କ୍ଷୀର ଅପମିଶ୍ରଣ: ମାଡ଼ି ବସିଲା ପୁଲିସ

କଟକ: ଜାତୀୟ ରାଜପଥ କଡ଼ରେ ଅନ୍ଧାର ରାତିରେ ଚାଲିଥିଲା କ୍ଷୀର ଅପମିଶ୍ରଣ । ମାଡ଼ି ବସିଲା ପୁଲିସ । ମଙ୍ଗଳବାର ଗତକାଲି ବିଳମ୍ବିତ ରାତିରେ କଟକ ଜିଲ୍ଲା ଗୁରୁଡ଼ି ଝାଟିଆ ଥାନା ଅନ୍ତର୍ଗତ କୁଷ୍ପଙ୍ଗି ନିକଟ ଏକ ହୋଟେଲ ପଛ ପଟେ କ୍ଷୀର ଅପମିଶ୍ରିତ ଚାଲିଥିବା ନେଇ ଖବର ପାଇଥିଲା ପୁଲିସ । ପରେ ଅତର୍କିତ ଚଢ଼ଉ କରିଥିଲା ଗୁରୁଡ଼ିଝାଟିଆ ପୁଲିସ । ଘଟଣା ସ୍ଥଳରୁ କ୍ଷୀର ଟ୍ୟାଙ୍କର ଡ୍ରାଇଭର ସମେତ କ୍ଷୀର ଅପମିଶ୍ରିତ କରୁଥିବା ଦୁର୍ବୁତ୍ତମାନେ ଫେରାର ହୋଇଯାଇଥିଲେ । ଘଟଣାରେ କ୍ଷୀର ଟ୍ୟାଙ୍କର, ଏକ ଟାଟା ଏସି ଗାଡ଼ି ସମେତ କ୍ଷୀର ଅପମିଶ୍ରଣରେ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି । ଦୀର୍ଘଦିନ ଧରି ଏଭଳି ଅପମିଶ୍ରିତ ଚାଲିଥିବା ନେଇ ସତର୍କ ନଜର ରଖିଥିଲା । ମେସିନ୍ ଦ୍ଵାରା କ୍ଷୀର ଗାଡ଼ି ମଧ୍ୟରେ ପାଣି ଲୋଡ୍ କରି କ୍ଷୀରକୁ ବାହାର କରି ସେଥିରେ ଲୁଣ, ପାଉଡର୍ ଓ ଏକ କ୍ୟାମିକାଲ୍ ଅପମିଶ୍ରିତ କରି ଦିଆଯାଉଥିବା ଜଣାପଡ଼ିଛି । ଏହି କ୍ଷୀର ଗାଡ଼ି ସମ୍ବଲପୁରରୁ କଟକର ଏକ ଦାମୀ କମ୍ପାନିକୁ ଯାଉଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି । ପୁଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି ।

  • Related Posts

    ମାନସିକ ବିକାରଗସ୍ତ ଯୁବତୀକୁ ଦୁଷ୍କର୍ମ

    ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ଥାନା ଗାଙ୍ଗପଡା ଗ୍ରାମରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ମାନସିକ ବିକାରଗସ୍ତ ଯୁବତୀକୁ ସେହି ଗ୍ରାମର ଜନୈକ ଯୁବକ ବଳପୂର୍ବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୁଲିସ ଘଟଣାରେ ଏକ ମାମଲା ରୁଜୁ ଅଭିଯୁକ୍ତ…

    Continue reading
    ରାଜଧାନୀରେ ହଣାକଟା

    ଭୁବନେଶ୍ୱର: ରାଜଧାନୀରେ ଅସାମାଜିକଙ୍କ ଆତଙ୍କରାଜ । ବିଳମ୍ବିତ ରାତିରେ ବୁଲିଲା ଖଣ୍ଡା । ଭୁବନେଶ୍ବରରେ ହଣାକଟା । ରାତିରେ ଘରକୁ ଫେରୁଥିବା ବେଳେ ଗାଙ୍ଗୁରାମ ମିଠା ଦୋକାନୀ ମିସ୍ତ୍ରୀଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି । କିଛି ଦୁର୍ବୃତ୍ତ ଖଣ୍ଡାରେ ଗୋଡ଼ାଇ ଗୋଡ଼ାଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ