କଂଗ୍ରେସ ଦେଶକୁ ଅପମାନିତ କରିଛି :ବିଜେପି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଗାତର ୩ ଦିନ ଧରି ରାଜ୍ୟର ରାଜଧାନୀରେ ଉପସ୍ଥିତ ରହି ବିଭିନ୍ନ ସରକାରୀ ଓ ଦଳୀୟ କାର୍ୟ୍ୟକ୍ରମରେ ଯୋଗ ଦେଇଛନ୍ତି। ସେ ତାଙ୍କ ଗସ୍ତ ଶେଷ କରି ରାଜ୍ୟରୁ ବାହୁଡ଼ିଛନ୍ତି। ସେ ଓଡ଼ିଶାରେ ୩ ଦିନ ପାଇଁ ରହିବା ଆମ ସମସ୍ତଙ୍କ ପାଇଁ ଏକ ଗୌରବର ବିଷୟ। ସ୍ବାଧୀନତା ପରେ ରାଜ୍ୟରେ ପ୍ରଥମ ଥର ପାଇଁ ଡିଜିପି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କଠାରୁ ଆରମ୍ଭକରି ସମସ୍ତ ଡିଜି, ଆଇଜି ଓ ଉଚ୍ଚପଦସ୍ଥ ସୁରକ୍ଷା ଅଧିକାରୀମାନେ ଏଥିରେ ଯୋଗଦେଇ ଆଇନଶୃଙ୍ଖଳା ବିଷୟରେ ଆଲୋଚନା କରିଛନ୍ତି। ଏଥିସହ ସେମାନେ ଓଡ଼ିଶାର ପରମ୍ପରା ଓ ସଂସ୍କୃତିକୁ ପାଖରୁ ଦେଖିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏତେ ବଡ଼ ସମ୍ମିଳନୀକୁ ସଫଳ ଭାବେ ପରିଚାଳନା କରିବା ଆମ ସମସ୍ତଙ୍କ ପାଇଁ ଏକ ଗର୍ବର ବିଷୟ ହୋଇଥିବାବେଳେ ଦିଶାହୀନ କଂଗ୍ରେସ ଅଯଥା ପ୍ରଳାପ କରୁଛି। ଦେଶର ଯେବେ ବି ବିକାଶ ପ୍ରସଙ୍ଗ ଉଠିଛି ସେତେବେଳେ କଂଗ୍ରେସ ଦେଶକୁ ଅପମାନିତ କରିଛି ବୋଲି ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା କହିଛନ୍ତି।
ରାଜ୍ୟ କାର୍ୟ୍ୟାଳୟଠାରେ ରବିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଅଭିଳାଷ କହିଛନ୍ତି, ୫୦ ବର୍ଷ ପରେ ମଧ୍ୟ ନିଜକୁ ଯୁବନେତା ବୋଲି କହୁଥିବା କଂଗ୍ରେସର ଜଣେ ଶୀର୍ଷ ନେତା ସାରା ବିଶ୍ୱରେ ବୁଲିବୁଲି ଦେଶର ସଂସ୍କୃତି ଓ ଗରିମାକୁ ତଳେ ପକାଉଛନ୍ତି। ଦେଶର ମର୍ୟ୍ୟାଦା କ୍ଷୁଣ୍ଣ କରିବା ପାଇଁ ସର୍ବଦା ଉଦ୍ୟମ ଜାରି ରଖିଛନ୍ତି। ତାଙ୍କ ପଦାଙ୍କ ଅନୁସରଣ କରି ଯୁବ କଂଗ୍ରେସ ମଧ୍ୟ ସେଭଳି କାର୍ୟ୍ୟ କରୁଛି। ରାଜ୍ୟର ଏହି ଐତିହାସିକ କ୍ଷଣର ମର୍ୟ୍ୟାଦା କ୍ଷୁଣ୍ଣ କରିବା ପାଇଁ କଂଗ୍ରେସ ଦଳର କେତେଜଣ ଉଦ୍‌ଭ୍ରାନ୍ତ ଯୁବକ ଖବରଦାତା ସମ୍ମିଳନୀ ଡାକି ବିଭ୍ରାନ୍ତିକର ମନ୍ତବ୍ୟ ଦେଉଛନ୍ତି। ଅତୀତରେ କଂଗ୍ରେସର ଏହି ଯୁବକମାନେ ରାଜ୍ୟରେ ଅନେକ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିଛନ୍ତି। ଅନେକଙ୍କ ବିରୋଧରେ ସଙ୍ଗିନ ଆପରାଧିକ ମାମଲା ରହିଥିବାବେଳେ ଆଇନଶୃଙ୍ଖଳା ଭଙ୍ଗ କରିଥିବା ଅଭିଯୋଗମାନ ରହିଛି। ସବୁବେଳେ ଅଶାନ୍ତି, ବିଶୃଙ୍ଖଳା ସୃଷ୍ଟି କରି ଆଇନଶୃଙ୍ଖଳାକୁ ହାତକୁ ନେଉଥିବା କଂଗ୍ରେସ ଯୁବ ସଙ୍ଗଠନର ଆଇନଶୃଙ୍ଖଳା ପରିସ୍ଥିତି ବିଷୟରେ କହିବା ଅତ୍ୟନ୍ତ ଲଜ୍ଜାଜନକ ବିଷୟ ବୋଲି ସେ କହିଛନ୍ତି।

  • Related Posts

    ଅଧ୍ୟାପକଙ୍କୁ ବିଧାୟକଙ୍କ ଅସଦଚାରଣ, ନିନ୍ଦା କଲା ବିଜେଡି

    ଭୁବନେଶ୍ବର: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅଧ୍ୟାପକଙ୍କୁ କଟକ ସଦରର ବିଜେପି ବିଧାୟକ ପ୍ରକାଶ ସେଠୀ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି । ଘଟଣାକୁ କଡ଼ା ଭାଷାରେ ନିନ୍ଦା କରିଛି ବିଜେଡି । ବିଜେପି ସରକାରରେ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ରାଜନୈତିକ ହସ୍ତକ୍ଷେପ ବୃଦ୍ଧି ପାଉଛି…

    Continue reading
    ବାଚସ୍ପତିଙ୍କୁ ଚିଠି ଲେଖିଲେ ବିଧାୟକ ପ୍ରକାଶ ସେଠୀ

    କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟ ଚିଫ୍ ୱାର୍ଡେନ୍ ଏବଂ କଟକ ସଦର ବିଧାୟକ ପ୍ରକାଶ ସେଠୀଙ୍କ ମଧ୍ୟରେ ବଢିଲା କଳି । ଗୋଟିଏ ପଟେ ବିଧାୟକ କ୍ଷମା ମାଗନ୍ତୁ ବୋଲି ବିଶ୍ବବିଦ୍ୟାଳୟ ୱାର୍ଡେନ୍ ସଂଘ ଅଡି ବସିଛି । ଅନ୍ୟ ପଟେ ବିଧାୟକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ