ମୟୂରଭଞ୍ଜ,07।09: ମୟୂରଭଞ୍ଜ ଜିଲ୍ଲା ବାରମାଇଲ-ଚିତ୍ରଡ଼ା ରାସ୍ତାର ଅସ୍ତିଆବନ୍ଧ ନିକଟରେ ଏକ ଅଟୋକୁ ହାତୀ ପଲ ଆକ୍ରମଣ କରିଛନ୍ତି। ଏଥିରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଅନ୍ୟ ୪ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି। ମୃତକ ହେଲେ ରୀନା ନାୟକ ବୋଲି ଜଣାପଡିଛି। ଅଟୋଟି ୮ଜଣ ଯାତ୍ରୀଙ୍କୁ ନେଇ ଅମର୍ଦାରୁ ବାରିପଦା ଯାଉଥିବାବେଳେ ଅସ୍ତିଆବନ୍ଧ ନିକଟରେ ହାତୀପଲ ଅଟୋକୁ ଆକ୍ରମଣ କରିଥିଲେ । ୭ ଜଣ ଦୌଡ଼ି ପଳାଇଥିବାବେଳେ ମହିଳା ଜଣକ ହାତୀ ହାବୁଡରେ ପଡିଯାଇଥିଲେ । ତାଙ୍କ ହାତ, ମୁଣ୍ଡ ଓ ଛାତିରେ ଜଭୀର ଆଘାତ ଲାଗିଛି। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି।
କୌଣସି ବି ଶିଶୁ ଶିକ୍ଷାରୁ ବଞ୍ଚିତ ହେବେ ନାହିଁ- ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର :ସାହିଗଳିରେ ବିଦ୍ୟା ଆରମ୍ଭ ପର୍ବକୁ ଉତ୍ସବ ଭାବେ ପାଳନ କରାଯାଉଛି। ଏହାଦ୍ୱାରା ପିଲାଙ୍କ ନାମଲେଖା ପାଇଁ ବାପା ମା’ମାନେ ଉତ୍ସାହିତ ହେଉଛନ୍ତି। ଆଜି ରାଜ୍ୟ ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମ-୨୦୨୬ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ…




