ପାରାଦ୍ବୀପ ସମୁଦ୍ରରେ ନିଖୋଜ ଚୀନ୍ କ୍ରିୟୁ ମେମ୍ବରଙ୍କ ମୃତଦେହ ଉଦ୍ଧାର

ଜଗତସିଂହପୁର: ପାରାଦ୍ବୀପ ବନ୍ଦର (ପିଆଇସିଟି)ରେ ଜାହାଜରୁ ଦୁର୍ଘଟଣାବଶତଃ ସମୁଦ୍ରକୁ ଖସିପଡ଼ି ନିଖୋଜ ଥିବା ଚୀନ୍ କ୍ରିୟୁ ମେମ୍ବରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସମୁଦ୍ର ପାଣିରେ ତାଙ୍କ ମୃତଦେହ ଭାସୁଥିଲା । ପୋଲିସ ମୃତଦେହ ଉଦ୍ଧାର କରିଛି । ମୃତକଙ୍କ ନାମ ଝାଙ୍ଗ ତାଇ ବୋଲି ଜଣାପଡ଼ିଛି । ଶୁକ୍ରବାର ସକାଳେ ପାରାଦ୍ବୀପ ଅନ୍ତର୍ଜାତୀୟ କାର୍ଗୋ ଟର୍ମିନାଲରେ ସିଡ଼ି ବସାଇବା ସମୟରେ ପାଣିରେ ପଡ଼ିଯିବା ପରେ ତାଇ ନିଖୋଜ ହୋଇଯାଇଥିଲେ ।ପୋଲିସ କହିଛି ଯେ, ଗତ ଶୁକ୍ରବାର ଦିନ ସକାଳେ ଓଡ଼ିଶାର ପାରାଦ୍ବୀପ ବନ୍ଦର ପିଆଇସିଟି ବର୍ଥରେ ଏକ ଜାହାଜରୁ ଦୁର୍ଘଟଣାବଶତଃ ସମୁଦ୍ରରେ ପଡ଼ି ନିଖୋଜ ହୋଇଥିବା ଜଣେ ଚୀନ୍ କ୍ରିୟୁ ମେମ୍ବର ଝାଙ୍ଗ ତାଇଙ୍କ ମୃତଦେହ ରବିବାର ଦିନ ଉଦ୍ଧାର କରାଯାଇଛି ।ପୋଲିସ କହିଛି ଯେ, ଗତ ଶୁକ୍ରବାର ଦିନ ସକାଳେ ଓଡ଼ିଶାର ପାରାଦ୍ବୀପ ବନ୍ଦର ପିଆଇସିଟି ବର୍ଥରେ ଏକ ଜାହାଜରୁ ଦୁର୍ଘଟଣାବଶତଃ ସମୁଦ୍ରରେ ପଡ଼ି ନିଖୋଜ ହୋଇଥିବା ଜଣେ ଚୀନ୍ କ୍ରିୟୁ ମେମ୍ବର ଝାଙ୍ଗ ତାଇଙ୍କ ମୃତଦେହ ରବିବାର ଦିନ ଉଦ୍ଧାର କରାଯାଇଛି ।ପାରାଦ୍ୱୀପ ବନ୍ଦର କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ, ଗତ ଗୁରୁବାର ରାତି ଏମଭି ଲକ୍କି ଡ୍ରାଗନ ନାମକ ଏକ ମାଲ ପରିବହନକାରୀ ଜାହାଜ ପାରାଦ୍ୱୀପ ବନ୍ଦରରେ ପହଞ୍ଚିଥିଲା । ଜାହାଜଟି ଆମେରିକା ପାନାମାରୁ ପିଗ୍ ଆଇରନ ନେଇ ପରିବହନ କରୁଥିଲା । ସକାଳେ ଜାହାଜର ରୋପ ରାର୍ଡରରେ ତ୍ରୁଟି ଦେଖାଦେଇଥିଲା । ତ୍ରୁଟି ସୁଧାରିବା ପାଇଁ 2 ଜଣ କ୍ରିୟୁ ମେମ୍ବର ଜାହାଜ ଉପରକୁ ଚଢି ମରାମତି କାମ ଆରମ୍ଭ କରିଥିଲେ । ପାରାଦୀପ ଅନ୍ତର୍ଜାତୀୟ କାର୍ଗୋ ଟର୍ମିନାଲ (ପିଆଇସିଟି)ରେ ସିଡ଼ି ବସାଇବା ସମୟରେ ଦୁର୍ଘଟଣାବଶତଃ ସମୁଦ୍ର ଗଭୀର ପାଣି ମଧ୍ୟକୁ ଖସି ପଡ଼ିଥିଲେ । ଏନେଇ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଜଣେ କ୍ରିୟୁ ମେମ୍ବରଙ୍କୁ ତୁରନ୍ତ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ ନିଖୋଜ ହୋଇଯାଇଥିଲେ ।ନଖୋଜ କ୍ରିୟୁ ମେମ୍ବରଙ୍କୁ ତଟରକ୍ଷୀ ବାହିନୀ, NDRF, ଓଡ଼ିଶା ବିପର୍ଯ୍ୟୟ ରାପିଡ୍ ଆକ୍ସନ୍ ଫୋର୍ସ (ODRAF), ରାଜ୍ୟ ସାମୁଦ୍ରିକ ପୋଲିସ, ସ୍କୁବା ଡାଇଭର ଏବଂ CISFର ଏକ ମିଳିତ ଦଳ ଖାଜାଖୋଜି କାର୍ଯ୍ୟ ଆରମ୍ଭ କରିଥିଲେ । ଗତକାଲି (ରବିବାର) ଚୀନ୍‌ କ୍ରିୟୁଙ୍କ ମୃତଦେହ ପାଣିରେ ଭାସୁଥିବାର ଦେଖାଯାଇଥିଲା । ପରେ ପୋଲିସ ସମୁଦ୍ରରୁ ମୃତଦେହକୁ ଉଦ୍ଧାର କରିଛି ।

  • Related Posts

    ଦଡୀଙ୍ଗିଆ ପଞ୍ଚାୟତରେ ଜନଶୁଣାଣୀ କାର୍ଯ୍ୟକ୍ରମ

    ରାଇକିଆ: ରାଇକିଆ ବ୍ଲକର ଦଡୀଙ୍ଗିଆ ପଞ୍ଚାୟତ ସଭା ଗୃହ ରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିବ୍ୟସିଂ କଂହରଙ୍କ ଅଧ୍ୟକ୍ଷତାର ଜନଶୁଣାଣୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା. ଜନଶୁଣାଣୀରେ ମୋଟ ୧୧ ଟି ଅଭିଯୋଗ ମଧ୍ୟରେ ସାମୁହିକ ୪ଟି ଅଭିଯୋଗ ଏବଂ ୭…

    Continue reading
    ବାଲିଘାଟରୁ ଶ୍ରମିକର ମୃତଦେହ ଉଦ୍ଧାର ଘଟଣା: ଅଭିଯୁକ୍ତ ଗିରଫ

    ଦେବଗଡ଼:ଗତ ଜୁନ ମାସ ୨୧ ତାରିଖ ଦିନ ରାତିରେ ଦେବଗଡ଼ ଜିଲ୍ଲାର ବାରକୋଟ ଥାନାର ସିଂହଶାଳ ପଞ୍ଚାୟତର ଚଟିଆପାଲି ବାଲିଘାଟରୁ ଶ୍ରମିକ ଇନ୍ଦ୍ର ମୁଣ୍ଡାଙ୍କର ଗଳିତ ମୃତଦେହ ଉଦ୍ଧାର କରିଥିଲା ପୁଲିସ। ଏନେଇ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ