ରାଜ୍ୟରେ ୯୮୭୭ ଶିଶୁ ପୁଷ୍ଟିହୀନତାର ଶିକାର

ଭୁବନେଶ୍ଵର : ରାଜ୍ୟରେ ୯୮୭୭ ଶିଶୁ ପୁଷ୍ଟିହୀନତାର ଶିକାର। ମୟୂରଭଞ୍ଜ ଜିଲ୍ଲାରେ ଉତ୍କଟ ସ୍ଥିତି। ଜିଲ୍ଲାରେ ସର୍ବାଧିକ ୧୦୭୫ ଶିଶୁ ପୁଷ୍ଟିହୀନତାର ଶିକାର ହୋଇଛନ୍ତି। ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଉତ୍ତର ରଖିଛନ୍ତି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରତି ଜିଲ୍ଲାରେ ଶିଶୁ ପୁଷ୍ଟିହୀନତାର ଶିକାର ହେଉଛନ୍ତି। ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୧୦୭୫ ଶିଶୁ ପୁଷ୍ଟିହୀନତାର ଶିକାର ହୋଇଛନ୍ତି। ସେହିପରି ଅନୁଗୁଳରେ ୧୮୩, ବଲାଙ୍ଗୀରରେ ୧୯୨, ବାଲେଶ୍ଵରରେ ୫୭୯, ବରଗଡ଼ରେ ୨୮୧, ଭଦ୍ରକରେ ୨୨୧, ବୌଦ୍ଧରେ ୪୮, କଟକରେ ୨୦୮, ଦେବଗଡ଼ରେ ୯୧, ଢେଙ୍କାନାଳରେ ୧୫୦, ଗଜପତିରେ ୩୧୭, ଗଞ୍ଜାମରେ ୫୯୫, ଜଗତସିଂହପୁରରେ ୬୯, ଯାଜପୁରରେ ୩୨୫, ଝାରସୁଗୁଡ଼ାରେ ୨୦୪, କଳାହାଣ୍ଡିରେ ୫୦୯, କନ୍ଧମାଳରେ ୨୭୧, କେନ୍ଦ୍ରାପଡ଼ାରେ ୧୫୧, କେନ୍ଦୁଝରରେ ୮୫୮, ଖୋର୍ଦ୍ଧାରେ ୨୦୦, କୋରାପୁଟରେ ୩୦୭, ମାଲକାନଗିରିରେ ୬୪୭, ନବରଙ୍ଗପୁରରେ ୪୯୦, ନୟାଗଡ଼ରେ ୨୦୪, ନୂଆପଡ଼ାରେ ୧୦୭, ପୁରୀରେ ୭୪, ରାୟଗଡ଼ାରେ ୪୪୦, ସମ୍ବଲପୁରରେ ୪୭୩, ସୁବର୍ଣ୍ଣପୁରରେ ୨୨୮, ସୁନ୍ଦରଗଡ଼ରେ ୩୮୦ ଜଣ ଶିଶୁ ପୁଷ୍ଟିହୀନତାର ଶିକାର ଅଛନ୍ତି। ରାଜ୍ୟରେ ୬ ମାସରୁ ୫ ବର୍ଷର ଶିଶୁଙ୍କ ପୁଷ୍ଟି ଓ ସ୍ଵାସ୍ଥ୍ୟଗତ ଉନ୍ନତି ପାଇଁ ପରିପୂରକ ପୁଷ୍ଟି ଯୋଜନା ମାଧ୍ୟମରେ ଅଙ୍ଗନବାଡି କେନ୍ଦ୍ରରେ ପଞ୍ଜିକୃତ ସମସ୍ତ ଶିଶୁଙ୍କୁ ପ୍ରତି ମାସରେ ୨୫ ଦିନ ହିସାବରେ ୩୦୦ ଦିନ ପାଇଁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯାଉଛି। ଏହି ଯୋଜନା ମାଧ୍ୟମରେ ଶିଶୁଙ୍କୁ ଛତୁଆ, ଅଣ୍ଡା, ଲଡୁ, ଶୁଖିଲା ରାସନ ଯୋଗାଇ ଦିଆଯାଉଛି। ଯେଉଁମାନେ ଅଣ୍ଡା ଖାଇବେ ନାହିଁ ସେମାନଙ୍କୁ ଅତିରିକ୍ତ ଲଡୁ ଦେବାର ବ୍ୟବସ୍ଥା ରହିଛି। ୩ ବର୍ଷରୁ ୬ ବର୍ଷର ଶିଶୁଙ୍କୁ ଅଙ୍ଗନବାଡି କେନ୍ଦ୍ରରେ ସକାଳ ଜଳଖିଆ ସହିତ ଗରମ ରନ୍ଧା ଖାଦ୍ୟରେ ୨୦ଟି ଅଣ୍ଡା ଦିଆଯାଉଛି। ଏହା ସହିତ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାରେ ପୂର୍ଣ୍ଣ ଆହାର କାର୍ୟ୍ୟକ୍ରମ ଅଧୀନରେ କୌଣସି ସ୍ଵାସ୍ଥ୍ୟଗତ ଜଟିଳତା ନଥିବା ଅତିଶୟ ପୁଷ୍ଟିହୀନ ଶିଶୁଙ୍କୁ ପୁଷ୍ଟିବର୍ଦ୍ଧିତ ଛତୁଆ ଯୋଗାଇ ଦିଆଯାଉଛି। ସ୍ଵାସ୍ଥ୍ୟଗତ ଜଟିଳତା ଥିବା ପିଲାମାନଙ୍କୁ ପୁଷ୍ଟି ପୁନର୍ବାସ କେନ୍ଦ୍ରକୁ ପଠାଯାଉଛି। ସେହିପରି ବେସନ ଅଟା ମିଶ୍ରଣ, କଦଳୀ, ଓ ଅ କ୍ରମାଗତ ଭାବେ ୭୫ ଦିନ ପାଇଁ ଯୋଗାଇ ଦିଆଯାଉଛି। ଦୂରାଗମ୍ୟ ଗାଁରେ ରହୁଥିବା ପିଲାମାନେ ଯେଉଁମାନେ ଅଙ୍ଗନବାଡି କେନ୍ଦ୍ରକୁ ଆସିପାରୁ ନାହାନ୍ତି ସେମାନଙ୍କୁ ଗାଁରେ ନେଇ ସକାଳ ଜଳଖିଆ ସହ ଗରମ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି।

  • Related Posts

    ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର

    କୋଷାଗୁମୁଡ଼ା: ବୁଲା କୁକୁରର ଦୌରାତ୍ମ୍ୟ । ଘରେ ପଶି ଶୋଇଥିବା ଶିଶୁକୁ ଝୁଣି ଲହୁଲୁହାଣ କରିଦେଇଛି । ଶିଶୁର ମୁହଁ ସହ ଶରୀରର ବିଭିନ୍ନ ଅଂଶକୁ କାମୁଡ଼ି କ୍ଷତାକ୍ତ କରିଦେଇଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା…

    Continue reading
    ବଡ଼ ଭାଇକୁ ହତ୍ୟା କଲା ସାନ

    ବ୍ରଜରାଜନଗର: ଝାରସୁଗୁଡ଼ାଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ କୁଶ୍ରାଲୋଇ ଖପରପଡ଼ା ଗାଁରେ ଭାଇ ହାତରେ ଭାଇର ହତ୍ୟା ଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ଅଢାପଡା (ଖପରପଡ଼ା)ର ସୁଦର୍ଶନ ଓରାମ (୩୯) ଓ ଅଭିଯୁକ୍ତ ତାଙ୍କ ସାନ ଭାଇ କିଶୋର ଓରାମ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ