ବିଦ୍ୟାର୍ଥୀଙ୍କ ମଧ୍ୟରେ ନବସୃଜନ ଆଣିଲା ‘ସୋଆ ଆଇଡିଆଥନ୍‌’

ଭୁବନେଶ୍ୱର,14/09: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ସୋଆ ଆଇଡିଆଥନ୍ -୨୦୨୫ ଅନୁଷ୍ଠିତ ହୋଇଛି । ଗତ ୧୨ ଓ ୧୩ ତାରିଖରେ ଆୟୋଜିତ ଏହି ଅନ୍‌ଲାଇନ୍ ହାକାଥନ୍‌ରେ ୧୮୩୬ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଉଦ୍‌ଘାଟନୀ ସମାରୋହରେ ସୋଆ କୁଳପତି ପ୍ରଫେସର ଡ. ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ସୋଆ ଆଇଡିଆଥନ୍ – ୨୦୨୫ର ସଭାପତି ପ୍ରଫେସର ଡ. ମନୋରଞ୍ଜନ ପାଢୀ, ଆଇଟିଇଆର ଡିନ୍ ପ୍ରଫେସର ପ୍ରଦୀପ କୁମାର ସାହୁୁ, ସିନିଅର ଆସିଷ୍ଟାଂଟ ସ୍ୱାଗତିକା ଆଚାର୍ଯ୍ୟ, ଇଞ୍ଜିନିୟର ଡ. ପ୍ରିୟରଞ୍ଜନ ମେହେର ଉପସ୍ଥିତ ଥିଲେ । ଆଇଟିଇଆର ଛାତ୍ରମଙ୍ଗଳର ଅତିରିକ୍ତ ଡିନ୍ ପ୍ରଫେସର ରେଣୁ ଶର୍ମା ଓ ବିଶ୍ୱବିଦ୍ୟାଳୟର ମାନବ ସମ୍ବଳ ବିଭାଗର ମୁଖ୍ୟ ସଂଯୋଜକ ଡ. ଶଶାଙ୍କ ଚୌଧୁରୀ ଉପସ୍ଥିତ ଥିଲେ । ଛାତ୍ରଛାତ୍ରୀମାନେ ନିଜ ମଧ୍ୟରେ ନବସୃଜନ ଆଣିବା ସହ ପ୍ରଯୁକ୍ତି ବିଦ୍ୟାର ବିକାଶ, ବିଭିନ୍ନ ସମସ୍ୟାର ସମାଧାନ ଉପରେ ଆଲୋଚନା କରିଥିଲେ । ସ୍ମାର୍ଟ ଇଣ୍ଡିଆ ହାକାଥନ୍ -୨୦୨୫ର ପ୍ରଭାବିତ ହୋଇ ସୋଆ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲା । ଏହି ପ୍ଲାଟଫର୍ମ ମାଧ୍ୟମରେ ଛାତ୍ରଛାତ୍ରୀମାନେ ବିଭିନ୍ନ ଚ୍ୟାଲେଞ୍ଜ ଓ ଅସୁବିଧାକୁ କିପରି ମୁକାବିଲା କରିବେ ତାର ସମାଧାନ ଦକ୍ଷତା ହାସଲ କରିଥିଲେ । କାର୍ଯ୍ୟକ୍ରମର ଉଦ୍‌ଯାପନୀ ସମାରୋହରେ ଆଇଟିଇଆରର ଅତିରିକ୍ତ ଡିନ୍‌(ଏକାଡେମିକ୍ସ) ପ୍ରଫେସର ଡିଏନ ଥାଟୋଇ, ସିଏସଇ ମୁଖ୍ୟ ପ୍ରଫେସର ଦେବାହୂତି ମିଶ୍ର, ସିଏସ୍ ଆଣ୍ଡ ଆଇଟିର ମୁଖ୍ୟ ପ୍ରଫେସର ଅଜିତ ନାୟକ ଉପସ୍ଥିତ ଥିଲେ ।

Related Posts

ଓଏମସି ପୁରୀ କୋଷ୍ଟାଲ ମାରାଥନ୍ର ପ୍ରଚାର ପାଇଁ ପ୍ରୋମୋ ରନ୍

ଭୁବନେଶ୍ୱର: ଡିସେମ୍ବର ୧୩ ତାରିଖରେ ପୁରୀରେ ଅନୁଷ୍ଠିତ ହେବାକୁ ଥିବା ଭବ୍ୟ ‘ଓଏମ୍‌ସି ପୁରୀ କୋଷ୍ଟାଲ ମାରାଥନ୍ ୨୦୨୬’ ପୂର୍ବରୁ ଆଜି ଭୁବନେଶ୍ୱରରେ ଏକ ଉତ୍ସାହଜନକ ପ୍ରୋମୋ ରନ୍ ଆୟୋଜିତ ହୋଇଯାଇଛି। ଏହି ପ୍ରୋମୋ ରନକୁ ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ…

Continue reading
ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ କୌଣସି ନୂଆ ମଦ ଦୋକାନ ଖୋଲାଯିବ ନାହିଁ: ମୁଖ୍ୟମନ୍ତ୍ରୀ

ଡେଡ୍‌‌ଲାଇନ୍ ୨୦୨୯ ସୁଦ୍ଧା ଦେଶକୁ ନିଶାମୁକ୍ତ କରିବା ପାଇଁ ଓଡ଼ିଶା ପ୍ରତିବଦ୍ଧ ​ନିଶାକୁ ନାଁ, ଜୀବନକୁ ହଁ—ଜୀବନ ଜିଇଁବାର ପ୍ରକୃତ ଶିକ୍ଷା ନିଅନ୍ତୁ – ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର:ସ୍ଥାନୀୟ ରେଳ ଅଡିଟୋରିଅମଠାରେ କମିଶନରେଟ୍ ପୋଲିସ, ଆଜି ଆୟୋଜନ କରିଥିବା ଜନସଚେତନତା କାର୍ଯ୍ୟକ୍ରମ ‘ଜୀବନ…

Continue reading

Leave a Reply

Your email address will not be published. Required fields are marked *

You Missed

ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ