
ଭୁବନେଶ୍ୱର: ଭୁନେଶ୍ୱର ପୋଖରୀପୁଟ ଡିପୋରୁ ଗଡ଼ୁନି ‘ଆମ ବସ୍’। ଦରମା ନ ମିଳିବାରୁ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ କଲେ ଡ୍ରାଇଭର । ଓଭର ଡ୍ୟୁଟି, ଅଧିକ ଚାପ, ଇଏସଆଇ ସମସ୍ୟା ସହ ସପ୍ତାହକୁ ଗୋଟିଏ ଦିନ ଛୁଟି ମିଳୁନଥିବାରୁ ଏଭଳି ପଦକ୍ଷେପ ନେଇଛନ୍ତି । ଯହା ଫଳରେ ଡିପୋରେ ଅଟକି ରହିଛି ୪୩ଟି ‘ଆମ ବସ୍’ । ଏହି କାରଣରୁ ଯାତ୍ରୀ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ସୂଚନା ମୁତାବକ, ସଠିକ ସମୟରେ ଦରମା ନମିଳିବାରୁ ଆମ ବସ୍ ଡ୍ରାଇଭର ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଦୀର୍ଘ ୪୨ ଦିନ ଧରି ଦରମା ନମିଳିବା, ଓଭର ଡ୍ୟୁଟି କରାଇବା ସହ ଅଧିକ ଚାପ ଦେଉଥିବାରୁ ଶୁକ୍ରବାର ଆମ ବସ୍ ଡ୍ରାଇଭର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ କରିଛନ୍ତି । ଏପରିକି ଡ୍ରାଇଭରମାନଙ୍କୁ ସପ୍ତାହକୁ ଗୋଟିଏ ଅର୍ଥାତ ମାସକୁ ୪ ଦିନ ଛୁଟି ମଧ୍ୟ ମିଳୁନଥିବା ଅଭିଯୋଗ ହୋଇଛି । ଯାହା ଫଳରେ ଡିପୋରେ ସମୁଦାୟ ୪୩ଟି ବସ୍ ଅଟକି ରହଛି । ସେପଟେ ବସ୍ ଚଳାଚଳ ବନ୍ଦ ରହିଥିବାରୁ ଶତାଧିକ ଯାତ୍ରୀ ଯାତାୟାତରେ ଅସୁବିଧା ଭୋଗୁଛନ୍ତି । ବିଭିନ୍ନ ବସ୍ ଷ୍ଟପ୍ରେ ଯାତ୍ରୀ ଅପୋକ୍ଷା କରି ରହିଥିବା ବେଳେ ଡିପୋରୁ ବାହାରୁନି ବସ୍ ।



