ଭୁବନେଶ୍ୱର: ସୋମବାର ବିଧାନସଭାର ପ୍ରଶ୍ନକାଳରେ ବିଜୁ ଜନତା ଦଳ ଆଳୁ ପ୍ରସଙ୍ଗ ଉଠାଇଛି । ରାଜ୍ୟରେ ଆଳୁର ଚଢ଼ା ଦରକୁ ନେଇ ବିଜେଡି ବିଧାୟକମାନେ ପୋଷ୍ଟର ଦେଖାଇ ବିଧାନସଭାରେ ବିରୋଧ କରିଛନ୍ତି । ଆଳୁ ପ୍ରସଙ୍ଗ ଉଠାଇ ବିଜେଡି ବିଧାୟକମାନେ ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଟାର୍ଗେଟ କରିଛନ୍ତି ।
ଏହି ଅବସରରେ ବିଜେଡି ପକ୍ଷରୁ କୁହାଯାଇଛି ଯେ ଡବଲ ଇଞ୍ଜିନ କ’ଣ ଟାଣି ପାରୁନି, ଖାଉଟିଙ୍କୁ ଶୋଷଣ କରାଯାଉଛି । ସରକାର କିଛି କରିନାହାନ୍ତି, ନାନା ବାୟା କଥା କହୁଛନ୍ତି ବୋଲି ବିଜେଡି ପକ୍ଷରୁ କୁହାଯାଇଛି ।




