ପାରାଦ୍ବୀପରେ ନିର୍ମାଣ ହେବ ରାଜ୍ୟର ପ୍ରଥମ କଙ୍କଡ଼ା ଜାଆଁଳ ଉତ୍ପାଦନ କେନ୍ଦ୍ର

ଭୁବନେଶ୍ୱର: ଓଡିଶା କଙ୍କଡା ଚାଷୀଙ୍କ ବହୁ ଦିନର ସ୍ବପ୍ନ ହେବାକୁ ଯାଉଛି ସାକାର । ପାରାଦ୍ବୀପରେ ୨ କୋଟି ୮୧ ଲକ୍ଷ ଟଙ୍କା ବ୍ୟୟ କରାଯାଇ ୫ ଲକ୍ଷ ଉତ୍ପାଦନ କ୍ଷମତା ସମ୍ପନ୍ନ ରାଜ୍ୟର ପ୍ରଥମ କଙ୍କଡ଼ା ଜାଆଁଳ ଉତ୍ପାଦନ କେନ୍ଦ୍ରର ହେବ ନିର୍ମାଣ । ଏହା ଫଳରେ ଓଡ଼ିଶାର କଙ୍କଡା ଚାଷୀଙ୍କୁ ଆଉ କଙ୍କଡ଼ା ଜାଆଁଳ ପାଇଁ ଚେନ୍ନାଇସ୍ଥିତ ରାଜୀବ ଗାନ୍ଧୀ ଜଳଜୀବ କେନ୍ଦ୍ର ଉପରେ ନିର୍ଭର କରିବାକୁ ପଡିବ ନାହିଁ । ସୁଦୂର ଚେନ୍ନାଇରୁ କଙ୍କଡା ଜାଆଁଳ ଆମଦାନୀ ହେତୁ ଚାଷୀ ମାନଙ୍କର ହେଉଥିବା ଅର୍ଥ ଓ ସମୟର ଅପଚୟ ବହୁମାତ୍ରାରେ କମିଯିବ । ସେମାନଙ୍କର ଆର୍ଥିକ ମାନଦଣ୍ଡରେ ଆଖିଦୃଶିଆ ଉନ୍ନତି ଆସିବ । ତାହା ସହିତ କଙ୍କଡା ଚାଷ ପ୍ରତି ଆମ ଲୋକଙ୍କ ଆଗ୍ରହ ବୃଦ୍ଧି ପାଇବ ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଏବଂ ଶ୍ରମିକ ଓ କର୍ମଚାରୀ ରାଜ୍ୟବୀମା ମନ୍ତ୍ରୀ ଶ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଏହି ବହୁ ଆକାଂକ୍ଷିତ ପ୍ରକଳ୍ପର ଚୁକ୍ତିନାମା ସ୍ଵାକ୍ଷରକୁ ଅନୁମୋଦନ କରି ପ୍ରକାଶ କରିଛନ୍ତି ।

ବିଭାଗୀୟ ମନ୍ତ୍ରୀ ଶ୍ରୀ ଖୁଣ୍ଟିଆଙ୍କ ଅନୁମୋଦନ କ୍ରମେ କଙ୍କଡ଼ା ଜାଆଁଳ ଉତ୍ପାଦନ କେନ୍ଦ୍ର ସ୍ଥାପନ ନେଇ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଅଧିନସ୍ଥ ECRICC -GCF ଓଡିଶା ସରକାରଙ୍କ ମତ୍ସ୍ୟ ନିର୍ଦ୍ଦେଶାଳୟ ଏବଂ ରାଜୀବ ଗାନ୍ଧୀ ଜଳଜୀବ କେନ୍ଦ୍ର ମଧ୍ୟରେ ଖୁବ ଶୀଘ୍ର ଏକ ତ୍ରିପାକ୍ଷିକ ଚୁକ୍ତି ସ୍ବାକ୍ଷରିତ ହେବାକୁ ଯାଉଛି । ଏହି ଚୁକ୍ତିନାମା ଅନୁଯାୟୀ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆର୍ଥିକ ସହାୟତା ପ୍ରଦାନ କରୁଥିବା ବେଳେ ରାଜୀବ ଗାନ୍ଧୀ ଜଳଜୀବ କେନ୍ଦ୍ର ପ୍ରଦାନ କରିବ ବୈଷୟିକ ସହାୟତା ଏବଂ ମତ୍ସ୍ୟ ନିର୍ଦ୍ଦେଶାଳୟ କରିବ ଏହାର କାର୍ଯ୍ୟାନ୍ବୟନ ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ଡବଲ ଇଂଜିନର ସରକାର ଓଡ଼ିଶାକୁ ସ୍ୱୟଂ ସମ୍ପନ୍ନ ଓ ସ୍ୱୟଂ ସମୃଦ୍ଧ ପାଇଁ ସଂକଳ୍ପବଦ୍ଧ, ଏହାର ଏକ ବାସ୍ତବ ପ୍ରମାଣ ହେଉଛି ପାରାଦ୍ବୀପରେ କଙ୍କଡ଼ା ଜାଆଁଳ ଉତ୍ପାଦନ କେନ୍ଦ୍ର ସ୍ଥାପନ । କଙ୍କଡ଼ା ଉତ୍ପାଦନ କେନ୍ଦ୍ର ସ୍ଥାପନ କରାଗଲା ପରେ ଓଡ଼ିଶାର କଙ୍କଡ଼ା ଚାଷୀଙ୍କ ଭାଗ୍ୟରେ ବିରାଟ ପରିବର୍ତ୍ତନ ଆସିବା ସହିତ ଓଡିଶା ସାଜିବ କଙ୍କଡ଼ା ଜାଆଁଳ ଉତ୍ପାଦନର ପ୍ରାଣକେନ୍ଦ୍ର ବୋଲି ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ଆଶାବ୍ୟକ୍ତ କରିଛନ୍ତି ।
ଓଡ଼ିଶାର ଚାରିଟି ଉପକୂଳବର୍ତ୍ତୀ ଜିଲ୍ଲା ପୁରୀ, ଗଞ୍ଜାମ, ବାଲେଶ୍ବର ଓ କେନ୍ଦ୍ରାପଡ଼ାରେ କାର୍ଯ୍ୟ କରୁଛି ECRICC ପ୍ରକଳ୍ପ । ଜୁଲାଇ ମାସରେ MPEDA ଦ୍ୱାରା ଆୟୋଜିତ ‘ସିଫୁଡ୍ ଏକ୍ସପୋ ଭାରତ ୨୦୨୫’ (SEB-25) ରେ ଓଡ଼ିଶାର ଜଳବାୟୁ-ଅନୁକୂଳ ଜଳୀୟ କୃଷି ଏବଂ ଏହି ସଂକ୍ରାନ୍ତୀୟ ବିକାଶକୁ ପ୍ରୋତ୍ସାହନ ଦେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ECRICC ପ୍ରକଳ୍ପକୁ ସରକାରୀ ବିଭାଗରେ ପ୍ରଥମ ପୁରସ୍କାର ମିଳିପାରିଛି ।ECRICC ପ୍ରକଳ୍ପ ଅଧୀନରେ ଆଇ.ଆଇ.ଟି., ଭୁବନେଶ୍ବରର ବୈଷୟିକ ସହାୟତାରେ ‘ଓଡିଶା ଉପକୂଳର ଜୈବ ବିବିଧତାର ସୁରକ୍ଷା ଓ ସମୃଦ୍ଧି ପାଇଁ ସମୁଦ୍ର ଘାସଶଯ୍ୟା ଏବଂ ଲୁଣ ଜଳାଶୟ ପୁନରୁଦ୍ଧାର ଉପରେ ଉପରେ ବିଶେଷ ଗୁରୁତ୍ଵାରୋପ କରାଯାଉଛି। ମୋଟ ୨୪୪୬ ହେକ୍ଟର ଲୁଣା ଜଙ୍ଗଲର ପୁନରୁଦ୍ଧାର ସହିତ ଗୋଷ୍ଠୀ ସହାୟତା ଭିତ୍ତିକ କାର୍ଯ୍ୟକ୍ରମ ଯଥା; ଲୁଣା ଜଙ୍ଗଲର ବନୀକରଣ, କ୍ରୀକ ଗଭୀରତା ଏବଂ ଫିସ ବୋନ ଚ୍ୟାନେଲ୍ ନିର୍ମାଣ କରାଯାଉଛି। ଏହାବ୍ୟତୀତ ଭାରତ ସରକାରଙ୍କ Marine Products Export Development Authority (MPEDA) ର ବୈଷୟିକ ସହାୟତାରେ ୬୭ଟି ୟୁନିଟରେ ପାଇଲଟ୍ ଭିତ୍ତିରେ କଙ୍କଡା ଚାଷ ଏବଂ ବଜ଼ାର ସଞ୍ଜୋଜିକରଣକୁ ସୁଗମ କରିଛି ECRICC । Central Institute of Freshwater Aquaculture (CIFA)ର ବୈଷୟିକ ସହାୟତାରେ ସମୁଦ୍ରତଟୀୟ ସମୁଦାୟଙ୍କ ଜୀବିକାରେ ଆଶାତୀତ ଉନ୍ନତି ପାଇଁ ECRICC ପ୍ରକଳ୍ପ ଦ୍ୱାରା ୪୫ ୟୁନିଟ ରଙ୍ଗୀନ ମାଛ ଚାଷ ଆରମ୍ଭ କରାଯାଇଛି । କେବଳ ଏତିକି ନୁହେଁ, ECRICC ପ୍ରକଳ୍ପ ଦ୍ଵାରା ସମୁଦ୍ରତଟ ଅଞ୍ଚଳର ଲୋକମାନଙ୍କ ଜୀବିକାକୁ ସୁଦୃଢ଼ କରିବା ପାଇଁ ୭୦ ଜଣ କୃଷକଙ୍କୁ ସାମୁଦ୍ରିକ ଶୈବାଳ (Seaweed) ଚାଷ ପାଇଁ ବୈଷୟିକ ଏବଂ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି । ସେହିପରି ଏହି ପ୍ରକଳ୍ପ ଦ୍ଵାରା ୨୮୨୦୧ ଜଣ ଚାଷୀଙ୍କୁ SRI ପଦ୍ଧତିରେ ଚାଷ ନିମନ୍ତେ ବୈଷୟିକ ଏବଂ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ମହିଳା ସଶକ୍ତିକରଣ ଦିଗରେ ମଧ୍ୟ ଅନେକ କାମ କରୁଛି ECRICC । ଏହି ପ୍ରକଳ୍ପ ଦ୍ଵାରା ନିୟୋଜିତ ୩୦୪ ଜଣ ମହିଳା ଜଳବାୟୁ ଚ୍ୟାମ୍ପିଅନ୍ (Climate Champion) ଗ୍ରାମ୍ୟସ୍ତରରେ ଜନ ସଚେତନତା ବୃଦ୍ଧିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି ।

  • Related Posts

    ରାଜ୍ୟରେ ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର

    ଭୁବନେଶ୍ଵର : ରାଜ୍ୟରେ ଜନଗଣନାକୁ ନେଇ ଆସିଲା ବଡ଼ ଅପଡେଟ୍। ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର ଲୋକ। ସ୍ଵଜନଗଣନା ପ୍ରକ୍ରିୟାରେ ଅଧିକରୁ ଅଧିକ ସାମିଲ ହେବା ପାଇଁ ସାଧାରଣ ଲୋକଙ୍କୁ ଅପିଲ୍ କଲେ ମୁଖ୍ୟ ଶାସନ ସଚିବ ଏବଂ…

    Continue reading
    ଜଣେ ବି ଚାଷୀର ଧାନ ରହିବ ନାହିଁ: ସମବାୟ ମନ୍ତ୍ରୀ

    ଭୁବନେଶ୍ୱର: ଏଥର ଖରିଫରେ ରେକର୍ଡ ସଂଖ୍ୟକ ଧାନ ସଂଗ୍ରହ ହୋଇଛି। ଧାନ ବିକ୍ରି କରିଛନ୍ତି ୧୮ ଲକ୍ଷ ୬୪ ହଜାର ଚାଷୀ। ଏଯାବତ ୭୭ ଲକ୍ଷ ମେଟ୍ରିକ୍ ଟନ ଧାନ କିଣା ସରିଛି। ବାକି ବଳକା ଧାନ କିଣିବାକୁ ୭ ଦିନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ