ସାଂସଦଙ୍କୁ ପୁଣି ହତ୍ୟା ଧମକ

୨୪ ଘଣ୍ଟା ଭିତରେ ତୁମକୁ ମାରିଦେବୁ। ଆମ ଲୋକ ତୁମର ବେଶ ନିଟତର ହୋଇଗଲେଣି। ଆଜି ତୁମ ଶେଷ ଦିନ, ଯାହା କରିବାର ଅଛି କରିନିଅ। ବିହାର ପୂର୍ଣ୍ଣିଆ ସାଂସଦ ପପୁ ଯାଦବଙ୍କୁ ଲରେନ୍ସ ଗ୍ୟାଙ୍ଗ ତରଫରୁ ପୁଣି ଥରେ ଏଭଳି ଧମକ ମିଳିଛି।
ପୂର୍ଣ୍ଣିୟା ସାଂସଦ ରାଜେଶ ରଞ୍ଜନ ଓରଫ ପପୁ ଯାଦବ ବର୍ତ୍ତମାନ ପୂର୍ଣ୍ଣିଆରେ ଅଛନ୍ତି। ତାଙ୍କୁ ପୁଣି ଥରେ ହତ୍ୟା ଧମକ ଦିଆଯାଇଛି। ଧମକ ଦେଉଥିବା ବ୍ୟକ୍ତି ତାଙ୍କୁ ଗତ ୨୪ ଘଣ୍ଟା ମହଲତ ଦେଇଛନ୍ତି। ହ୍ୱାଟସ୍‌ଆପ୍‌ର ଏହି ଧମକପୂର୍ଣ୍ଣ ମେସେଜ ଆସିଛି। ଏଥିରେ କୁହାଯାଇଛି ଯେ, ଆମର ସାଥୀମାନେ ଆପଣଙ୍କ ନିକଟରେ ଅତି ନିକଟତର ହୋଇଛନ୍ତି। ଏପରିକି ଆପଣଙ୍କର ଅଙ୍ଗରାକ୍ଷୀମାନେ ମଧ୍ୟ ଆପଣଙ୍କୁ ବଞ୍ଚାଇବାକୁ ସମର୍ଥ ହେବେ ନାହିଁ। ଜନ୍ମଦିନର ଶୁଭେଚ୍ଛା, ଲରେନ୍ସ ଭୋଇ ଏବଂ ତାଙ୍କ ଦଳ। ପୂର୍ଣ୍ଣିୟା ସାଂସଦ ଆପଣଙ୍କର ଶେଷ ଦିନକୁ ଉପଭୋଗ କରନ୍ତୁ।
ସୂଚନା ମୁତାବକ, ପପୁ ଯାଦବଙ୍କୁ ଯେଉଁ ନମ୍ବରରୁ ଧମକ ଆସିଛି ତାହା ପାକିସ୍ତାନର ବୋଲି ଜଣାପଡିଛି। ଧମକ ଦେଇଥିବା ବ୍ୟକ୍ତି ଜଣକ ନିଜକୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ବୋଲି ଦାବି କରୁଛି। କେବଳ ସେତକି ନୁହେଁ ୭ ସେକେଣ୍ଡର ଏକ ବିସ୍ଫୋରଣ ଭିଡିଓ ମଧ୍ୟ ସାଂସଦଙ୍କ ମୋବାଇଲ ନମ୍ବରକୁ ପଠାଯାଇଛି।

ଏହି ଧମକପୂର୍ଣ୍ଣ ମେସେଜ ମିଳିବା ପରେ ପୂର୍ଣ୍ଣିଆରେ ସାଂସଦଙ୍କ ବାସଭବନର ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ପୂର୍ବରୁ ମଧ୍ୟ ପପୁ ଯାଦବଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ନାଁରେ ସମାନ ଧମକ ମିଳିଥିଲା। ତେବେ ପୁଲିସ ଧମକ ଦେଇଥିବା ବ୍ୟକ୍ତିଙ୍କୁ ପୁର୍ଣ୍ଣିଆରୁ ଗିରଫ କରିଥିଲା।

  • Related Posts

    ବାଂଲାଦେଶରେ ଫେବ୍ରୁଆରି ୨୦୨୬ରେ ହେବ ନିର୍ବାଚନ

    ଢାକା ବାଂଲାଦେଶରେ ଶେଖ ହାସିନାଙ୍କ ଶାସନର ପତନର ଗୋଟିଏ ବର୍ଷ ପୂରଣ ଅଗଷ୍ଟ ୮ରେ ହେବାକୁ ଯାଉଛି। ଏହି ଅବସରରେ, ବାଂଲାଦେଶର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ୍ ଦେଶକୁ ସମ୍ବୋଧିତ କରିଛନ୍ତି। ନିଜ ଅଭିଭାଷଣରେ, ସେ ଘୋଷଣା କରିଛନ୍ତି ଯେ, ଦେଶର…

    ଉତ୍ତରାଖଣ୍ଡରେ ୪ ମୃତ ଓ ୫୦ରୁ ଅଧିକ ନିଖୋଜ

    ଉତ୍ତରକାଶୀ: ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା ଓ ଭୂସ୍ଖଳନରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ବାଦଲଫଟା ବର୍ଷାରେ ଉତ୍ତରକାଶୀର ଧରାଲି ଗାଁ ସମ୍ପୂର୍ଣ୍ଣ ଭାସିଯାଇଛି । କ୍ଷୀର ଗଙ୍ଗା ନଦୀର ଉପର ଭାଗରେ ବାଦଲଫଟା ବର୍ଷା ପରେ ପାହାଡରୁ ମାଟି…

    Leave a Reply

    Your email address will not be published. Required fields are marked *

    You Missed

    ଶିକ୍ଷା ବିଭା ୧୫ ହଜାର ଲାଞ୍ଚ ନେବାବେଳେ କିରାଣିଙ୍କୁ ଧରିଛି ଭିଜିଲାନସ୍

    ବାଂଲାଦେଶରେ ଫେବ୍ରୁଆରି ୨୦୨୬ରେ ହେବ ନିର୍ବାଚନ

    ବଳଙ୍ଗା ଘଟଣା: ୭ତାରିଖରେ ବିଜେଡିର ୬ଘଣ୍ଟିଆ ବନ୍ଦ

    ଉତ୍ତରାଖଣ୍ଡରେ ୪ ମୃତ ଓ ୫୦ରୁ ଅଧିକ ନିଖୋଜ

    ଜମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ୍‍ ମଲ୍ଲିକଙ୍କ ପରଲୋକ

    ଓଡିଶା ହେବ ଗ୍ଲୋବାଲ୍ ସ୍କିଲ୍ ହବ୍