
ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ମହାଦେବସରାଇ ଗାଁରେ ଅଘଟଣ । ସ୍ୱାମୀ-ସ୍ତ୍ରୀ ଶୋଇଥିବା ବେଳେ ଭୁଷୁଡ଼ି ପଡ଼ିଲା ଘରର କାନ୍ଥ । ଦୁର୍ଘଟଣାରେ ଦମ୍ପତିଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତକ ହେଉଛନ୍ତି ପିଥ ମୁର୍ମୁ ଏବଂ ଲକ୍ଷ୍ମୀ ମୁର୍ମୁ ।
ସୂଚନା ମୁତାବକ, ପିଥ ମୁର୍ମୁ ଏବଂ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ମୁର୍ମୁ ଘରେ ଶୋଇଥିଲେ । ଏହି ସମୟରେ ହଠାତ ଘରର କାନ୍ଥଟି ଭୁଷୁଡ଼ି ପଡ଼ିଥିଲା । ଫଳରେ କାନ୍ଥ ତଳେ ଚାପି ହୋଇ ଦମ୍ପତିଙ୍କ ମୃତ୍ୟୁ ହୋଇଛି । ଏଥିରେ ଆଉ ଜଣେ ଗୁରୁତର ମଧ୍ୟ ହୋଇଛନ୍ତି । ଏସମ୍ପର୍କରେ ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଛି ।



