ଆମେରିକାରେ ବଢୁଛି ଭାରତୀୟ ଛାତ୍ରମାନଙ୍କ ସମସ୍ୟା

ନୂଆଦିଲ୍ଲୀ,05/09:ଆମେରିକାରେ ପଢୁଥିବା ଭାରତୀୟ ଛାତ୍ରମାନେ କଠୋର ଭିସା ନିୟମ ଏବଂ ଚାକିରି ସଙ୍କଟ ଯୋଗୁଁ ଗମ୍ଭୀର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଟ୍ରମ୍ପ ପ୍ରଶାସନର ନୂଆ ଆପ୍ରବାସନ ନୀତି ଏବଂ ଅର୍ଥନୈତିକ ଅସ୍ଥିରତା ଯୋଗୁ ଏହି ଛାତ୍ରମାନଙ୍କର ଆମେରିକୀୟ ସ୍ୱପ୍ନ ବିପଦରେ ପଡ଼ିଛି। ଏକ ରିପୋର୍ଟ ଅନୁସାରେ, ଅନେକ ଛାତ୍ର ଅତିରିକ୍ତ ପାଠ୍ୟକ୍ରମରେ ନାମ ଲେଖାଇ କିମ୍ବା ଅଳ୍ପ ଦିନିଆ ଚାକିରି ଖୋଜି ନିଜର ଆମେରିକାରେ ରହଣି ଅବଧି ବଢ଼ାଇବାକୁ ଚେଷ୍ଟା କରୁଛନ୍ତି। ଏଥିପାଇଁ ସେମାନଙ୍କୁ ବହୁତ ସଂଘର୍ଷ କରିବାକୁ ପଡ଼ୁଥିବା ବେଳେ ଦିନକୁ ଦିନ ଆଇନଗତ ଜଟିଳତା ବଢ଼ିବାରେ ଲାଗିଛି। ଗତ ଅଗଷ୍ଟ ୨୮ରେ ଆମେରିକାର ‘ଡିପାର୍ଟମେଣ୍ଟ ଅଫ ହୋମଲ୍ୟାଣ୍ଡ ସିକ୍ୟୁରିଟି’ ଏଫ-୧ ଭିସା ନିୟମରେ ନୂଆ କଟକଣା ଘୋଷଣା କରିଥିଲା ଏବଂ ଏହି ଆଧାରରେ ଛାତ୍ରମାନଙ୍କ ଚାରି ବର୍ଷର ନିଶ୍ଚିତ ରହଣି ଓ ପାଠ୍ୟକ୍ରମ ପରିବର୍ତ୍ତନରେ କଡ଼ା ନିୟମ ଲାଗୁ କରାଯାଇଛି। ଏହା ଛାତ୍ରମାନଙ୍କ ପାଇଁ ଅତିରିକ୍ତ ଚାପ ସୃଷ୍ଟି କରିଛି, କାରଣ
ଏହି ନିୟମ ଅନୁସାରେ ଅଧିକ ଦିନ ରହିବା ଅବୈଧ ହୋଇପାରେ। ଏହା ବ୍ୟତୀତ, ଅପ୍ଟିକାଲ ପ୍ରାକ୍ଟିକାଲ ଟ୍ରେନିଂ (ଓପିଟି) ପ୍ରୋଗ୍ରାମ ବନ୍ଦ କରିବା ପାଇଁ ଏକ ବିଲ ଆମେରିକୀୟ କଂଗ୍ରେସରେ ଉତ୍‌ଥାପିତ ହୋଇଛି, ଯାହା ଭାରତୀୟ ଛାତ୍ରମାନଙ୍କ ପାଇଁ ପଢ଼ା ପରେ କାମ କରିବାର ସୁଯୋଗକୁ ଅତି ମାତ୍ରାରେ ସଙ୍କୁଚିତ କରିଦେଇଛି। ଚାକିରି ବଜାରରେ ମଧ୍ୟ ସଙ୍କଟ ଦେଖାଦେଇଛି। ଅନେକ କମ୍ପାନି ଏଚ୍‌-୧ବି ଭିସା ଆଧାରରେ ଆବେଦନକାରୀଙ୍କୁ ପ୍ରତ୍ୟାଖ୍ୟାନ କରୁଛନ୍ତି, ଯାହା ଭାରତୀୟ ଛାତ୍ରମାନଙ୍କ ପାଇଁ ଚାକିରି ପାଇବାକୁ ଅଧିକ କଷ୍ଟକର କରିଛି। କେତେକ ଧନୀ ପିତାମାତା ନିଜ ସନ୍ତାନଙ୍କ ପାଇଁ ଇବି-୫ ଭିସା ପାଇଁ ଆବେଦନ କରୁଛନ୍ତି, ଯାହା ସ୍ଥାୟୀ ବାସସ୍ଥାନ ଅଧିକାର ପ୍ରଦାନ କରେ। ଅନ୍ୟମାନେ ମାଇକ୍ରୋ-ଇଣ୍ଟର୍ନସିପ୍ କିମ୍ବା ଫ୍ରିଲାନ୍ସ କାମ ମାଧ୍ୟମରେ ତିଷ୍ଠି ରହିବାକୁ ଚେଷ୍ଟା କରୁଛନ୍ତି। ଏହି ସଙ୍କଟ ଯୋଗୁଁ ଭାରତୀୟ ଛାତ୍ରମାନଙ୍କ ମଧ୍ୟରେ ମାନସିକ ଚାପ ବଢ଼ିଛି। ଅନେକ ଛାତ୍ର ଆମେରିକା ପରିବର୍ତ୍ତେ ଜର୍ମାନୀ ଓ ଅଷ୍ଟ୍ରେଲିଆ ଭଳି ଦେଶମାନଙ୍କରେ ପଢ଼ିବା ପାଇଁ ପସନ୍ଦ କରୁଛନ୍ତି। ବର୍ଷକ ମଧ୍ୟରେ ଆମେରିକାରେ ଭାରତୀୟ ଛାତ୍ରଙ୍କ ନାମଲେଖା ୨୮% ହ୍ରାସ ପାଇଛି।

  • Related Posts

    ଆଶାରାମ ବାପୁଙ୍କୁ ଜାମିନ ଦେବାକୁ ମନା କଲେ ସୁପ୍ରିମକୋର୍ଟ

    ନୂଆଦିଲ୍ଲୀ: ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ଜଣେ ନାବାଳିକା ବଳାତ୍କାର ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟ ବର୍ତ୍ତମାନ ପାଇଁ ଅନ୍ତରୀଣ ଜାମିନ ଦେବାକୁ ମନା କରିଦେଇଛନ୍ତି। ୮୫ ବର୍ଷୀୟ ବୃଦ୍ଧ ସ୍ବାସ୍ଥ୍ୟଗତ ସମସ୍ୟା…

    Continue reading
    ଘର ଭୁଶୁଡ଼ି ଗୋଟିଏ ପରିବାରର ୬ ମୃତ

    ପ୍ରତାପଗଡ: ଉତ୍ତର ପ୍ରଦେଶର ପ୍ରତାପଗଡ଼ ଜିଲ୍ଲାର ମହୁଲି ବଜାର ଅଞ୍ଚଳରେ ଗୁରୁବାର ଭୋର ସମୟରେ ପ୍ରବଳ ବର୍ଷା ଯୋଗୁଁ ଏକ ପୁରୁଣା କୋଠା ଭୁଶୁଡ଼ି ପଡ଼ିବାରୁ ଗୋଟିଏ ପରିବାରର ୬ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଦୁଇଜଣ କୋମଳମତି ଶିଶୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ