
ଭୁବନେଶ୍ବର: ମଞ୍ଚେଶ୍ୱର ଶିଳ୍ପାଞ୍ଚଳର ଟ୍ରାନ୍ସଫର୍ମର ତିଆରି କମ୍ପାନୀରେ ଅଗ୍ନିକାଣ୍ଡ। ଆଲ୍ଫା ଟ୍ରାନ୍ସଫର୍ମର ଲିମିଟେଡ କମ୍ପାନୀରେ ଲାଗିଲା ନିଆଁ । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି । ସର୍ଟ ସର୍କିଟ ଯୋଗୁଁ ଏହି ଆଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।
ସୂଚନା ମୁତାବକ, ସୋମବାର ସକାଳେ ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ଆଲ୍ଫା ଟ୍ରାନ୍ସଫର୍ମର ଲିମିଟେଡରେ ହଠାତ ନିଆଁ ଲାଗି ଯାଇଥିଲା । ରମ୍ପାନୀରେ ଥିବା ମେସିନଗୁଡ଼ିକ ଜଳିଯାଇଥିଲା । ଏହା ଦେଖି କମ୍ପାନୀର କର୍ମଚାରୀମାନେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଚନ୍ଦ୍ରଶେଖରପୁର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ନିଆଁ ଲାଗିବାରୁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡ଼ି ପାଉଁଶ ହୋଇଯାଇଛି ।



