ହେମଗିର ତହସିଲଦାର ନିଲମ୍ଵିତ

ସୁନ୍ଦରଗଡ଼ : ଲୋକଙ୍କୁ ଦୁର୍ବ୍ୟବହାର ଓ କାର୍ଯ୍ୟରେ ଅବହେଳା ମହଙ୍ଗା ପଡ଼ିଲା। ନିଲମ୍ବିତ ହେଲେ ସୁନ୍ଦରଗଡ଼ ଜିଲ୍ଲା ହେମଗିର ତହସିଲଦାର ଲାବଣ୍ୟନ୍ଦୁ ମହାନ୍ତି। ସେ ନିୟମିତ ଅଫିସକୁ ଆସୁ ନଥିବା ଓ ତହସିଲ କାର୍ଯ୍ୟାଳୟକୁ ଆସୁଥିବା ଜନସାଧାରଣଙ୍କୁ ଦୁର୍ବ୍ୟବହାର କରୁଥିବା ନେଇ ସ୍ଥାନୀୟ ଲୋକେ ଜିଲ୍ଲାପାଳ ତଥା ରାଜ୍ୟ ସରକାରଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଏହା ପରେ ଘଟଣାର ତଦନ୍ତ କରାଯାଇଥିଲା। ତଦନ୍ତ ରିପୋର୍ଟକୁ ଜିଲ୍ଲାପାଳ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ। ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ତହସିଲଦାର ଲାବଣ୍ୟନ୍ଦୁ ମହାନ୍ତିଙ୍କୁ ନିଲମ୍ବନ କରାଯାଇଛି। ନିଲମ୍ବନ ଅବଧି ସମୟରେ ତାଙ୍କୁ ଜିଲ୍ଲାପାଳଙ୍କ ଅଫିସରେ ରିପୋର୍ଟ କରିବାକୁ କୁହାଯାଇଛି। ଜିଲ୍ଲାପାଳଙ୍କ ବିନା ଅନୁମତିରେ ସେ ମୁଖ୍ୟାଳୟ ଛାଡ଼ି କେଉଁ ଆଡ଼େ ଯାଇପାରିବେ ନାହିଁ ନିର୍ଦ୍ଦେଶ ଦିଆଯାଇଛି। ତହସିଲଦାର ଲାବଣ୍ୟନ୍ଦୁ ମହାନ୍ତିଙ୍କୁ ନିଲମ୍ବନ କରାଯିବା ପରେ ସ୍ଥାନୀୟ ଲୋକେ ଖୁସି ପ୍ରକଟ କରିଛନ୍ତି। ସ୍ଥାନୀୟ ବାସିନ୍ଦା ରାଜେନ୍ଦ୍ର ନାଏକ କହିଛନ୍ତି, ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ସାଧାରଣ ଲୋକେ ଜମିଜମା ମାମଲାରେ ନିୟମିତ ତହସିଲ ଅଫିସକୁ ଆସୁଛନ୍ତି। କିନ୍ତୁ ତହସିଲଦାର ଲାବଣ୍ୟନ୍ଦୁ ମହାନ୍ତି ଅଫିସରେ ରୁହନ୍ତି ନାହିଁ। ସେ ତାଙ୍କ ମନଇଚ୍ଛା ଅଫିସ ଆସନ୍ତି। ଦୁର୍ନୀତିର ଗନ୍ତାଘର ପାଲିଟିଥିଲା ହେମଗିରି ତହସିଲ। ସରକାର ତାଙ୍କ ବିରୋଧରେ ଯେଉଁ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି, ତାହା ସୁନ୍ଦରଗଡ଼ ଜିଲ୍ଲାରେ କାର୍ଯ୍ୟ କରୁଥିବା ଅନ୍ୟ ଦୁର୍ନୀତିଗ୍ରସ୍ତ ଅଧିକାରୀ ତଥା ଯେଉଁ ଅଧିକାରୀମାନେ ଲୋକଙ୍କ କଥା ଶୁଣନ୍ତି ନାହିଁ କି କାମ କରନ୍ତି ନାହିଁ, ସେମାନଙ୍କ ପାଇଁ ଚେତବାନୀ ସଦୃଶ ହୋଇଛି।

  • Garvita Odia

    Related Posts

    ୯ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା

    ଭୁବନେଶ୍ୱର : ରାଜ୍ୟର ବହୁ ସ୍ଥାନରେ ବର୍ଷା ହୋଇଛି । କିଛି ଜାଗାରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ପାଣିପାଗ ପୂର୍ବାନୁମାନ ହେଲା, ଗୁରୁବାର ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ୯ଟି ଜିଲ୍ଲାରେ ପ୍ରବଳ ବର୍ଷା…

    ସ୍ଥିତି ଦେଖି ସ୍କୁଲ ବନ୍ଦ ନିଷ୍ପତ୍ତି: ମନ୍ତ୍ରୀ

    ଭୁବନେଶ୍ୱର: ହଇଜା ମୁକାବିଲା ନେଇ ଗୁରୁବାର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାଗଣ୍ଡ ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ୩ ଜିଲ୍ଲାରେ ସ୍ଥିତି ଦେଖି ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ସ୍କୁଲ ବନ୍ଦ ନିଷ୍ପତ୍ତି ନେବେ । ସ୍ଥିତି ଅଣାୟତ୍ତ…

    Leave a Reply

    Your email address will not be published. Required fields are marked *

    You Missed

    ୪ ରାଜ୍ୟର ୫ଟି ବିଧାନସଭା ଆସନ ପାଇଁ ଚାଲିଛି ଭୋଟ

    ୪ ରାଜ୍ୟର ୫ଟି ବିଧାନସଭା ଆସନ ପାଇଁ ଚାଲିଛି ଭୋଟ

    ନବ ଦାସଙ୍କ ଲିଙ୍କ୍‌ରେ ସହଯୋଗୀ ସଞ୍ଜୟ ନନ୍ଦଙ୍କ ଘରେ ଆଇଟି ରେଡ୍

    ନବ ଦାସଙ୍କ ଲିଙ୍କ୍‌ରେ ସହଯୋଗୀ ସଞ୍ଜୟ ନନ୍ଦଙ୍କ ଘରେ ଆଇଟି ରେଡ୍

    ୧୯ଟି ମାଛର ଦାମ ୩୩ ଲକ୍ଷ

    ୧୯ଟି ମାଛର ଦାମ ୩୩ ଲକ୍ଷ

    ୫୩ ଲକ୍ଷ ହଡ଼ପ, ପୂର୍ବତନ ପିଇଓ ଗିରଫ

    ୫୩ ଲକ୍ଷ ହଡ଼ପ, ପୂର୍ବତନ ପିଇଓ ଗିରଫ

    ୯ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା

    ୯ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା

    ଇରାନ ଉପରେ ଇସ୍ରାଏଲୀ ଆକ୍ରମଣ: ୬୩୯ ମୃତ

    ଇରାନ ଉପରେ ଇସ୍ରାଏଲୀ ଆକ୍ରମଣ: ୬୩୯  ମୃତ