ଓଡ଼ିଶାରେ ନକ୍ସଲ ସଂଗଠନର ନେତୃତ୍ବ ନେଉଛନ୍ତି ଆନ୍ଧ୍ର, ଛତିଶଗଡ଼ର କ୍ୟାଡର

ଭୁବନେଶ୍ବର: କେନ୍ଦ୍ର ଓ ରାଜ୍ୟ ସରକାର ୨୦୨୬ ସୁଦ୍ଧା ନକ୍ସଲମାନଙ୍କର ମୂଳପୋଛ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥି ପାଇଁ ନକ୍ସଲ ପ୍ରଭାବିତ ଅଞ୍ଚଳରେ ଜୋରଦାର ସର୍ଚ୍ଚ ଅପରେସନ ଜାରି ରହିଛି। ନକ୍ସଲମାନେ ପୁଲିସ ନିକଟରେ ଭୟରେ ଆତ୍ମସମର୍ପଣ କରୁଛନ୍ତି। ଧୀରେଧୀରେ ନକ୍ସଲ ଗତିବିଧି ହ୍ରାସ ପାଇବାରେ ଲାଗିଛି। ସୁରକ୍ଷା ବ୍ୟବସ୍ଥା ମଜବୁତ ସାଙ୍ଗକୁ ବିକାଶ କାମ ଯୋଗୁଁ ନକ୍ସଲମାନେ ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି। ତଥାପି ଏବେ ବି ମଝିରେ ମଝିରେ ନକ୍ସଲ ଗତିବିଧି ଜାରି ରହିଛି। ଓଡ଼ିଶାରେ ଏବେବି ୬୦ରୁ ୭୦ ଜଣ ନକ୍ସଲ ରହିଛନ୍ତି। ଏଥିରୁ ଓଡ଼ିଶା କ୍ୟାଡର ନକ୍ସଲ ସଂଖ୍ୟା ମାତ୍ର ୬ରୁ ୭ ଜଣ। ବାକି ସବୁ କ୍ୟାଡର ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର ଓ ଝାଡ଼ଖଣ୍ଡର ଅଛନ୍ତି। ଓଡ଼ିଶାରେ ସଂଗଠନର ନେତୃତ୍ବ ନେଉଛନ୍ତି ଛତିଶଗଡ଼ ଓ ଆନ୍ଧ୍ର କ୍ୟାଡର ନକ୍ସଲ। ଦେଶରେ ୩୮ ନକ୍ସଲ ପ୍ରଭାବିତ ଜିଲ୍ଲା ରହିଛି। ଏଥିରୁ ମାଲକାନଗିରି, କୋରାପୁଟ, କନ୍ଧମାଳ ସମେତ ଓଡ଼ିଶାରେ ୭ଟି ଜିଲ୍ଲା ସାମିଲ ରହିଛି। ବିଏସ୍ଏଫ୍ ଆଇଜି ଚାରୁଧ୍ବଜ ଅଗ୍ରୱାଲ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ନିକଟରେ ମାଲକାନଗିରି ଜିଲ୍ଲାର ଏମଭି-୭୯ ଥାନା ଅନ୍ତର୍ଗତ ଜିନେଲଗୁଡା ସାବେରୀ ନଦୀ କୂଳରେ ପୁଲିସ ଏବଂ ନକ୍ସଲ ମଧ୍ୟରେର ଗୁଳି ବିନିମୟ ହୋଇଥିଲା। ଏହି ଗୁଳି ବିନିମୟରେ ଜଣେ ନକ୍ସଲ ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା। ପରେ କିନ୍ତୁ ମୃତ ବ୍ୟକ୍ତି ଜଣକ ଗ୍ରାମବାସୀ ବୋଲି ଜଣାପଡିଥିଲା। ଯବାନଙ୍କ ଉପରେ ଗୁଳି ଚଳାଇ ନକ୍ସଲ ଖସି ଯାଇଥିଲେ। ରାତିର ଅନ୍ଧାରରେ ଜଂଗଲରେ ଖସି ପୁଣି ଛତିଶଗଡ଼ ମୁହାଁ ହୋଇଥିଲେ। ଓଡ଼ିଶାର ଯବାନଙ୍କ ହାତରୁ ବର୍ତ୍ତି ଯାଇଥିଲେ ମଧ୍ୟ ତାଂକୁ ମୃତ୍ୟୁ ଅପେକ୍ଷା କରିଥିଲା ଛତିଶଗଡରେ। ଓଡ଼ିଶା ସୀମା ପାର କରି ସୁକମା ଜିଲ୍ଲାର ଭେଜ୍ଜି ଥାନା ଅଂଚଳର ଜଂଗଲରେ ଆଶ୍ରୟ ନେବାକୁ ଚେଷ୍ଟା କରୁଥିବା ବେଳେ ସେପଟେ ଡିଆରଜି, ଏସଟିଏଫ ଯବାନ ନକ୍ସଲଙ୍କୁ ଅପେକ୍ଷା କରି ରହିଥିଲେ।ନକ୍ସଲ କ୍ୟାମ୍ପ କରି ରହିଥିବା ସ୍ଥାନରେ ଯବାନ ଚଢାଉ କରିଥିଲେ।

  • Related Posts

    ଆମେରିକୀୟ ସଂସଦ ନିମ୍ନ ସଦନରେ ଆମେରିକା-ଇରାନ ଯୁଦ୍ଧ ରୋକିବା ବିଲ୍ ପାରିତ

    ୱାଶିଂଟନ୍: ବୁଧବାର ଆମେରିକା ସଂସଦ ‘ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସ’ରେ ଗୁରୁତ୍ୱପୂର୍ଣ୍ଣ ଯୁଦ୍ଧ କ୍ଷମତା ପ୍ରସ୍ତାବ ପାରିତ ହୋଇଛି। ଟ୍ରମ୍ପଙ୍କ ନିଜ ଦଳ ରିପବ୍ଲିକାନର କିଛି ସାଂସଦ ବିରୋଧୀ ଡେମୋକ୍ରାଟ୍ସଙ୍କ ସହ ମିଶି ଏହି ପ୍ରସ୍ତାବ ସପକ୍ଷରେ ଭୋଟ୍ ଦେଇଛନ୍ତି। ଇରାନ ବିରୋଧରେ…

    Continue reading
    କେରଳମ୍ ଛୁଇଁଲା ମୌସୁମୀ ବାୟୁ

    କେରଳମ୍ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଛି ଏହି ସୂଚନା। ସାଧାରଣତଃ ଜୁନ୍ ୧ ତାରିଖରେ ମୌସୁମୀ ବାୟୁ କେରଳମ୍ ଛୁଇଁଥାଏ। ଚଳିତ ବର୍ଷ ମେ’ ୨୬ ତାରିଖରେ ମୌସୁମୀ ବାୟୁ କେରଳମ୍ ଛୁଇଁବ ବୋଲି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ