
ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାରେ ହାତୀ ଆକ୍ରମଣରେ ଗଲା ବନ କର୍ମଚାରୀଙ୍କ ଜୀବନ। ମୃତ ବନ କର୍ମଚାରୀ ଜଣଙ୍କ ହେଲେ ରୂପେଶ ଛାତ୍ରିଆ। ଗତକାଲି କଣ୍ଟାବାଞ୍ଜି ରେଞ୍ଜ ଢୋଲମଣ୍ଡଳ ସେକ୍ସନର ବାନ୍ଧନପାଲି ଗାଁ ଭିତରକୁ ଏକ ହାତୀ ପଲ ପଶି ଆସିଥିଲେ। ଏହି ସମୟରେ ବନ ବିଭାଗ ଟିମ୍ ହାତୀକୁ ଘଉଡ଼ାଇବାକୁ ଚେଷ୍ଟା କରୁଥିଲେ।ହଠାତ ହାତୀଟି ବନ କର୍ମଚାରୀଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲା। ଆକ୍ରମଣରେ ପାରା ସ୍କ୍ବାଡ୍ ପ୍ରଶାନ୍ତ ନାଏକ, ଗଜସାଥୀ ରୂପେଶ ଛତ୍ରୀଆ ଓ ବନ କର୍ମଚାରୀ ତାରେଶ୍ୱର ରଣା ଗୁରୁତର ହୋଇଥିଲେ। ୩ଜଣ ଗୁରୁତରଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗତରାତିରେ ଗଜସାଥୀ ରୂପେଶ ଛାତ୍ରିଆଙ୍କ ମୃତ୍ୟୁ ହୋଇଛି।