ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଯୋଜନା ପ୍ରସ୍ତୁତି ସମୀକ୍ଷା ବୈଠକ

ଭୁବନେଶ୍ୱର: ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଯୋଜନା ଅନ୍ତର୍ଗତ ଚଳିତ ଆର୍ଥିକ ବର୍ଷର ପ୍ରଥମ ପର୍ୟ୍ୟାୟରେ ତୀର୍ଥଯାତ୍ରୀମାନେ ଭୁବନେଶ୍ୱରରୁ ଅଯୋଧ୍ୟା ଓ ବାରଣାସୀ ବୁଲି ଦେଖିବାର କାର୍ୟ୍ୟକ୍ରମ ରହିଛି । ଏଥି ନିମନ୍ତେ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ଅମୃତ ଋତୁରାଜଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରସ୍ଥିତ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ସମ୍ପୃକ୍ତ ଅଧିକାରୀ ମାନଙ୍କୁ ଦିଆଯାଇଥିବା ଦାୟିତ୍ୱ ସମ୍ପର୍କରେ ପୁଙ୍ଖାନୁପୁଖ ଆଲୋଚନା କରଯାଇଛି । ଏହି ଯୋଜନାରେ କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଢେଙ୍କାନାଳର ୭୭୫ ଜଣ ତୀର୍ଥଯାତ୍ରୀ ଏବଂ ସେମାନଙ୍କୁ ସହଯୋଗ କରିବାକୁ ୨୫ ଜଣ ଅଧିକାରୀ ଏହି ପ୍ରଥମ ପର୍ୟ୍ୟାୟରେ ସାମିଲ ହେବେ । ଆସନ୍ତା ସେପ୍ଟେମ୍ବର ୧୦ରୁ ତୀର୍ଥଯାତ୍ରୀମାନେ ଭୁବନେଶ୍ୱର ଷ୍ଟେସନରୁ ବାହାରି ଅଯୋଧ୍ୟା ଓ ବାରଣାସୀ ଦର୍ଶନ କରି ସେପ୍ଟେମ୍ବର ୧୫ ତାରିଖରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ ।

ଏହି ପ୍ରସ୍ତୁତି ବୈଠକରେ ତୀର୍ଥଯାତ୍ରାରେ ସାମିଲ ହେଉଥିବା ବରିଷ୍ଠ ନାଗରିକମାନଙ୍କର ସୁରକ୍ଷା,ଖାଦ୍ୟପେୟ, ସ୍ୱାସ୍ଥ୍ୟ ଆଦି ସଂପର୍କରେ ବିଶଦ ଭାବେ ଆଲୋଚନା କରାଯାଇଥିଲା । ସଂପୃକ୍ତ ତୀର୍ଥଯାତ୍ରୀମାନେ ସେପ୍ଟେମ୍ବର ୯ ତାରିଖରେ ସେମାନଙ୍କ ଜିଲ୍ଲାରୁ ବାହାରି ଭୁବନେଶ୍ୱରରେ ପହଞ୍ଚିବେ । ସେମାନଙ୍କ ନିମନ୍ତେ ଭୁବନେଶ୍ୱରର ୫ଟି ବିଭିନ୍ନ ସରକାରୀ ଅନୁଷ୍ଠାନରେ ଅସ୍ଥାୟୀ ରହଣି ସ୍ଥଳର ବ୍ୟବସ୍ଥା କରାଯାଇଛି । ସେମାନଙ୍କ ପାଇଁ କ୍ୟାପିଟାଲ ହାଇସ୍କୁଲ, ୟୁନିଟ ୯ ବାଳିକା ଏବଂ ବାଳକ ଉଚ୍ଚ ବିଦ୍ୟାଳୟ, ଭାରତ ସ୍କାଉଟ୍ସ ଓ ଗାଇଡ଼ସ, ଭୀମ ଭୋଇ ଦୃଷ୍ଟିହୀନ ସରକାରୀ ଉଚ୍ଚ ବିଦ୍ୟାଳୟରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏହି ରହଣି ସ୍ଥଳରେ ବରିଷ୍ଠ ନାଗରିକଙ୍କ ସୁରକ୍ଷା, ସ୍ୱାସ୍ଥ୍ୟ ଯାଞ୍ଚ, ଖାଦ୍ୟ,ପାନୀୟ, ଶୌଚାଳୟ ଏବଂ ଆନୁଷଙ୍ଗିକ ବ୍ୟବସ୍ଥା ସଂପର୍କରେ ବିହିତ ପଦକ୍ଷେପ ଗ୍ରହଣ କରାଯାଇଛି । ଏତଦବ୍ୟତୀତ ପ୍ରତ୍ୟେକ କେନ୍ଦ୍ରରେ ସନ୍ଧ୍ୟା ସମୟରେ ପ୍ରବଚନ କାର୍ୟ୍ୟକ୍ରମର ମଧ୍ୟ ବ୍ୟବସ୍ଥା କରାଯାଇଛି । ଏଥି ନିମନ୍ତେ ସୂଚାରୁ ରୂପେ ନିଜ କର୍ତ୍ତବ୍ୟ ପାଳନ କରିବାକୁ ଜିଲ୍ଲାପାଳ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା, ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରୁଦ୍ର ନାରାୟଣ ମହାନ୍ତି, ଭୁବନେଶ୍ୱର ଉପଜିଲ୍ଲାପାଳ ଡ. ମନୋରଞ୍ଜନ ସାହୁ, ପର୍ୟ୍ୟଟନ ସହନିର୍ଦ୍ଦେଶକ ଶ୍ରୀ ଅଞ୍ଜନ କୁମାର ବାରିକ, ଖୋର୍ଦ୍ଧା ପର୍ୟ୍ୟଟନ ଉନ୍ନୟନ ଅଧିକାରୀ ମୀରା ବେହେରା, ପୁଲିସ, ଅଗ୍ନିଶମ ଓ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନର କାର୍ୟ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

  • Related Posts

    ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ସ୍ୱଚ୍ଛତା ପକ୍ଷ ପାଳନ

    ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆସ୍ଥିତ ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ଭାରତ ସରକାରଙ୍କ ନିର୍ଦ୍ଦେଶକ୍ରମେ ସ୍ୱଚ୍ଛତା ପକ୍ଷ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସ୍ୱାଧୀନତା ଦିବସ ଉପଲକ୍ଷେ ଅଗଷ୍ଟ ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ସ୍ୱଚ୍ଛତା ପକ୍ଷ ପାଳନ କରାଯାଉଥିବା ବେଳେ ଏହାର…

    Continue reading
    ସୁଗଡ଼ବାଡ଼ି ବାଳିକା ବିଦ୍ୟାଳୟ ପରିସରରେ ‘ଆମ ପୋଲିସ ଆମ ସାଥୀ’ କାର୍ଯ୍ୟକ୍ରମ

    ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ପୁଲିସ ପ୍ରଶାସନ ପକ୍ଷରୁ ‘ଆମ ପୋଲିସ ଆମ ସାଥୀ’ କାର୍ଯ୍ୟକ୍ରମ ସ୍ଥାନୀୟ ସୁଗଡ଼ବାଡ଼ି ବାଳିକା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଛାତ୍ରୀମାନଙ୍କୁ ସାଇବର ଅପରାଧ, ଆଇନ, ପୋକ୍ସୋ ଆଇନ (ଶିଶୁ ଯୌନ ନିର୍ଯାତନା ନିବାରଣ ଆଇନ୍)ଓ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ