ଓଡ଼ିଶାର ଶିଳ୍ପାୟନ କ୍ଷେତ୍ରରେ ଅଭିବୃଦ୍ଧି ଦିଗରେ ଆଇଏଫ୍‌ଏସ୍‌ ଅଧିକାରୀମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ : ଶିଳ୍ପ ମନ୍ତ୍ରୀ

ଭୁବନେଶ୍ୱର, ୦୩/୦୯: ଆଜି ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କୁ ଓଡ଼ିଶା ଗସ୍ତରେ ଆସିଥିବା ଭାରତୀୟ ବୈଦେଶିକ ସେବା ଅଧିକାରୀ ଶ୍ରୀ ମନୋଜ କୁମାର ମହାପାତ୍ର, ଶ୍ରୀ ଅମିତ ନାରଙ୍ଗ ଓ ଗ୍ଲୋରିଆ ଗାଙ୍ଗଟେ ଲୋକସେବା ଭବନଠାରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବୈଦେଶିକ ସେବା ଅଧିକାରୀମାନଙ୍କୁ ରାଜ୍ୟର ଶିଳ୍ପ କ୍ଷେତ୍ରରେ ଅଭିବୃଦ୍ଧି ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ବହୁବିଧ ପଦକ୍ଷେପ ସମ୍ପର୍କରେ ଅବଗତ କରାଇ କହିଲେ ଯେ ଓଡ଼ିଶାରେ ପ୍ରଚୁର ଖଣିଜ ସମ୍ପଦ, ସୁଦୀର୍ଘ ଉପକୂଳ, ଗଭୀର ବନ୍ଦର ସହ ଦୃଢ଼ ଶିଳ୍ପ ଭିତ୍ତିଭୂମି ରହିଛି । ଓଡ଼ିଶାର ଶିଳ୍ପନୀତି ସଂକଳ୍ପ-୨୦୨୨ ମାଧ୍ୟମରେ ନୀତିଗତ ନିଷ୍ପତ୍ତି ଗ୍ରହଣରେ ତ୍ୱରାନ୍ୱିତ ପ୍ରକ୍ରିୟା, ପ୍ରଭାବଶାଳୀ ଏକକ ୱିଣ୍ଡୋ ସିଷ୍ଟମ୍‌ ବ୍ୟବସ୍ଥା ସହ ସ୍ୱଚ୍ଛ ଶାସନ ଓ ବ୍ୟବସାୟ କରିବାର ଅନୁକୂଳତା ଓଡ଼ିଶାରେ ପୁଞ୍ଜିନିବେଶ ନିମନ୍ତେ ନିବେଶକାରୀଙ୍କୁ ଆକୃଷ୍ଟ କରିବାରେ ସହାୟକ ହୋଇପାରିଛି । ଆପଣମାନେ ଭାରତର ରାଷ୍ଟ୍ରଦୂତ ଭାବେ ବିଦେଶରେ ଏସବୁ ତଥ୍ୟ ଉପସ୍ଥାପନ କରିପାରିବେ । ଏହା ଦ୍ୱାରା ବିଦେଶୀ ନିବେଶକମାନେ ଓଡ଼ିଶାରେ ନିବେଶ କରିବାକୁ ଆଗ୍ରହ ପ୍ରକାଶ କରିବେ ।
ଅନ୍ୟପକ୍ଷରେ ରାଜ୍ୟରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଉପରେ ଖୁବ୍‌ ଗୁରୁତ୍ୱାରୋପ କରାଯାଉଛି । ବିଶ୍ୱ ଦକ୍ଷତା କେନ୍ଦ୍ରର ବ୍ୟାପକ ନେଟ୍‌ୱାର୍କ ମାଧ୍ୟମରେ ଆଇଟିଆଇ ଓ ପଲିଟେକ୍‌ନିକ୍‌ରେ ଦକ୍ଷତା ବିକାଶ କ୍ଷେତ୍ରରେ ବେଶ୍‌ ଅଗ୍ରଗତି କରିଛି । ଆଇଟିଇ ସିଙ୍ଗାପୁର ସହ ସହଭାଗିତା ଦ୍ୱାରା ସର୍ବାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ପ୍ରଯୁକ୍ତି ବିଦ୍ୟାରେ ତାଲିମ ପ୍ରଦାନକୁ ବ୍ୟାପକ କରାଯାଇଛି । ଓଡ଼ିଶା ଏବେ ଏପରି କର୍ମଶକ୍ତି ସୃଷ୍ଟି କରୁଛି ଯାହା କେବଳ ନିଯୁକ୍ତିଭିତ୍ତିକ ନହୋଇ ଉଦ୍ୟୋଗ ଏବଂ ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ ଆହ୍ୱାନକୁ ମୁକାବିଲା କରିବାରେ ମଧ୍ୟ ସକ୍ଷମ । ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ଯେ ବିଶ୍ୱସ୍ତରରେ ଓଡ଼ିଶାର ଶିଳ୍ପ କ୍ଷେତ୍ରରେ ବ୍ୟାପକ ଅଗ୍ରଗତିକୁ ଉପସ୍ଥାପନ କରିବାରେ ଆପଣମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଭାରତର ଅର୍ଥନୈତିକ ଦୂତ ଭାବେ ଆପଣମାନେ ଏହି କାର୍ଯ୍ୟ ସଠିକ୍‌ ରୂପେ ପରିଚାଳନା କରିପାରିବେ ଓ ସମ୍ଭାବ୍ୟ ନିବେଶକମାନଙ୍କୁ ଏ କ୍ଷେତ୍ରରେ ଥିବା ସୁଯୋଗର ସୁବିଧା ନେବାକୁ ପ୍ରରୋଚିତ କରିପାରିବେ । ଅନ୍ୟ ପକ୍ଷରେ ରାଜ୍ୟରୁ ବାହାରୁଥିବା ଦକ୍ଷ ମାନବସମ୍ବଳ ନିମନ୍ତେ ବିଦେଶରେ ନିଯୁକ୍ତି ସୃଷ୍ଟିରେ ମଧ୍ୟ ସହାୟକ ହୋଇପାରିବେ ବୋଲି ମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ ।

  • Related Posts

    ଜେଲ ଗଲେ ମହାକାଳପଡ଼ା ସରପଞ୍ଚ

    ମହାକାଳପଡ଼ା : ଜେଲ ଗଲେ ମହାକାଳପଡ଼ା ତିଖିରି ସରପଞ୍ଚ ଚାମେଲି ଓଝା। ଜାମିନ୍ ଆବେଦନ ଖାରଜ ପରେ ଚାମେଲିଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇଛି। ମହାକାଳପଡ଼ା ବ୍ଲକ ପରିସରରେ ହାଇଡ୍ରାମାକୁ ନେଇ ଗତ ୨ ଦିନ ହେଲା ଚର୍ଚ୍ଚା ଲାଗି ରହିଛି। ବିଡିଓଙ୍କୁ…

    Continue reading
    ୮ ପିତୃମାତୃହୀନ ପିଲାଙ୍କୁ “ଗ୍ରୀନ ପ୍ୟାସଜ” ମାଧ୍ୟମରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉଚ୍ଚ ଶିକ୍ଷା

    କୋଭିଡ ମହାମାରୀ ସମୟରେ ପିତା କିମ୍ବା ଉଭୟ ପିତାମାତାଙ୍କୁ ହରାଇଥିବା ଶିଶୁମାନଙ୍କୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଆଶୀର୍ବାଦ ଯୋଜନାରୁ ଆର୍ଥିକ ସହାୟତା ପ୍ରଦାନ କରି ସେମାନଙ୍କ ଶିକ୍ଷାକୁ ସୁନିଶ୍ଚିତ ଓ ଶୈଶବକୁ ସ୍ଵଭାବିକ କରIଯାଇଥିଲା I ଚଳିତ ବର୍ଷ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ