ଜାତିସଂଘରେ ‘ ପେଡ୍ ପିରୀଅଡ୍ ଲିଭ୍ ‘ଫିଲ୍ମ ପ୍ରଦର୍ଶିତ

ଭୁବନେଶ୍ବର,23/09:ମହିଳାଙ୍କର କାର୍ଯ୍ୟସ୍ଥଳ ସମତା ଏବଂ ମାନବିକ ଅଧିକାର ଦିଗରେ ଏକ ଐତିହାସିକ ପଦକ୍ଷେପ ହୋଇଛି । ଜାତିସଂଘ ଚର୍ଚ୍ଚ ସେଣ୍ଟରରେ ଆୟୋଜିତ ୪ଥ ଇଣ୍ଟରନ୍ୟାସନାଲ୍ କନଫରେନ୍ସ ଅନ୍ ପେଡ୍ ପିରିଅଡ୍ ଲିଭ୍ରେ ପ୍ରଥମ ଥର ‘ ପେଡ୍ ପିରୀଅଡ୍ ଲିଭ୍ ‘ ଡକ୍ୟୁମେଣ୍ଟାରି ପ୍ରଦର୍ଶିତ ହେଲା। ‘ ପେଡ୍ ପିରୀଅଡ୍ ଲିଭ୍ ‘ ନାମକ ଏହି ଫିଲ୍ମଟିକୁ ପ୍ରଦୀପ କୁମାର ନାୟକ ନିର୍ଦ୍ଦେଶନା କରିଥିଲେ । ପ୍ରୋଡ୍ୟୁସର୍‌ ରଞ୍ଜନ କୁମାର ଦାଶ, ଜଗମୋହନ ତ୍ରିପାଠୀ ଓ ଅନ୍ସୁମାନ ନାୟକ, ସୃଜନାତ୍ମକ ନିର୍ଦ୍ଦେଶନାରେ ଆଶିଷ କୁମାର ନାୟକ ଥିଲେ। ବିକାସ ଖନ୍ନା ଓ ଆମେରିକୀୟ ଅଭିନେତ୍ରୀ-ଲେଖିକା ରେନେ କ୍ନୋର୍ ଏହାକୁ ଲଞ୍ଚ କରି, ମାସିକ ସମୟରେ କାମକାର୍ଯ୍ୟରେ ମହିଳାଙ୍କ ସମସ୍ୟା ଓ ପେଡ୍ ପିରିଅଡ୍ ଲିଭ୍‌କୁ କାର୍ଯ୍ୟସ୍ଥଳ ଅଧିକାର ଭାବେ ଘୋଷଣା କରିବାର ପ୍ରୟୋଜନୀୟତା ଉପସ୍ଥାପନ କରିଥିଲେ। ଆୟୋଜିକା ରଞ୍ଜିତା ପ୍ରିୟଦର୍ଶିନୀ, ‘ ପେଡ୍ ପିରୀଅଡ୍ ଲିଭ୍ ସ୍ଥାପକା, ବିଭିନ୍ନ ଦେଶର ପ୍ରତିନିଧିଙ୍କୁ ସମ୍ବୋଧନ କରି କହିଥିଲେ – “ଜାତିସଂଘ ଓ ବିଭିନ୍ନ ସରକାରଙ୍କୁ ପେଡ୍ ପିରିଅଡ୍ ଲିଭ୍‌କୁ ମୌଳିକ ମାନବିକ ଅଧିକାର ଭାବେ ସ୍ୱୀକୃତି ଦେବାକୁ ହେବ।” ସମ୍ମିଳନୀରେ ଜଣାପଡିଛି ଯେ, ଭାରତ, ଶ୍ରୀଲଙ୍କା, ଦୁବାଇ ଓ କେନିଆର ୭୪ଟି କମ୍ପାନୀ ପହିଲେହି ପେଡ୍ ପିରିଅଡ୍ ଲିଭ୍ ନୀତିକୁ ଗ୍ରହଣ କରିଛନ୍ତି । ଏହି ଐତିହାସିକ ପ୍ରଦର୍ଶନ ସାରା ବିଶ୍ୱରେ ମାସିକ ସ୍ୱାସ୍ଥ୍ୟ ଓ ସମ୍ମାନକୁ ଏକ ଆନ୍ତର୍ଜାତୀୟ ମାନବିକ ଅଧିକାର ଭାବେ ଆଲୋଚନାର କେନ୍ଦ୍ରବିନ୍ଦୁରେ ଆଣିଛି ।

  • Related Posts

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଖୁବଶୀଘ୍ର ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଘରକୁ ଆସିବେ କୁନି ଅତିଥି । ମାଆ ହେବେ ଜାଗୃତି ଶୁକ୍ଲା । ବିବାହର ବର୍ଷେ ପରେ ଏହି ଦମ୍ପତି ଖୁସି ଖବର ଦେଇଛନ୍ତି । ନବରାତ୍ରୀର ପ୍ରଥମ ଦିନରେ ଏହି ଗୁଡ୍ ନ୍ୟୁଜ୍…

    Continue reading
    ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଆନ୍ତୁ ନାହିଁ ନହେଲେ ଦୁର୍ବଳ ହେବ ଦାନ୍ତ

    ବ୍ରଶ୍‌‌ କରିବାର ତୁରନ୍ତ ପରେ ଲୋକେ କିଛି ନା କିଛି ଖାଇଥାଆନ୍ତି। ହୁଏତ ସଭିଏଁ ଜାଣିନଥିବେ ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ଦାନ୍ତ ମାଢି ଉପରେ କୁପ୍ରଭାବ ପଡିବା ସହ ଦାନ୍ତ ସହ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ