ଅମୃତ ସରୋବର ‘ନୂଆମୁଣ୍ଡା’: ନବୀକରଣ ଓ ସହଭାଗୀତାର ବଳିଷ୍ଠ ଉଦାହରଣ

ଭୁବନେଶ୍ବର/ବଲାଙ୍ଗିର,14/09:ଜଳ ସେଚନ, ସଂରକ୍ଷଣ ଓ ଦୈନନ୍ଦିନ ବ୍ୟବହାର ପାଇଁ ଅମୃତ ସରୋବର କାର୍ଯ୍ୟକ୍ରମରେ ଜଳାଶୟର ପୁନରୁଦ୍ଧାରର ସଫଳ କାହାଣୀ ହୋଇଛି ବଲାଙ୍ଗୀର ଜିଲ୍ଲାର ଦେଓଗାଁ ବ୍ଲକ ଅନ୍ତର୍ଗତ ଖଗସିକାନାର ନୂଆମୁଣ୍ଡା ପୋଖରୀ । ସରକାରଙ୍କ ଦ୍ୱାରା ଯୋଜନା ପ୍ରଣୟନ, ପ୍ରଶାସନିକ ପ୍ରକ୍ରିୟା ଏବଂ ସ୍ଥାନୀୟ ଲୋକଙ୍କ ସହଭାଗୀତାରେ ଏକ ଅବହେଳିତ ପୋଖରୀର ପୁନରୁଦ୍ଧାର ଯେତେ ସୁନ୍ଦର ଭାବରେ ହୋଇଛି ତାହା ଏକ ଉଦାହରଣ ହୋଇପାରିଛି । ପ୍ରାଚୀନ ଏବଂ ପୂଜ୍ୟ ଶ୍ରୀ ସ୍ୱପ୍ନେଶ୍ୱର ମହାଦେବ ମନ୍ଦିର ନିକଟରେ ୧.୧ ଏକର ଜମିରେ ବିସ୍ତାରିତ ନୂଆମୁଣ୍ଡା ପୋଖରୀ , ଏହି ଅଞ୍ଚଳର ଲୋକଙ୍କ ପାଇଁ ସର୍ବଦା ସାଂସ୍କୃତିକ ଏବଂ ଧାର୍ମିକ ଗୁରୁତ୍ୱ ବହନ କରିଆସିଛି । ଦଶନ୍ଧି ଧରି, ଭକ୍ତ ଏବଂ ଗ୍ରାମବାସୀମାନେ ପୂଜାପାଠ ଏବଂ ସାମୁଦାୟିକ ସମାବେଶ ପାଇଁ ଟ୍ୟାଙ୍କକୁ ବ୍ୟବହାର କରୁଥିଲେ । କିନ୍ତୁ, ବର୍ଷ ବର୍ଷ ଧରି, ପୋଖରୀଟି ଧିରେ ଧିରେ ପୋତି ହୋଇଯିବା, ବନ୍ଧ ଦୁର୍ବଳ ହେବା ଏବଂ ରକ୍ଷଣାବେକ୍ଷଣ ଅଭାବରୁ ଏହାର ଜଳଧାରଣ କ୍ଷମତା ହରାଇ ବସିଥିଲା । ଯଦିଓ ଗାଁ ଲୋକଙ୍କ ଦ୍ୱାରା ଏହାର ପବିତ୍ରତାକୁ ବଜାୟ ରଖିବା ପାଇଁ ଛୋଟମୋଟ ମରାମତି କରାଯାଇଥିଲା l ମାତ୍ର ସ୍ଥାନୀୟ ଲୋକମାନେ ପୋଖରୀର ସମ୍ପୂର୍ଣ୍ଣ ପୁନରୁଦ୍ଧାର ପାଇଁ ମତପ୍ରକାଶ କରିଥିଲେ ଯାହା ଆଧ୍ୟାତ୍ମିକ ପରିବେଶକୁ ବଜାୟ ରଖିବା ସହ ସେମାନଙ୍କ ଜୀବିକା ପାଇଁ ସ୍ଥାୟୀ ମାଧ୍ୟମ ଯୋଗାଇବ ।

  • Related Posts

    ରାଜ୍ୟରେ ମହଜୁଦ ରହିଛି ୧ ଲକ୍ଷ ୩୭ ହଜାର ୨୦୨ ଟନ୍ ସାର

    ଭୁବନେଶ୍ୱର: ସାର କଳାବଜାରୀ ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ । ରାଜ୍ୟରେ ବର୍ତ୍ତମାନ ୧ ଲକ୍ଷ ୩୭ ହଜାର ୨୦୨ ଟନ୍ ସାର ମହଜୁଦ ରହିଛି । ମୋଟ୍ ମହଜୁଦରୁ ୨ ଲକ୍ଷ ୬ ହଜାର ୩୬୮ ଟନ୍ ସାର ପ୍ରାଥମିକ…

    Continue reading
    ନିଯୁକ୍ତି ମେଳା : ୧୩୨୬ ଜଣଙ୍କୁ ନିଯୁକ୍ତି ପତ୍ର ଦେଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: ରାଜ୍ୟର ଯୁବପିଢ଼ିଙ୍କୁ ରୋଜଗାର ସୁଯୋଗ ପ୍ରଦାନ ଓ ସରକାରୀ ସେବାରେ ନିଯୁକ୍ତିକୁ ଗୁରୁତ୍ୱ ଦେଇ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ନିଯୁକ୍ତି ମେଳା ଆୟୋଜିତ ହୋଇଛି। ଏହି ଅବସରରେ ୧୩୨୬ ଜଣ ନବନିଯୁକ୍ତ ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି।ରାଜ୍ୟ ସରକାରଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ