‘ମୋ ଘର ଦୂଆର ଓ ଅଫିସ୍ ଆପଣମାନଙ୍କ ପାଇଁ ସବୁବେଳେ ଖୋଲା’

ରାଜନୀତର ଡେବ୍ୟୁ ମ୍ୟାଚରେ ବିରାଟ ବିଜୟ ପରେ ନିର୍ବାଚନମଣ୍ଡଳୀ ପରିଦର୍ଶନ କରିଛନ୍ତି ପ୍ରିୟଙ୍କା ଗାନ୍ଧି ଭଦ୍ରା। ୱାୟନାଡ଼ର ସାଂସଦ ଭାବେ ଶପଥ ନେବା ପରେ ସେ ଆଜି ପ୍ରଥମ ଥର ପାଇଁ କେରଳ ଗସ୍ତ କରିଛନ୍ତି।

ଏହି ଅବସରରେ ସେ ଏକ ରାଲିକୁ ସମ୍ବୋଧିତ କରି ଜନତାଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏଥିସହ ସେ ଲୋକଙ୍କର ସମସ୍ତ ସମସ୍ୟା ଶୁଣିବା ପାଇଁ ସଦା ସର୍ବଦା ଉପଲବ୍ଧ ଅଛନ୍ତି, ତାଙ୍କ ଘର ଦୂଆର ଏବଂ ଅଫିସ୍ ସବୁବେଳେ ସେମାନଙ୍କ ପାଇଁ ଖୋଲା ରହିଛି ବୋଲି କହିଛନ୍ତି। ପ୍ରିୟଙ୍କା ଗାନ୍ଧି କହିଛନ୍ତି, “ମୁଁ ଏଠାରେ ଆପଣମାନଙ୍କ ଠାରୁ ଶିଖିବା ପାଇଁ ଅଛି। ଆପଣମାନଙ୍କ ସମସ୍ୟାକୁ ଗଭୀର ଭାବେ ବୁଝିବି। ସ୍ୱାସ୍ଥ୍ୟ ସେବାଠୁ ନେଇ ଉନ୍ନତ ଶିକ୍ଷା ଆଦି ସମସ୍ତ ସମସ୍ୟା ବାବଦରେ ମୋତେ ଜଣା ଅଛି। ଏବେ ମୁଁ ଏ ସମସ୍ତ ସମସ୍ୟାର ସମାଧାନ ପାଇଁ ଲଢିବି, ଆପଣମାନଙ୍କ ସହ କାମ କରିବି ଏବଂ ସବୁକିଛି ଭଲ ଭାବେ ବୁଝିବି।”

ମୁଁ ଆପଣମାନଙ୍କ ଘରକୁ ଆସି ଭେଟିବି। କେବେ ହେଲେ ଆପଣମାନଙ୍କୁ ନିରାଶ କରିବି ନାହିଁ, ମୋ ଘର ଦୂଆର ଏବଂ ଅଫିସ୍ ସବୁବେଳେ ଆପଣମାନଙ୍କ ପାଇଁ ଖୋଲା ରହିଛି ବୋଲି ପ୍ରିୟଙ୍କା ଗାନ୍ଧି କହିଛନ୍ତି।

  • Related Posts

    ଡିଜିଟାଲ ନେଣଦେଣ ଉପରେ ଲାଗିବ ଟିକସ

    ନୂଆଦିଲ୍ଲୀ: ୟୁପିଆଇ ଓ ଅନ୍ୟାନ୍ୟ ଡିଜିଟାଲ୍ ନେଣଦେଣ ଉପରେ ଚାର୍ଜ (ଟିକସ) ଲଗାଇବା ପାଇଁ ସରକାର ବ୍ୟାଙ୍କଗୁଡ଼ିକୁ କ୍ଷମତା ପ୍ରଦାନ କରିବାକୁ ଯାଉଛନ୍ତି। ଏଥିପାଇଁ ସରକାର ଆଣିଥିବା ‘ଦ ଟ୍ୟାକ୍ସେସନ୍ ଅନ୍ୟାନ୍ୟ ଆଇନ (ସଂଶୋଧନ) ବିଲ୍’ ଗୁରୁବାର ଲୋକସଭାରେ ଗୃହୀତ ହୋଇଛି।…

    Continue reading
    ଆଶାରାମ ବାପୁଙ୍କୁ ଜାମିନ ଦେବାକୁ ମନା କଲେ ସୁପ୍ରିମକୋର୍ଟ

    ନୂଆଦିଲ୍ଲୀ: ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ଜଣେ ନାବାଳିକା ବଳାତ୍କାର ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟ ବର୍ତ୍ତମାନ ପାଇଁ ଅନ୍ତରୀଣ ଜାମିନ ଦେବାକୁ ମନା କରିଦେଇଛନ୍ତି। ୮୫ ବର୍ଷୀୟ ବୃଦ୍ଧ ସ୍ବାସ୍ଥ୍ୟଗତ ସମସ୍ୟା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ