ସମ୍ ଅଲ୍ଟିମେଟ ମେଡିକେୟାର ପକ୍ଷରୁ ନ୍ୟାସ୍ନାଲ ମେଡିକାଲ ରେକର୍ଡସ ଦିବସ

ଭୁବନେଶ୍ୱର: ପୂର୍ବ ଭାରତର ଅଗ୍ରଣୀ କ୍ୱାର୍ଟରନାରୀ କେୟାର ହସ୍ପିଟାଲ୍ ସମ୍ ଅଲ୍ଟିମେଟ ମେଡିକେୟାର ପକ୍ଷରୁ ବୁଧବାର ନ୍ୟାସ୍ନାଲ୍ ମେଡିକାଲ୍ ରେକର୍ଡସ ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ସମ୍ମମରେ କାର୍ଯ୍ୟରତ ଡାକ୍ତର, ନର୍ସ, ପାରାମେଡିକ୍ସ ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ଯୋଗ ଦେବା ସହ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ମେଡିକାଲ୍ ରେକର୍ଡସର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ମେଡିକାଲ୍ ରେକର୍ଡର କାର୍ଯ୍ୟଧାରାକୁ ଦୃଢ଼ୀଭୂତ କରିବା ସହ ଅତ୍ୟାଧୁନିକ ମାନର ରୋଗୀ ସେବା କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତି ବିଶେଷଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା ।ସମ୍ବର୍ଦ୍ଧନା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ମେଡିକାଲ୍ ରେକର୍ଡ ମ୍ୟାନେଜମେଂଟର ଧାରା, ଅଭ୍ୟାସ ଏବଂ ସମସ୍ୟାଗୁଡ଼ିକ ସମ୍ପର୍କରେ ବୈଜ୍ଞାନିକ ପଦ୍ଧତିରେ ମଧ୍ୟ ଆଲୋଚନା କରାଯାଇଥିଲା । କାର୍ଯ୍ୟକ୍ରମରେ ମେଡିକାଲ୍ ରେକର୍ଡସ ବିଭାଗର ମୁଖ୍ୟ ଡାକ୍ତର ମାନସ ରଞ୍ଜନ ସେଠୀ ରୋଗୀ ସେବା କ୍ଷେତ୍ରରେ ମେଡିକାଲ୍ ରେକର୍ଡସ ମେରୁଦଣ୍ଡ ଭାବେ କାର୍ଯ୍ୟ କରେ ବୋଲି ଉଲ୍ଳେଖ କରିଥିଲେ । ସମ୍ ଅଲ୍ଟିମେଟ ମେଡିକେୟାରରେ ଉନ୍ନତମାନର ରୋଗୀ ସେବା ନିମନ୍ତେ ମେଡିକାଲ ରେକର୍ଡସର କାର୍ଯ୍ୟଧାରାକୁ ସୁଚାରୁରୂପେ ତୁଲାଇବା ବିଷୟରେ କର୍ତୃପକ୍ଷ ବଦ୍ଧପରିକର ବୋଲି ସେ କହିଥିଲେ । କାର୍ଯ୍ୟକ୍ରମରେ ସମ୍ମମର ଚିଫ ଏଗ୍ଜିକୁ୍ୟଟିଭ୍ ଅଫିସର ଡକ୍ଟର ଶ୍ୱେତପଦ୍ମା ଦାଶ ଯୋଗ ଦେଇ ସୁରକ୍ଷିତ, ପାରଦର୍ଶିତାପୂର୍ଣ୍ଣ ଏବଂ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସେବା ପ୍ରଦାନ ନିମନ୍ତେ ନ୍ୟାସ୍ନାଲ୍ ମେଡିକାଲ୍ ରେକର୍ଡସ ଦିବସ ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଏହି ପରିପ୍ରେକ୍ଷୀରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଏକ ବାର୍ତାରେ କହିଥିଲେ ଯେ ନିର୍ଭୁଲ ମେଡିକାଲ୍ ରେକର୍ଡସ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା, ଗବେଷଣା, ପ୍ରଶିକ୍ଷଣ ଏବଂ ଉକ୍ରର୍ଷତାର ପ୍ରତୀକ ଅଟେ ।କାର୍ଯ୍ୟକ୍ରମ ଶେଷରେ ଯୋଗ ଦେଇଥିବା ବ୍ୟକ୍ତି ବିଶେଷ ସ୍ୱାସ୍ଥ୍ୟ ସେବା ପ୍ରଦାନ କ୍ଷେତ୍ରରେ ଉକ୍ରର୍ଷ ଆଣିବା ନିମନ୍ତେ ମେଡିକାଲ୍ ରେକର୍ଡସ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ନେଇ ଶପଥ ନେଇଥିଲେ ।

  • Related Posts

    ଶାନ୍ତି ମଞ୍ଜରୀ ଦେଇ ଦେବଗଡ଼ ପୌରାଧ୍ୟକ୍ଷା ପଦରେ ପୁନଃ ଅବସ୍ଥାପିତ

    ଦେବଗଡ଼:ଦେବଗଡ଼ ପୌରପାଳିକାର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ଶାନ୍ତି ମଞ୍ଜରୀ ଦେଇଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ଆଧାର ବିହୀନ ତଥା ଭୁଲ ଅଭିଯୋଗ ଆଧାରରେ ପଦଚ୍ୟୁତ କରାଯାଇଥିବା ବିବାଦରେ ଶେଷରେ ନ୍ୟାୟର ଜୟ ଘଟିଛି। ଏହାକୁ ଚ୍ୟାଲେଞ୍ଜ କରି ସେ ଉଚ୍ଚ ନ୍ୟାୟାଳୟର…

    Continue reading
    କୃଷିଅଧିକାରୀମାନଙ୍କୁ କାମର ହିସାବ ମାଗିଲେ ଉପମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: କୃଷି ଅଧିକାରୀଙ୍କ ବାହାର ରାଜ୍ୟ ଓ ବିଦେଶ ଗସ୍ତକୁ ନେଇ ତାଗିଦ୍‌ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ଭୁବନେଶ୍ୱର କୃଷି ଭବନ ପରିସରରେ ଆୟୋଜିତ ରାଜ୍ୟସ୍ତରୀୟ ଉଦ୍ୟାନ କୃଷି ଅଧିକାରୀ ସମ୍ମିଳନୀରେ ସେ ଅଧିକାରୀମାନଙ୍କୁ କାମର ହିସାବ ମାଗିଛନ୍ତି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ