ରାୟଗଡ଼ା ସହରର ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆ ନାମଫଳକ ନଥିଲେ ଦୈନିକ ୫୦୦ ଟଙ୍କା ଜରିମାନା

ରାୟଗଡ଼ା,07।09: ରାୟଗଡ଼ା ପୌରାଂଚଳରେ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆରେ ନାମଫଳକ ଲେଖିବାକୁ ବାଧ୍ୟତାମୂଳକ କରିଛି ପୌର ପରିଷଦ। ଏନେଇ ପୌର ନିର୍ବାହୀ ଅଧିକାରୀ କୁଲଦୀପ କୁମାରଙ୍କ ନେତୃତ୍ୱରେ ଏକ ଟିମ୍ ଶନିବାର ରାୟଗଡ଼ା ସହରର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନକୁ ବୁଲି ଓଡ଼ିଆ ନାମଫଳକ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଓଡିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପତ୍ର ସଂଖ୍ୟା ୧୮୧୪୪ ରେ ମିଳିଥିବା ନିର୍ଦେଶନାମା ଅନୁଯାୟୀ ଦୋକାନ ଏବଂ ବାଣିଜିକ ପ୍ରତିଷ୍ଠାନମାନଙ୍କ ସାଇନବୋର୍ଡରେ ଓଡିଆ ଭାଷାର ବ୍ୟବହାର ବାଧ୍ୟତା ମୂଳକ କରାଯାଇଛି। ସାଇନବୋର୍ଡର ସମୁଦାୟ କ୍ଷେତ୍ରଫଳର ଅନ୍ୟୁନ ୬୦ ପ୍ରତିଶତ ଓଡିଆ ଭାଷାରେ ଲିପିବଦ୍ଧ ରହିବା ଆବଶ୍ୟକ। ଏହି ନିୟମକୁ ଅନୁପାଳନ ପାଇଁ ସରକାରୀ ପ୍ରୋତ୍ସାହନ ରୂପେ ଟ୍ରେଡ ଲାଇସେନ୍ସ ନବୀକରଣ ସମୟରେ ୫୦ ପ୍ରତିଶତ ରିହାତି ପ୍ରଦାନ କରିବାର ବ୍ୟବସ୍ଥା ରହିଛି ବୋଲି କହିଛନ୍ତି ନିର୍ବାହୀ ଅଧିକାରୀ କୁଲଦୀପ। ଏହି ନିର୍ଦେଶନାମାକୁ ସମସ୍ତଙ୍କ ପାଖରେ ପହଂଚାଇବା ପାଇଁ ମାଇକ ଯୋଗେ ପ୍ରଚାର କରାଯିବା ସହିତ ଏନଫୋର୍ସମେଂଟ ଟିମ ଦ୍ୱାରା ପ୍ରତ୍ୟେକ ପ୍ରତିଷ୍ଠାନ ଗୁଡିକୁ ସଚେତନ କରାଯାଉଛି ବୋଲି କହିଛନ୍ତି କୁଲଦୀପ। ଯଦି ଏହି ସଚେତନତା ଓ ନିର୍ଦ୍ଦେଶନାମାକୁ କୌଣସି ବ୍ୟବସାୟିକ ପ୍ରତିଷ୍ଠାନ ଖାତିର ନକରନ୍ତି ତେବେ ସେପ୍ଟେମ୍ବର ୩୦ ତାରିଖ ଠାରୁ ଦୈନିକ ୫୦୦ ଟଙ୍କା ଜରିମାନା ପକାଯିବ ବୋଲି କହିଛନ୍ତି। ତେଣୁ ପୌର ପରିଷଦ ଅଧିନସ୍ଥ ସମସ୍ତ ବ୍ୟବସାୟୀ ତଥା ବାଣିଜିକ ପ୍ରତିଷ୍ଠାନ ଯଥାଶୀଘ୍ର ଓଡିଆରେ ନାମ ଫଳକ ଲେଖିବା ପାଇଁ ପୌରାଧ୍ୟକ୍ଷ ପି. ମହେଶ ପଟନାୟକ ସମସ୍ତଙ୍କୁ ଅପିଲ କରିଛନ୍ତିା

  • Related Posts

    ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର

    କୋଷାଗୁମୁଡ଼ା: ବୁଲା କୁକୁରର ଦୌରାତ୍ମ୍ୟ । ଘରେ ପଶି ଶୋଇଥିବା ଶିଶୁକୁ ଝୁଣି ଲହୁଲୁହାଣ କରିଦେଇଛି । ଶିଶୁର ମୁହଁ ସହ ଶରୀରର ବିଭିନ୍ନ ଅଂଶକୁ କାମୁଡ଼ି କ୍ଷତାକ୍ତ କରିଦେଇଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା…

    Continue reading
    ବଡ଼ ଭାଇକୁ ହତ୍ୟା କଲା ସାନ

    ବ୍ରଜରାଜନଗର: ଝାରସୁଗୁଡ଼ାଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ କୁଶ୍ରାଲୋଇ ଖପରପଡ଼ା ଗାଁରେ ଭାଇ ହାତରେ ଭାଇର ହତ୍ୟା ଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ଅଢାପଡା (ଖପରପଡ଼ା)ର ସୁଦର୍ଶନ ଓରାମ (୩୯) ଓ ଅଭିଯୁକ୍ତ ତାଙ୍କ ସାନ ଭାଇ କିଶୋର ଓରାମ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ