ନଭେମ୍ବରରେ ୧.୮୨ ଲକ୍ଷ କୋଟିର ଜିଏସ୍‌ଟି ସଂଗ୍ରହ

ନୂଆଦିଲ୍ଲୀ: ନଭେମ୍ବରରେ ମୋଟ୍‌ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ସଂଗ୍ରହ ୮.୫% ବୃଦ୍ଧି ହୋଇ ୧.୮୨ ଲକ୍ଷ କୋଟି ଟଙ୍କା ଛୁଇଁଛି । ଗତ ବର୍ଷ ସମାନ ସମୟରେ ଏହା ୧.୬୮ ଲକ୍ଷ କୋଟି ଟଙ୍କା ରହିଛି । କେନ୍ଦ୍ର ସରକାର ରବିବାର ଜାରି କରିଥିବା ଡାଟାରୁ ଏହା ସାମ୍ନାକୁ ଆସିଛି । ଏହି ସମୟରେ ଓଡ଼ିଶାରେ ଜିଏସ୍‌ଟି ଆଦାୟ ୪୭୦୪ କୋଟି ପରୋକ୍ଷ ସଂଗ୍ରହ ହୋଇଛି । ଏହା ଗତ ବର୍ଷ ସମାନ ଅବଧିରେ ୪୨୯୫ କୋଟି ତୁଳନାରେ ୧୦% ଅଧିକ ।

ରାଜ୍ୟ ଜିଏସ୍‌ଟି ଏବଂ ସମନ୍ୱିତ ଜିଏସ୍‌ଟିରେ ରାଜ୍ୟକୁ ସେଟଲମେଣ୍ଟ ପରେ ଚଳିତ ଆର୍ôଥକ ବର୍ଷ ଅଦ୍ୟାବଧି ୧୭,୨୫୩ କୋଟି ରହିଛି। ଏ କ୍ଷେତ୍ରରେ ଅଭିବୃଦ୍ଧି ରହିଛି ୧୧% । ନଭେମ୍ବରରେ ମୋଟ ଜିଏସ୍‌ଟି ମଧ୍ୟରେ ୩୪,୧୪୧ କୋଟିର କେନ୍ଦ୍ର ଜିଏସ୍‌ଟି, ୪୩,୦୪୭ କୋଟିର ରାଜ୍ୟ ଜିଏସ୍‌ଟି, ୯୧,୮୨୮ କୋଟିର ସମନ୍ୱିତ ଜିଏସ୍‌ଟି ଏବଂ ୧୩,୨୫୩ କୋଟିର ସେସ୍‌ ସାମିଲ ରହିଛି ।

ଏହି ଅବଧିରେ ଘରୋଇ ନେଣଦେଣରୁ ଜିଏସ୍‌ଟି ୯.୪% ବୃଦ୍ଧି ହୋଇ ୧.୪୦ ଲକ୍ଷ କୋଟି ଟଙ୍କା ରହିଛି । ସେହିଭଳି ସାମଗ୍ରୀ ଆମଦାନିରୁ ଟିକସ ୬% ବୃଦ୍ଧି ହୋଇ ୪୨,୫୯୧ କୋଟି ରହିଛି । ସରକାର ୧୯,୨୫୯ କୋଟି ଟଙ୍କାର ରିଫଣ୍ଡ ଜାରି କରିଛନ୍ତି । ରିଫଣ୍ଡ ଜାରି ପରେ ନେଟ ଜିଏସ୍‌ଟି ସଂଗ୍ରହ ୧୧% ବଢ଼ି ୧.୬୩ ଲକ୍ଷ କୋଟି ରହିଛି ।

ଅକ୍ଟୋବରରେ ମୋଟ ଜିଏସ୍‌ଟି ଆଦାୟ ୯% ବୃଦ୍ଧି ହୋଇ ୧.୮୭ ଲକ୍ଷ କୋଟି ଟଙ୍କା ରହିଥିଲା । ଯାହା ଦ୍ୱିତୀୟ ସର୍ବାଧିକ । ଘରୋଇ ବଜାରରେ ବିକ୍ରି ଓ ଅନୁପାଳନରେ ଉନ୍ନତି ଯୋଗୁ ଟିକସ ଆଦାୟରେ ଏଭଳି ଉନ୍ନତି ଆସିଥିଲା । ଅକ୍ଟୋବରେ ୩୩,୮୨୧ କୋଟିର କେନ୍ଦ୍ର ଜିଏସ୍‌ଟି, ୪୧,୮୬୪ କୋଟିର ରାଜ୍ୟ ଜିଏସ୍‌ଟି, ୯୯,୧୧୧ କୋଟିର ସମନ୍ୱିତ ଜିଏସ୍‌ଟି ଏବଂ ୧୨,୫୫୦ କୋଟିର ସେସ୍‌ ଆଦାୟ ହୋଇଥିଲା । ଏପ୍ରିଲ ନଭେମ୍ବର ଅବଧିରେ କେନ୍ଦ୍ର ସରକାର ୧୪.୫୭ ଲକ୍ଷ କୋଟିର ଜିଏସ୍‌ଟି ଆଦାୟ କରିଛନ୍ତି।

  • Related Posts

    ମାସକର ଦରମା ଦାନ କଲେ ଧାମୀ

    ଡେରାଡୁନ: ବିପତ୍ତି ବେଳେ ବଡପଣ ଦେଖାଇଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ । ଉତ୍ତରକାଶୀରେ ହୋଇଥିବା ପ୍ରଳୟ ପରେ ରିଲିଫ ପାଇଁ ନିଜ ଦରମା ଦେଲେ ମୁଖ୍ୟମନ୍ତ୍ରୀ । ଧରାଲି ଏବଂ ହର୍ସିଲ ଅଞ୍ଚଳରେବିପର୍ୟ୍ୟୟ ପରିଚାଳନା ସହ ରିଲିଫ ସାମଗ୍ରୀ ଏବଂ ଉଦ୍ଧାର କାର୍ୟ୍ୟ…

    ରାହୁଲ ଗାନ୍ଧୀଙ୍କୁ ସମର୍ଥନ ଦେଲେ ଶଶି ଥରୁର

    ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ସହିତ ସ୍ୱର ମିଳାଇ ନିଜ ଦଳରୁ ସମାଲୋଚିତ ହୋଇଥିବା ଶଶି ଥରୁର ଏବେ ଦଳର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କୁ ସମର୍ଥନ ଦେଇଛନ୍ତି। ୨୦୨୪ ଲୋକସଭା ନିର୍ବାଚନରେ ଇଲେକ୍ସନ କମିଶନ ବିଜେପି ସହ ମିଶି ବଡ଼ ଧରଣର…

    Leave a Reply

    Your email address will not be published. Required fields are marked *

    You Missed

    ନାବାଳିକାକୁ ବିବାହ କରି ସସ୍‌ପେଣ୍ଡ ହେଲେ ଏସଆଇ

    ନାବାଳିକାକୁ ବିବାହ କରି ସସ୍‌ପେଣ୍ଡ ହେଲେ ଏସଆଇ

    ଦୌଡୁଥିବା ବେଳେ ହୋମ୍‌ଗାର୍ଡ ପରୀକ୍ଷାର୍ଥୀ ମୃତ

    ଦୌଡୁଥିବା ବେଳେ ହୋମ୍‌ଗାର୍ଡ ପରୀକ୍ଷାର୍ଥୀ ମୃତ

    କଟକ ଡିଜି ଅଫିସ ସମ୍ମୁଖରେ କଂଗ୍ରେସର ପ୍ରତିବାଦ

    କଟକ ଡିଜି ଅଫିସ ସମ୍ମୁଖରେ କଂଗ୍ରେସର ପ୍ରତିବାଦ

    ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ଭବନରୁ ଆସିଛି ନିମନ୍ତ୍ରଣ

    ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ଭବନରୁ ଆସିଛି ନିମନ୍ତ୍ରଣ

    ଅଗ୍ନିକାଣ୍ଡ, ଜଳିଗଲା ୩୦ ସ୍କୁଟି

    ଅଗ୍ନିକାଣ୍ଡ, ଜଳିଗଲା ୩୦ ସ୍କୁଟି

    ଏନଡିଏ ସମର୍ଥିତ ପ୍ରାର୍ଥୀଙ୍କୁ ସମର୍ଥନ ଦେବନି ବିଜେଡି: ମହେଶ ସାହୁ

    ଏନଡିଏ ସମର୍ଥିତ ପ୍ରାର୍ଥୀଙ୍କୁ ସମର୍ଥନ ଦେବନି ବିଜେଡି: ମହେଶ ସାହୁ