ମାଟି ତଳେ ପୋତିଥିଲେ ଟଙ୍କା, ମୃତ୍ୟୁ ପୂର୍ବରୁ ବାପା କହିଲେ

ଜୀବନ କଷ୍ଟ ଉପାର୍ଜିତ ଟଙ୍କା ଓ ସୁନାକୁ ଗଛ ମୂଳରେ ମାଟି ତଳେ ପୋତି ରଖିଥିଲେ। ମୃତ୍ୟୁ ପୂର୍ବରୁ ପୁଅ-ବୋହୂ ଓ ନାତି-ନାତୁଣୀଙ୍କୁ ଡାକି କହିଥିଲେ। ତା’ପରେ ଭବ ସଂସାରରୁ ସବୁଦିନ ପାଇଁ ବିଦାୟ ନେଇଥିଲେ ୭୦ ବର୍ଷୀୟ ସୀତାରାମ ମେଲେକା। ବାପାଙ୍କ ଅନ୍ତିମ ସଂସ୍କାର ପରେ ପରିବାର ଲୋକେ ଗଛ ମୂଳରେ ମାଟି ଖୋଳି ୩୨ ହଜାର ଟଙ୍କା ଉଦ୍ଧାର କରିଛନ୍ତି। ଏବେ ମଧ୍ୟ ମାଟି ତଳେ ସମ୍ପତ୍ତି ଖୋଜା ଜାରି ରହିଛି।
ପୂରା ଘଟଣା ଏମିତି। କୋରାପୁଟ୍‌ ଜିଲ୍ଲା ନାରାୟଣପାଟଣା ବ୍ଲକ୍ ବୋରିଗି ପଞ୍ଚାୟତ କେଲୁବାଡ଼ି ଗାଁ ସୀତାରାମ ମେଲେକା। ଜମିବାଡ଼ି ବୋଲି କିଛି ନାହିଁ। କାମ ଦାମ କରି ପରିବାର ଭରଣ ପୋଷଣ କରନ୍ତି। ସୀତାରାମଙ୍କ ପରିବାର କହିଲେ ୩ ପୁଅ, ଏକମାତ୍ର ଝିଅ ଓ ପ୍ରାୟଣପ୍ରିୟା ସମୀ। ସେ ଯାହା ରୋଜଗାର କରୁଥିଲେ, ସେଥିରେ ସୁଖେଦୁଃଖେ ଚଳୁଥିଲା ପରିବାର। ଏହା ଭିତରେ ପିଲାମାନେ ବଢ଼ି ଗଲେଣି। ମୁଣ୍ଡକୁ ହାତ ପାଇଲାଣି। ରୋଜଗାର କଲେଣି। ୩ ପୁଅ ଓ ଝିଅକୁ ବାହାଘର କରାଇ ଦେଇଥିଲେ ସୀତାରାମ ମଉସା।
ପୁଅ ଓ ଝିଅ ବାହାଘର କରିବା ପରେ ସମୟ ପାଖରେ ହାତ ମାନି ନଥିଲେ ସୀତାରାମ ମେଲେକା। ୭୦ ବର୍ଷରେ ଥକି ପଡ଼ିନଥିଲେ। ବାର୍ଦ୍ଧକ୍ୟର ଏ ବୟସରେ କାହାର ହାତ ଟେକାକୁ ନଯାଇ ପିଲା ଛୁଆଙ୍କୁ ତାଙ୍କ ଦୁନିଆରେ ଛାଡ଼ି ପ୍ରାଣପ୍ରିୟାଙ୍କୁ ଧରି ଘର ଛାଡ଼ିଥିଲେ ସୀତାରାମ। ଘରଠାରୁ ପ୍ରାୟ ୩ କିମି ଦୂରରେ ଏକ କୁଡ଼ିଆ କରିଥିଲେ। ନୂଆକରି ଦୁନିଆ ଆରମ୍ଭ କଲେ। ସେଠି ଆଉ କେହି ନାହାନ୍ତି। ସୀତାରାମ ମଉସା ଓ ତାଙ୍କ ପତ୍ନୀ ସମୀ। ଉଭୟ ସେହି କୁଡ଼ିଆରେ ରହୁଥିଲେ।

ଚଳିବା ପାଇଁ ଜଙ୍ଗଲ ଜମିରେ ବିରି, ମାଣ୍ଡିଆ ଓ ଧାନ ଚାଷ କରୁଥିଲେ। ଚାଷରୁ ଯାହା ଉପାର୍ଜନ ହେଉଥିଲା, ସେଥିରୁ କିଛି ବିକ୍ରି କରିଦେଉଥିଲେ ଓ ଆଉ କିଛି ଖାଇବାକୁ ରଖୁଥିଲେ। ବାର୍ଦ୍ଧକ୍ୟ ଭତ୍ତା ମଧ୍ୟ ପାଉଥିଲେ। ଅଭାବ ବୋଲି କିଛି ନଥିଲା ପରି ଲାଗୁଥିଲା। ପତ୍ନୀ ଯାହା ରୋଷେଇ କରି ଦେଉଥିଲେ, ତାକୁ ଖାଇ ବେଶ୍‌ ହସଖୁସିରେ ରହୁଥିଲେ ସୀତାରାମ ମେଲେକା। ଆଉ ବଳକା ଟଙ୍କା ପାଖରେ ରଖୁଥିଲେ। ଆପଣ ଭାବୁଥିବେ ସୀତାରାମ ମଉସା ସେହି ଟଙ୍କାକୁ ଘରେ ବା ବ୍ୟାଙ୍କରେ ରଖୁଥିବେ। ସେମିତି ଭାବିବା ପୂରା ଭୁଲ୍‌। ନିଜର ରୋଜଗାର ଟଙ୍କା ଓ ସୁନାକୁ ଭବିଷ୍ୟତ ପାଇଁ ଘର ପାଖରେ ଥିବା ଆମ୍ୱ ଗଛ ମୂଳରେ ଗାତ ଖୋଳି ପୋତି ଦେଇଥିଲେ। ବର୍ଷ ବର୍ଷ ଧରି ସେ ଏମିତି ଟଙ୍କା ପୋତି ଚାଲିଥିଲେ। ଖାସ୍‌ କରି ପିଲାଙ୍କ ଭବିଷ୍ୟତ ପାଇଁ।

ଆଜି ସକାଳେ କିନ୍ତୁ ହଠାତ୍‌ ସୀତାରାମ ମଉସାଙ୍କ ସ୍ୱାସ୍ଥ୍ୟ ବିଗିଡ଼ି ଯାଇଥିଲା। ଉଠି ପାରିନଥିଲେ। ନିଜର ପ୍ରାଣପ୍ରିୟା ସମୀଙ୍କୁ ପାଖକୁ ଡାକିଲେ। ପ୍ରାଣପ୍ରିୟଙ୍କ ଡାକରା ପାଇ ବାର୍ଦ୍ଧକ୍ୟ ଯନ୍ତ୍ରଣାରେ ଜଡସଡ୍‌ ହେଉଥିବା ପ୍ରାଣପ୍ରିୟା ଧାଇଁ ଆସିଥିଲେ। ସୀତାରାମ ମଉସା ତାଙ୍କ ପତ୍ନୀଙ୍କୁ ଅନାଇ କହିଥିଲେ, ଏ ଭବ ସଂସାରରୁ ବିଦାୟ ନେବା ପାଇଁ ଯାଉଛି!!! ତେଣୁ ଶେଷ ସମୟରେ ପୁଅ ବୋହୂ ଓ ନାତି ନାତୁଣୀଙ୍କୁ ଦେଖିବାକୁ ଚାହୁଁଛି ବୋଲି ସୀତାରାମ ତାଙ୍କ ପତ୍ନୀଙ୍କୁ କହିଥିଲେ।

ସ୍ୱାମୀଙ୍କଠାରୁ ଏ କଥା ଶୁଣିବା ପରେ ବିଚଳିତ ହୋଇପଡ଼ିଥିଲେ ସମୀ। ସେ ସଙ୍ଗେ ସଙ୍ଗେ ପୁଅ ବୋହୂ ଓ ନାତି ନାତୁଣୀଙ୍କୁ ଡକାଇ ପଠାଇଥିଲେ। ଡାକରା ପାଇଁ ସେମାନେ ପହଞ୍ଚିଥିଲେ। ଜୀବନର ଶେଷ ଯାତ୍ରା ବେଳେ ପୁଅ ଓ ନାତି-ତାତୁଣୀଙ୍କୁ ନିଜର ଗଚ୍ଛିତ ଧନ ସମ୍ପତ୍ତି ସମ୍ପର୍କରେ ଅସ୍ପଷ୍ଟ ଭାବେ କରିଥିଲେ। ଘର ପାଖ ଆମ୍ୱ ଗଛ ମୂଳରେ ମାଟି ତଳେ ପ୍ରାୟ ୧ ଲକ୍ଷ ୧୦ ହଜାର ଟଙ୍କା ଓ ୧୧ ଗ୍ରାମ ୫୫୦ ମିଲି ଗ୍ରାମ ସୁନା ପୋତି ଥିବା ଅସ୍ପଷ୍ଟ ଭାବେ ସୀତାରାମ କହିଥିଲେ। ତା’ପରେ ତାଙ୍କ ପ୍ରାଣବାୟୁ ଉଡି ଯାଇଥିଲା।

ବାପାଙ୍କ ମୃତ୍ୟୁରେ ପୂରା ପରିବାର ଭାଙ୍ଗି ପଡ଼ିଥିଲା। କାନ୍ଦ ବୋବାଳି ଭିତରେ ବାପାଙ୍କ ଅନ୍ତିମ ସଂସ୍କାର କରିଥିଲେ। ତା’ପରେ ଆରମ୍ଭ ହେଲା ସମ୍ପତ୍ତି ଖୋଜା ଅଭିଯାନ। ୩ ପୁଅ ଓ ସମ୍ପର୍କୀୟମାନେ ଘର ପାଖ ଆମ୍ୱ ଗଛ ମୂଳରେ ଖୋଳିବା ଆରମ୍ଭ କରିଥିଲେ। ମାଟି ଖୋଳିବା ବେଳେ ୩୨ ହଜାର ଟଙ୍କା ମିଳିଥିଲା। ଯେଉଁଥିରେ ନୂଆ ୫୦୦ ଟଙ୍କିଆ, ନୂଆ ଓ ପୁରୁଣା ୧୦୦ ଟଙ୍କିଆ, ୫୦ ଟଙ୍କିଆ, ୨୦ ଟଙ୍କିଆ ଓ ୧୦ ଟଙ୍କିଆ ନୋଟ୍‌ ରହିଛି। ସେହି ନୋଟ୍‌ ଗୋଡ଼ିକୁ ପ୍ରାୟତଃ ଉଇ ଖାଇ ଯାଇଛି। ଯାହାକୁ ସଚଳ କରିବା କଷ୍ଟକର। ହେଲେ ବର୍ତ୍ତମାନ ସୁଦ୍ଧା ବାକି ଟଙ୍କା ଓ ସୁନା ମିଳିନି। ତେଣୁ ପରିବାର ଲୋକେ ଆମ୍ୱ ଗଛ ମୂଳରେ ଖୋଳିବାରେ ଲାଗିଛନ୍ତି।

  • Related Posts

    ଭିଜିଲାନ୍ସ ହାତରେ ଧରାପଡିଲେ ଡାଟା ଏଣ୍ଟ୍ରି ଅପରେଟର

    ନୟାଗଡ଼: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହର ବିଲ୍ ପାସ୍ କରିବା ପାଇଁ ଜଣେ ହିତାଧିକାରୀଙ୍କ ଠାରୁ ୪ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ପଞ୍ଚାୟତ ଡାଟାଏଣ୍ଟ୍ରି ଅପରେଟର। ଡାଟା ଏଣ୍ଟ୍ରି ଅପରେଟର ଜଣକ ହେଲେ ରଣପୁର…

    Continue reading
    ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ଟଙ୍କା

    ଭୁବନେଶ୍ବର : ସୁଭଦ୍ରା ଯୋଜନାର ହିତାଧିକାରୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। ଆସନ୍ତା ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ଯୋଜନାର ପରବର୍ତ୍ତୀ କିସ୍ତି ଟଙ୍କା ପ୍ରଦାନ କରାଯିବ। ଏଥିସହ ୨୫ ଜୁଲାଇ ସୁଦ୍ଧା ଯେଉଁ ଆବେଦନଗୁଡ଼ିକର ନାମ ଜିଲ୍ଲା ସ୍ତରରୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ