
ରାଉରକେଲା : ବୁଧବାର ରାତିରେ ଟ୍ରେନ ଲାଇନ ପାରି ହୋଇ ଘରକୁ ଫେରୁଥିବାବେଳେ ବୀରମିତ୍ରପୁର ପାସେଞ୍ଜର ଟ୍ରେନ ଧକ୍କାରେ ଘଟଣାସ୍ଥଳରେ ଦୁଇ ଭାଇଙ୍କର ମୃତ୍ୟୁ ହୋଇଥିଲା । ମୃତକ ବାସନ୍ତୀ କଲୋନୀ ହରିପୁର ବସ୍ତିର ରଞ୍ଜନ ପାତ୍ର ଏବଂ ଜଗନ ପାତ୍ର ବୋଲି ଜଣାପଡିଛି।ସୂଚନା ଅନୁସାରେ ବଡ ଭାଇ ରଞ୍ଜନ ଉଦିତ୍ ନଗରରେ ତାଙ୍କ ମାଆଙ୍କ ସହ ଏକ ହୋଟେଲରେ କାମ କରୁଥିଲେ। ଉଭଣୀ ମଧ୍ୟ ସେଠାରେ ଥିବା ଏକ ମୋବାଇଲ ଦୋକାନରେ କାମ କରନ୍ତି। ଏବଂ ତାଙ୍କ ସାନ ଭାଇ ଜଗନ ଉଦିତନଗର ସରକାରୀ ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀରେ ପାଠ ପଢନ୍ତି। ବୁଧାବର ରାତିରେ ଦୁଇ ଭାଇ ଭଉଣୀକୁ ମୋବାଇଲ ଦୋକାନରୁ ଆଣି ଘରେ ଛାଡି ପୁର୍ନବାର ଉଦିତନଗରରେ ଥିବା ମୋବାଇଲ ଦୋକାନକୁ ଫୋନ୍ ସଜାଡିବା ପାଇଁ ଯାଇଥିଲେ। ରାତି ପ୍ରାୟ ସାଢେ ୯ଟାରେ ମୋବାଇଲ ମରାମତି କରି ଦୁଇ ଘରକୁ ଫେରୁଥିଲେ।ଟ୍ରେନ ଲାଇନ ପାରି ହେଉଥିବା ବେଳେ ବାରସୁଆଁରୁ ବୀରମିତ୍ରପୁର ଫେରୁଥିବା ପାସେଞ୍ଜର ଟ୍ରେନ ଦୁଇ ଭାଇଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଦୁଇ ଭାଇଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ରେଳବାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି।


