ବିଶ୍ଵବ୍ୟାଙ୍କ ପ୍ରତିନିଧିଙ୍କ ମା କାଳିଜାଇ ଏପିସି କ୍ଲଷ୍ଟରକୁ ପ୍ରଶଂସା

ଭୁବନେଶ୍ୱର: ବିଶ୍ୱ ବ୍ୟାଙ୍କ ଦଳ ଓଆଇଆଇପିସିଏର ପ୍ରକଳ୍ପ ନିର୍ଦ୍ଦେଶକ ଏବଂ ଅନ୍ୟାନ୍ୟ ଅଧିକାରୀମାନଙ୍କ ସହିତ ହରିଚନ୍ଦନପୁର ବ୍ଲକର ମା କାଳିଜାଈ ପିଜିରେ ଥିବା ଏଗ୍ରିକଲଚରାଲ ପ୍ରଡକ୍ସନ କ୍ଲଷ୍ଟର(ଏପିସି) ପରିଦର୍ଶନ କରିଥିଲେ। ବିଶ୍ୱ ବ୍ୟାଙ୍କ ଦଳ ଏପିସି ପ୍ରକଳ୍ପ ପୂର୍ବରୁ ମହିଳା ଚାଷୀଙ୍କ ଚାଷ ପଦ୍ଧତି, ମାର୍କେଟିଂ ଓ ଆର୍ଥିକ ସ୍ଥିତି ଏବଂ ବର୍ତ୍ତମାନର ସ୍ଥିତି ବିଷୟରେ ପଚାରି ବୁଝିଥିଲେ। ଉତ୍ପାଦକ ଗୋଷ୍ଠୀର ସଦସ୍ୟମାନେ ବ୍ୟାଖ୍ୟା କରିଥିଲେ ଯେ ଏପିସି କ୍ଲଷ୍ଟର ପଦ୍ଧତିରେ ୭୦ ଏକରରୁ ଅଧିକ ଜମିରେ କଲରା ଚାଷ କରାଯାଇଛି। ୧୧୦ ଜଣ ମହିଳା ଚାଷୀଙ୍କ ଦ୍ୱାରା କମ ମୂଲ୍ୟର ସିଙ୍ଗଲ-ଲାଇନ୍ ଟ୍ରେଲିସ୍, ମାଟିହୀନ ନର୍ସରୀ ଉଦ୍ୟୋଗୀଙ୍କ ଠାରୁ ଚାରା, ମଲ୍ଚିଂ ଏବଂ ଡ୍ରିପ୍ ଜଳସେଚନ ସହିତ ସୌର ବୋରୱେଲ୍ ଭଳି ଉନ୍ନତ ପ୍ରଯୁକ୍ତିବିଦ୍ୟାର ଉପଯୋଗରେ ଏହି କଲରା ଚାଷ ହୋଇଛି। ଏବଂ ଚାଷୀଙ୍କୁ ସଫଳତା ପ୍ରଦାନ କରିଛି । ଇନପୁଟ୍ ଏବଂ ଆଉଟପୁଟ୍ ବଜାର ସଂଯୋଗ ପାଇଁ, ଚାଷୀମାନେ ଏପିସି ପ୍ରକଳ୍ପ ଅଧୀନରେ ପ୍ରୋତ୍ସାହିତ ଚାଷୀ ଉତ୍ପାଦକ କମ୍ପାନୀଠାରୁ ସହାୟତା ପାଆନ୍ତି। ଏଫପିସି ମାଧ୍ୟମରେ ଫାର୍ମରୁ ସିଧାସଳଖ କଟକ, ଯାଜପୁର ଏବଂ ଭଦ୍ରକକୁ ଉତ୍ପାଦିତ ସାମଗ୍ରୀ ବିପଣନ କରାଯାଏ। ପୂର୍ବରୁ ପନିପରିବା ଚାଷରୁ ସେମାନଙ୍କର ଆୟ ବାର୍ଷିକ ୬୦୦୦ ରୁ ୧୦୦୦୦ ଟଙ୍କା ଥିଲା, କିନ୍ତୁ ବର୍ତ୍ତମାନ ସେମାନଙ୍କ ପିଜିର ସର୍ବାଧିକ ସଦସ୍ୟ ପନିପରିବା ଚାଷରୁ ୧ ଲକ୍ଷରୁ ଅଧିକ ରୋଜଗାର କରୁଛନ୍ତି। ଚାଷୀଙ୍କ ଏହି ସଫଳତା ଦେଖି ବିଶ୍ଵବ୍ୟାଙ୍କ ପ୍ରତିନିଧିବୃନ୍ଦ ଖୁସିବ୍ୟକ୍ତ କରିଥିଲେ । ହରିଚନ୍ଦନପୁରର ମା କାଳିଜାଇ ପିଜି ଭଳି ଅନ୍ୟ ଏପିସି କ୍ଲଷ୍ଟର ଗୁଡ଼ିକୁ ମଧ୍ୟ ଉପରୋକ୍ତ ପଦ୍ଧତି ଆପଣାଇ କମ୍ ଖର୍ଚ୍ଚରେ ଅଧିକ ଲାଭବାନ ହେବାକୁ ପରାମର୍ଶ ଦେଇଛନ୍ତି ।

  • Related Posts

    ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର

    କୋଷାଗୁମୁଡ଼ା: ବୁଲା କୁକୁରର ଦୌରାତ୍ମ୍ୟ । ଘରେ ପଶି ଶୋଇଥିବା ଶିଶୁକୁ ଝୁଣି ଲହୁଲୁହାଣ କରିଦେଇଛି । ଶିଶୁର ମୁହଁ ସହ ଶରୀରର ବିଭିନ୍ନ ଅଂଶକୁ କାମୁଡ଼ି କ୍ଷତାକ୍ତ କରିଦେଇଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା…

    Continue reading
    ବଡ଼ ଭାଇକୁ ହତ୍ୟା କଲା ସାନ

    ବ୍ରଜରାଜନଗର: ଝାରସୁଗୁଡ଼ାଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ କୁଶ୍ରାଲୋଇ ଖପରପଡ଼ା ଗାଁରେ ଭାଇ ହାତରେ ଭାଇର ହତ୍ୟା ଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ଅଢାପଡା (ଖପରପଡ଼ା)ର ସୁଦର୍ଶନ ଓରାମ (୩୯) ଓ ଅଭିଯୁକ୍ତ ତାଙ୍କ ସାନ ଭାଇ କିଶୋର ଓରାମ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ