କ୍ରିକେଟ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ଟାଣିଲେ ଅମିତ ମିଶ୍ରା

ଦୀର୍ଘ ୨୫ ବର୍ଷର କ୍ରିକେଟ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ଭେଟରାନ ଲେଗ ସ୍ପିନର ଅମିତ ମିଶ୍ରା। ଆଜି ସେ କ୍ରିକେଟର ସବୁ ଫର୍ମାଟକୁ ଅଲବିଦା କହିଛନ୍ତି। ୨୦୦୩ରେ ଭାରତ ପାଇଁ ଡେବ୍ୟୁ କରିଥିବା ଅମିତ ମିଶ୍ରା ୨୦୧୭ରେ ଶେଷଥର ବ୍ଲୁ ଜର୍ସିରେ ନଜର ଆସିଥିଲେ।

୮ ବର୍ଷ ହେଲା ଅନ୍ତର୍ଜାତୀୟ କ୍ରିକେଟରୁ ଦୂରେଇ ରହିଥିଲେ ହେଁ ୪୨ ବର୍ଷୀୟ ମିଶ୍ରା ଘରୋଇ କ୍ରିକେଟ ଓ ଆଇପିଏଲ ଖେଳୁଥିଲେ। କିନ୍ତୁ ଏବେ ସେ କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ଅମିତ ମିଶ୍ରା ୨୦୨୪ ଆଇପିଏଲରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଶେଷ ଥର ପ୍ରତିଯୋଗିତା ମୂଳକ କ୍ରିକେଟ ଖେଳିଥିଲେ।

ଦେଶ ପାଇଁ ୨୨ଟି ଟେଷ୍ଟ, ୩୬ଟି ଦିନିକିଆ ଓ ୧୦ଟି ଟି-୨୦ ଖେଳିଥିବା ଅମିତ ମିଶ୍ରା ମୋଟ ୧୫୬ଟି ୱିକେଟ ନେଇଛନ୍ତି। ୨୦୦୮ରେ ଭାରତ ପାଇଁ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିଥିଲେ ଅମିତ ମିଶ୍ରା। ଅଷ୍ଟ୍ରେଲିଆ ବିପକ୍ଷ ଡେବ୍ୟୁ ଟେଷ୍ଟରେ ସେ ୫ଟି ୱିକେଟ ଦଖଲ କରିଥିଲେ।ଆଇପିଏଲରେ ବିଭିନ୍ନ ପ୍ରାଞ୍ଚାଇଜ ପକ୍ଷରୁ ଖେଳି ଅମିତ ନିଜର ଦକ୍ଷତା ଦେଖାଇଥିଲେ। ସେ ୧୬୨ଟି ଆଇପିଏଲ ମ୍ୟାଚ୍‌ରେ ମୋଟ ୧୭୪ଟି ୱିକେଟ ନେଇଛନ୍ତି। ସେ ଏକମାତ୍ର ବୋଲର ଭାବେ ଆଇପିଏଲରେ ୩ଥର ହ୍ୟାଟ୍ରିକ ନେଇଥିଲେ। ୨୦୦୮ରେ ଦିଲ୍ଲୀ ଡେୟାର ଡେଭିଲ୍ସ, ୨୦୧୧ରେ ଡେକାନ ଚାର୍ଜର୍ସ ଓ ୨୦୧୩ରେ ସନ ରାଇଜର୍ସ ହାଇଦ୍ରାବାଦ ପାଇଁ ଖେଳିବା ବେଳେ ସେ ଏପରି ବିରଳ ରେକର୍ଡର ଅଧିକାରୀ ହୋଇଥିଲେ। ଏହି ଦଳ ବ୍ୟତୀତ ସେ ଲକ୍ଷ୍ନୌ ପାଇଁ ମଧ୍ୟ ୨୦୨୪ରେ ଖେଳିଥିଲେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୨୦୨୨ ଆଇପିଏଲକୁ ଛାଡ଼ି ଅମିତ ମିଶ୍ରା ଆଇପିଏଲର ବାକି ସଂସ୍କରଣରେ ମ୍ୟାଚ ଖେଳିଥିଲେ। ୨୦୦୮ରୁ ୨୦୨୪ ଯାଏ ଅନୁଷ୍ଠିତ ଆଇପିଏଲରେ ଅମିତ ମିଶ୍ରା ନିଜର ଦବଦବା ଦେଖାଇଥିଲେ। ଘରୋଇ କ୍ରିକେଟରେ ଅମିତ ମିଶ୍ରା ହରିୟାଣରୁ ନିଜର ଅଭିଯାନ ଆରମ୍ଭ କରିଥିଲେ। ୨୦୦୦-୦୧ରେ ସେ ପ୍ରଥମ ଶ୍ରେଣୀ କ୍ରିକେଟରେ ଡେବ୍ୟୁ କରି ସମସ୍ତଙ୍କୁ ପ୍ରଭାବିତ କରିଥିଲେ।

୨୦୦୩ରେ ଭାରତ ପାଇଁ ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆରେ ଡେବ୍ୟୁ କରିଥିଲେ। ସେହି ସମୟରେ ହରଭଜନ ସିଂହ ଓ ଅନୀଲ କୁମ୍ବଲେ ଟେଷ୍ଟ କ୍ରିକେଟରେ ନିଜ ସ୍ଥାନ ସୁରକ୍ଷିତ କରି ସାରିଥିଲେ। ତେଣୁ ୨୦୦୩ରେ ଦିନିକିଆରେ ଡେବ୍ୟୁ କରିଥିବା ମିଶ୍ରା ୨୦୦୮ରେ ଦେଶ ପାଇଁ ଟେଷ୍ଟ ଖେଳିବାର ସୁଯୋଗ ପାଇଥିଲେ। ଅନୀଲ କୁମ୍ବଲେ ଆହତ ହେବାରୁ ମିଶ୍ରାଙ୍କୁ ସୁଯୋଗ ମିଳିଥିଲା। ଡେବ୍ୟୁ ଟେଷ୍ଟରେ ହିଁ ସେ ୫ ୱିକେଟ ଦଖଲ କରି ନିଜ ଯାଦୁ ଦେଖାଇଥିଲେ। ୨୦୧୩ ଚାମ୍ପିୟନ୍ସ ଟ୍ରଫି ଓ ୨୦୧୪ ଟି-୨୦ ବିଶ୍ୱକପ ଦଳରେ ମଧ୍ୟ ଅମିତ ମିଶ୍ରା ରହିଥିଲେ।

  • Related Posts

    ଏସୀୟ କ୍ରୀଡା ; ହାରିଲା ପାକିସ୍ତାନ; ଟିମ୍ ଇଣ୍ଡିଆ ଜିତିଲା ସ୍ୱର୍ଣ୍ଣ ପଦକ

    ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ। କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ। ଫାଇନାଲରେ ପାକିସ୍ତାନକୁ ହରାଇ ସୁନା ଜିତିଲା ଟିମ୍ ଇଣ୍ଡିଆ। ଲଗାତାର ୨ୟ ଥର ପାଇଁ ସ୍ୱର୍ଣ୍ଣ ପଦକ ହାତେଇଲା ଭାରତ। ୧୯ ରନରେ ପାକିସ୍ତାନକୁ…

    Continue reading
    ଲଭଲିନା ରଚିଲେ ଇତିହାସ, ମେରି କମଙ୍କ ପରେ ସ୍ବର୍ଣ୍ଣ ଜିତିଥିବା ଦ୍ବିତୀୟ ଭାରତୀୟ

    ଭାରତୀୟ ବକ୍ସର ଲଭଲିନା ବୋରଗୋହେନ ୨୦୨୬ ଏସୀୟ କ୍ରୀଡ଼ାରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି । ମହିଳା ୭୫ କିଲୋଗ୍ରାମ ବର୍ଗର ଫାଇନାଲରେ ଚୀନର ବକ୍ସର ବାଓ ଜିୟିଙ୍କୁ ୫-୦ରେ ପରାସ୍ତ କରିଛନ୍ତି । ପ୍ରଥମ ଦୁଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ