ଡ କିମ୍ବା ଦ୍ରବ୍ୟ ବ୍ଲକ ବା ବ୍ୟାନ ବର୍ଗରେ ଆସୁଥିବ, ତା’ହେଲେ ସେ ପ୍ରାୟୋଜକ ପାଇଁ ଆବେଦନ କରିପାରିବେ ନାହିଁ।

  • Related Posts

    ଲକ୍ଷ୍ନୌକୁ ୬ ଓ୍ବିକେଟରେ ହରାଇଲା ଦିଲ୍ଲୀ

    ଲକ୍ଷ୍ନୌ:ଆଇପିଏଲ୍ ୨୦୨୬ ର ପଞ୍ଚମ ଲିଗ୍ ମ୍ୟାଚ୍ ରେ, ଦିଲ୍ଲୀ କ୍ୟାପିଟାଲ୍ସ ଲକ୍ଷ୍ନୌ ସୁପରଜାଏଣ୍ଟସ୍ କୁ ୬ ୱିକେଟରେ ପରାସ୍ତ କରିଛି। ସମୀର ରିଜଭି ଏବଂ ଟ୍ରିଷ୍ଟନ୍ ଷ୍ଟବ୍ସ ଦଳକୁ ବିଜୟୀ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହି ଯୋଡ଼ି…

    Continue reading
    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ