ଆଜି ଗୁରୁ ଦିବସ

ଭୁବନେଶ୍ୱର: ଆଜି ଗୁରୁ ଦିବସ। ଗୁରୁ ଶିଷ୍ୟଙ୍କ ସମ୍ପର୍କର ମହତ୍ତ୍ୱପୂର୍ଣ୍ଣ ଦିବସ । ଗୁରୁଙ୍କୁ ଛାତ୍ରଛାତ୍ରୀ ପୂଜା କରୁଥିବା ବେଳେ ଗୁରୁ ମାନେ ମଧ୍ୟ ଅଜ୍ଞାନ ରୂପକ ଅନ୍ଧକାରରୁ ଜ୍ଞାନର ଆଲୋକ ଆଡ଼କୁ ନେବା ପାଇଁ ସଂକଳ୍ପବଦ୍ଧ । ଗୁରୁଦିବସ ପାଇଁ ସମସ୍ତ ଶିକ୍ଷା ଅନୁଷ୍ଠାନରେ ଆଜି ଉତ୍ସାହର ମାହୋଲ । ଦିବଙ୍ଗତ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିବସକୁ ଗୁରୁଦିବସ ପାଳନ କରି ଆସୁଛନ୍ତି ଦେଶବାସୀ । ୧୯୬୨ ମସିହାରୁ ଗୁରୁଦିବସ ପାଳନ କରି ଆସୁଛନ୍ତି ଦେଶବାସୀ ।

ଭାରତୀୟ ସଂସ୍କୃତିରେ ଗୁରୁଙ୍କ ମହିମା ଅବର୍ଣ୍ଣନୀୟ। ଗୁରୁଙ୍କୁ ସ୍ବୟଂ ପରମାତ୍ମାଙ୍କ ସ୍ବରୂପ ବୋଲି ସ୍ବୀକାର କରାଯାଇଥାଏ। ଗୁରୁ ଜ୍ଞାନର ପ୍ରକାଶପୁଞ୍ଜ। ଏହି ପାର୍ଥିବ ଶରୀରର ପ୍ରକାଶ ତ ଜନନୀଙ୍କ ଗର୍ଭରୁ ହୋଇଥାଏ। ହେଲେ ସେହି କାୟା (ଶରୀର)କୁ ସଂସ୍କାରିତ କରି ଆପଣା ଅଭୀଷ୍ଟ (ଲକ୍ଷ୍ୟ) ସିଦ୍ଧି ଦିଗରେ ଆଗେଇନେବା ଦାୟିତ୍ବ ନ୍ୟସ୍ତ ଥାଏ ଗୁରୁଙ୍କ ଉପରେ। ଭାରତୀୟ ସଂସ୍କୃତିରେ ବେଦବ୍ୟାସ ଜ୍ଞାନର ପ୍ରକାଶ ସହ ଏହାର ପ୍ରଚାର-ପ୍ରସାର କରିଥିଲେ। ଗୁରୁ ଭାବରେ ସେ ବରେଣ୍ୟ, କାରଣ ସକଳ ମନୁଷ୍ୟକୁ ଆଚ୍ଛନ୍ନ କରିଥିବା ଅଜ୍ଞାନାନ୍ଧକାରକୁ ଦୂରୀଭୂତ କରି ସେ ଆଲୋକିତ କରିଥିଲେ। ଗୁରୁଜ୍ଞାନର ଦିବ୍ୟପୁଞ୍ଜ, ଊର୍ଜାର ସ୍ବରୂପ, କରୁଣା ଓ ଦୟାର ସ୍ରୋତ। ଗୁରୁ ମାନବୀୟ ଚେତନାକୁ ପରିଷ୍କୃତ ଏବଂ ପରିମାର୍ଜିତ କରି ଏହାକୁ ଦିବ୍ୟ ଏବଂ ପାବନ କରିଥାନ୍ତି। ଅନ୍ତରସ୍ଥ ଆଧ୍ୟାତ୍ମିକ ଚେତନାକୁ ଜାଗ୍ରତ କରି ଗୁରୁ ସତ୍ୟ-ଶିବ-ସୁନ୍ଦର ସହ ସାକ୍ଷାତ୍‌କାର ଭୂମିକା ଗ୍ରହଣ କରାଇଥାନ୍ତି।

  • Related Posts

    ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହେଲା ସ୍ଵଗଣନା

    ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଡିଜିଟାଲ ଜନଗଣନା । ଏଣିକି ଘରେ ବସି ନିଜେ କରି ପାରିବେ ସ୍ଵ-ଜନଗଣନା। ପ୍ରଥମ ପର୍ଯ୍ୟାୟରେ ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହୋଇଛି ସ୍ଵ-ଜନଗଣନା । ରାଜ୍ୟପାଳ ନିଜ ମୋବାଇଲରୁ ଲଗିନ କରି ଜନଗଣନା କରିଛନ୍ତି।…

    Continue reading
    ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି

    ଭୁବନେଶ୍ୱର : ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି। ୪ ପୃଷ୍ଠାର ଚିଠି ଲେଖିଛନ୍ତି ପିଏମ୍। ଓଡ଼ିଆ ଅସ୍ମିତା, ସମୃଦ୍ଧ ପରମ୍ପରା ଓ ମନମୁଗ୍ଧକର ଐତିହ୍ୟର କଥା ଉଲ୍ଲେଖ ରହିଛି। ବିଜୁ ବାବୁଙ୍କ ସାହାସିକତାକୁ ଭୁରି ଭୁରି ପ୍ରଶଂସା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ