ଠକେଇ ଅଭିଯୋଗ ପରେ ଶିଳ୍ପା ଶେଟ୍ଟୀଙ୍କ ରେସ୍ତୋରାଁ ବଷ୍ଟିଅନ୍ ବାନ୍ଦ୍ରା ବନ୍ଦ

ମୁମ୍ବାଇ,04/09: ଶିଳ୍ପା ଶେଟ୍ଟୀ ଏବଂ ତାଙ୍କ ପରିବାର ଏବେ ଏକ କଠିନ ସମୟ ଦେଇ ଗତି କରୁଛନ୍ତି। ବଲିଉଡ୍ ଅଭିନେତ୍ରୀ ଏବଂ ତାଙ୍କ ବ୍ୟବସାୟୀ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ବିରୋଧରେ ଠକେଇ ଅଭିଯୋଗ ଆସିବାର କିଛି ସପ୍ତାହ ପରେ, ଅଭିନେତ୍ରୀ ଏବେ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ସେ ମୁମ୍ବାଇର ବାନ୍ଦ୍ରାରେ ତାଙ୍କର ପ୍ରତିଷ୍ଠିତ ରେସ୍ତୋରାଁ ବାଷ୍ଟିଆନକୁ ବନ୍ଦ କରୁଛନ୍ତି। ଇନଷ୍ଟାରେ ଏକ ପୋଷ୍ଟ ସେୟାର କରି ସେ ଏହା ବିଷୟରେ ଜଣାଇଛନ୍ତି। ଘୋଷଣା କରିବା ସମୟରେ ଅଭିନେତ୍ରୀ ଭାବପ୍ରବଣ ହୋଇ ପଡ଼ିଥିବା ଦେଖାଯାଇଛି। ଇନଷ୍ଟାରେ ଷ୍ଟାଟସ ଦେଇ ଶିଳ୍ପା ସେଟ୍ଟୀ ଲେଖିଛନ୍ତି, “ଏହି ଗୁରୁବାର ଏକ ଯୁଗର ଅନ୍ତ ହେବ। ଆମେ ମୁମ୍ବାଇର ସବୁଠାରୁ ପ୍ରତିଷ୍ଠିତ ସ୍ଥାନ ବଷ୍ଟିଅନ୍ ବାନ୍ଦ୍ରାକୁ ବନ୍ଦ କରିବାକୁ ଯାଉଛୁ। ବଷ୍ଟିଅନ୍ ଏକ ଏଭଳି ସ୍ଥାନ ଥିଲା ଯାହା ଆମକୁ ଅଗଣିତ ସ୍ମୃତି, ଅବିସ୍ମରଣୀୟ ରାତି ଏବଂ ମୁହୂର୍ତ୍ତ ଦେଇଥିଲା, ଯାହା ସହରର ‘ନାଇଟ୍ ଲାଇଫ୍’କୁ ଆକାର ଦେଇଥିଲା। ଏବେ ସେ ବିଦାୟ ନେବାକୁ ଯାଉଛି।”ଶିଳ୍ପା ତାଙ୍କ ନୋଟରେ ଆହୁରି ଲେଖିଛନ୍ତି, “ଏହି ସ୍ଥାନକୁ ସମ୍ମାନ ଜଣାଇବା ପାଇଁ, ଆମେ ଆମର ନିକଟତମ ବନ୍ଧୁମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ସନ୍ଧ୍ୟାର ଆୟୋଜନ କରୁଛୁ। ଶେଷ ଥର ପାଇଁ ପୁଣି ଥରେ ‌‌ସେଇ ଯାଦୁକୁ ଅନୁଭବ କରିବା ପାଇଁ ଏହାର ଆୟୋଜନ ହେଉଛି।” ଉଲ୍ଲେଖଯୋଗ୍ୟ, ୨୦୧୬ରେ ରଞ୍ଜିତ ବିନ୍ଦ୍ରାଙ୍କ ସହ ମିଶି ବଷ୍ଟିଆନ୍ ରେସ୍ତୋରାଁ ଆରମ୍ଭ କରିଥିଲେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ। ଏହି ରେସ୍ତୋରାଁ ‘ସି’ ଫୁ’ଡ୍କୁ ନେଇ ବେଶ୍ ପ୍ରସିଦ୍ଧ। ତେବେ କିଛି ଦିନ ତଳେ ଆର୍ଥିକ ଅପରାଧ ଶାଖା (EOW) ଶିଳ୍ପା ସେଟ୍ଟୀ ଏବଂ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ବିରୋଧରେ ଋଣ ଏବଂ ନିବେଶ ଚୁକ୍ତି ବାହାନାରେ ମୁମ୍ବାଇର ଜଣେ ବ୍ୟବସାୟୀଙ୍କଠାରୁ ୬୦.୪ କୋଟି ଟଙ୍କା ଠକେଇ କରିଥିବା ନେଇ ଏତଲା ରୁଜୁ କରିଥିଲା।

  • Related Posts

    ଜିମ୍‌ ନ ଯାଇ ରୁହନ୍ତୁ ଫିଟ୍‌

    ଦିନକୁ ଦିନ ମଣିଷର ଜୀବନଶୈଳୀ ପରିବର୍ତ୍ତନ ହେବାରେ ଲାଗିଛି । ମଣିଷ ଆଜିକାଲି ଫିଟ ରହିବା ଉପରେ ଅଧିକ ଗୁରୁତ୍ୱ ଦେଉଛି । ଏଥିପାଇଁ ଜିମ ଅଧିକ ଲୋକଙ୍କ ପସନ୍ଦ ପାଲଟିଛି । ଆପଣ ଦେଖୁଥିବା ସକାଳ ହେଲେ ପାର୍କରେ ଓପନ…

    Continue reading
    ସ୍ୱାସ୍ଥ୍ୟ ପାଇଁ ଉପକାରୀ କଖାରୁ ମଞ୍ଜି,ଜାଣନ୍ତୁ

    ଦୈନନ୍ଦିନ ଜୀବନରେ ଆମେ ଖାଦ୍ୟରେ ଅନେକ ପନିପରିବା ଖାଇଥାଉ । ତନ୍ମଧ୍ୟରୁ କେଉଁ ପରିବା ସ୍ୱାସ୍ଥ୍ୟ ପାଇଁ କେତେ ଜରୁରୀ ତାହା ଜାଣିବା ନିହାତି ଆବଶ୍ୟକ । କଖାରୁ ଏକ ପୁଷ୍ଟିକର ପନିପରିବା, ଯାହା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ହୋଇଥାଏ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ