
ନୟାଗଡ଼ : ଲେବର କାର୍ଡ କରିଦେବାକୁ ହାତଗୁଞ୍ଜା ନେଉଥିଲେ ଶ୍ରମ ଅଧିକାରୀ। ମାଡ଼ି ବସିଲା ଭିଜିଲାନ୍ସ ଟିମ୍। ନୟାଗଡ଼ ଜିଲ୍ଲା ଶ୍ରମ ଅଧିକାରୀ ଚିତରଂଜନ ରାଉତ ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି।
ସୂଚନାନୁଯାୟୀ, ନୟାଗଡ଼ ଜିଲ୍ଲା ଶ୍ରମ ଅଧିକାରୀ ଚିତରଂଜନ ରାଉତ ବିରୁଡା ଗ୍ରାମର ଶ୍ରମିକ ନେତା ତଥା କମ୍ୟୁନିଷ୍ଟ ପାର୍ଟି ରାଜ୍ୟ ପରିଷଦ ସଦସ୍ୟ ଭୁବନ ଚାନ୍ଦ ହାତୀଙ୍କୁ ୨୨ଟି ଲେବର କାର୍ଡ କରିଦେବାକୁ ଟଙ୍କା ମାଗିଥିଲେ। ଗୋଟିଏ ଶ୍ରମ କାର୍ଡ ପିଛା ୩ ଶହ ଟଙ୍କା ଲେଖାଏଁ ୬ ହଜାର ୬୦୦ ଟଙ୍କା ଦାବି କରିଥିଲେ। ଆଜି ଚିତରଂଜନ ଲାଞ୍ଚ ନେବା ବେଳେ ପୂର୍ବ ପ୍ରସ୍ତୁତି କ୍ରମେ ଭିଜିଲାନ୍ସ ମାଡ଼ି ବସିଛି। ଏବେ ଭିଜିଲାନ୍ସ ଶ୍ରମ ଅଧିକାରୀଙ୍କ ଭଡା ଘର ସମେତ କାର୍ୟ୍ୟାଳୟରେ ତଦାରଖ କରୁଛି।




