ୟୁପିରୁ ଆଜି ଆସିବ ୩୦୦ ଟ୍ରକ୍‌ ଆଳୁ

ଭୁବନେଶ୍ୱର : ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାରଙ୍କ ମନମାନି ଯୋଗୁଁ ଓଡ଼ିଶାରେ ବାରମ୍ବାର ଆଳୁ ସଙ୍କଟ ଦେଖାଦେଉଛି। ୫ ମାସ ପରେ ପୁଣି ଥରେ ରାଜ୍ୟରେ ଆଳୁ ସଙ୍କଟ ସୃଷ୍ଟି ହୋଇଛି। ତେବେ ଏହି ସଙ୍କଟ ଟାଳିବାକୁ ମୋହନଙ୍କ ସରକାର ପ୍ଲାନ୍‌-ଖ ଜରିଆରେ ଉତ୍ତରପ୍ରଦେଶରୁ ଆଳୁ ଆଣୁଛନ୍ତି। କାରଣ ୨ଦିନ ମଧ୍ୟରେ ଆଳୁ କିଲୋ ୧୦ରୁ ୧୫ଟଙ୍କା ବୃଦ୍ଧି ପାଇ ରବିବାର ଖୋଲା ବଜାରରେ ୪୦ରୁ ୪୫ ଟଙ୍କାରେ ପହଞ୍ଚିଲାଣି। ବଜାରରେ ପର୍ୟ୍ୟାପ୍ତ ଆଳୁ ଉପଲବ୍ଧ ନହେଲେ ଆଳୁ ଦର ଆହୁରି ବଢିବା ସମ୍ଭାବନା ରହିଛି। ପଶ୍ଚିମବଙ୍ଗରୁ ଆଳୁ ଟ୍ରକ୍‌ ଆସିବା ଏକ ପ୍ରକାର ବନ୍ଦ ରହିଥିବାବେଳେ ରାଜ୍ୟ ସରକାର ଉତ୍ତରପ୍ରଦେଶରୁ ଆଳୁ ଆମଦାନୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରାଥମିକ ପର୍ୟ୍ୟାୟରେ ଆଜି ସୁଦ୍ଧା ଉତ୍ତର ପ୍ରଦେଶରୁ ୩୦୦ ଟ୍ରକ ଆଳୁ ଗାଡି ଆସି ରାଜ୍ୟରେ ପହଞ୍ଚିବ। ଉତ୍ତରପ୍ରଦେଶ ସହ ପଞ୍ଜାବରୁ ମଧ୍ୟ ଆଳୁ ଆମଦାନୀ କରାଯିବ। ପଶ୍ଚିମବଙ୍ଗ ଠାରୁ ଆଉ ଏଣିକି ଆଳୁ ଆମଦାନୀ କରାଯିବନି। ବାରମ୍ବାର ପଶ୍ଚିମବଙ୍ଗ ସରକାର ଓଡ଼ିଶାକୁ ଆଳୁ ରତ୍ପାନୀ କରିବାରେ ମନମାନି କରୁଛନ୍ତି। ପଶ୍ଚିମବଙ୍ଗ ସରକାରଙ୍କ ଯୋଗୁଁ ରାଜ୍ୟରେ ଆଳୁ ସଙ୍କଟ ଦେଖାଦେଉଛି। ଆସନ୍ତାବର୍ଷରୁ ଏହାର ସ୍ଥାନୀୟ ସମାଧାନ ପାଇଁ ସରକାର ପ୍ରୟାସ କରୁଥିବା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗଣମାଧ୍ୟମକୁ କହିଛନ୍ତି।

  • Garvita Odia

    Related Posts

    ୫ ବିଭାଗର ୯୬୪ ଜଣଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ବର: ଯୁବଶକ୍ତିଙ୍କୁ ନିଯୁକ୍ତି ଦେବା ଓ ସେମାନଙ୍କ ନିମନ୍ତେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଲୋକଙ୍କ ସରକାର ନିରନ୍ତର ପ୍ରୟାସ କରୁଛନ୍ତି । ଗତ ଏକ ବର୍ଷ ଭିତରେ ୯ଟି ପର୍ୟ୍ୟାୟରେ ପ୍ରାୟ ୨୮,୦୦୦ରୁ…

    ସ୍କୁଲ ଖୋଲିବା ପରେ ପୁଣି ମିଳିବ ମଧ୍ୟାହ୍ନ ଭୋଜନ

    ଭୁବନେଶ୍ୱର: ୨୦ ତାରିଖରେ ଖୋଲିବ ସବୁ ସ୍କୁଲ । ୧୮ ପରିବର୍ତ୍ତେ ୨୦ ତାରିଖରେ ସ୍କୁଲ ଖୋଲିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସବୁ ଜିଲ୍ଲାର ଶିକ୍ଷାଧିକାରୀଙ୍କୁ ଚିଠି ଦିଆଯାଇଛି । ସ୍କୁଲ…

    Leave a Reply

    Your email address will not be published. Required fields are marked *

    You Missed

    ୫ ବିଭାଗର ୯୬୪ ଜଣଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ

    ୫ ବିଭାଗର ୯୬୪ ଜଣଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ

    ସ୍କୁଲ ଖୋଲିବା ପରେ ପୁଣି ମିଳିବ ମଧ୍ୟାହ୍ନ ଭୋଜନ

    ସ୍କୁଲ ଖୋଲିବା ପରେ ପୁଣି ମିଳିବ ମଧ୍ୟାହ୍ନ ଭୋଜନ

    ୨୦ରୁ ଖୋଲିବ ସ୍କୁଲ

    ୨୦ରୁ ଖୋଲିବ ସ୍କୁଲ

    ଜନଗଣନା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

    ଜନଗଣନା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

    ବୋମା ଧମକ, ମଝି ଆକାଶରୁ ଫେରିଗଲା ବିମାନକୁ

    ବୋମା ଧମକ, ମଝି ଆକାଶରୁ ଫେରିଗଲା ବିମାନକୁ

    ୨୦ରୁ ଖୋଲିବ ବିଦ୍ୟାଳୟ !

    ୨୦ରୁ ଖୋଲିବ ବିଦ୍ୟାଳୟ !