ପୋଲାଭରମ: ଆଜି ଦିଲ୍ଲୀ ଯାଇ ଫେରାଦ ହେବ ବିଜେଡି ଟିମ୍‌

ଭୁବନେଶ୍ୱର: ପୋଲାଭରମ ପ୍ରକଳ୍ପ ହେଲେ ମାଲକାନଗିରି ଜିଲ୍ଲାର ପ୍ରାୟ ୨୦୦ରୁ ଅଧିକ ଗାଁ ବୁଡ଼ିଯିବ । ପ୍ରକଳ୍ପର ବର୍ଦ୍ଧିତ ଜଳଧାରଣ କ୍ଷମତା ଯୋଗୁ ମାଲକାନଗିରି ଅଞ୍ଚଳ ସାଙ୍ଘାତିକ ପ୍ରଭାବିତ ହେବ । ଏହା ବିରୋଧରେ କେନ୍ଦ୍ରୀୟ ଜଳ କମିଶନ(ସିଡବ୍ଲୁସି) ସମେତ ପ୍ରକଳ୍ପ ସମ୍ବନ୍ଧୀୟ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ଭେଟି ଫେରାଦ ହେବ ବିଜେଡି ଟିମ୍‌ । ବିଜେଡିର ୭ ରାଜ୍ୟସଭା ସାଂସଦଙ୍କ ସମେତ ୧୪ଜଣ ବରିଷ୍ଠ ନେତା ମଙ୍ଗଳବାର ଦିଲ୍ଲୀ ଯିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

ବିଜେଡି ସମନ୍ୱୟ କମିଟିର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର ଓ ଦଳର ସଭ୍ୟ ସଂଗ୍ରହ କମିଟି ଆବାହକ ଅତନୁ ସବ୍ୟସାଚୀ ନାୟକ କହିଥିଲେ, ବିଜେଡିର ଏକ ପ୍ରତିନିଧିମଣ୍ଡଳୀ ମଙ୍ଗଳବାର ଦିନ ତିନି ଦିନିଆ ଦିଲ୍ଲୀ ଗସ୍ତରେ ଯିବ । ସେମାନେ ସେଠାରେ ପୋଲାଭରମ ପ୍ରକଳ୍ପ ସମ୍ବନ୍ଧୀୟ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ଭେଟିବେ । ଏହି ପ୍ରକଳ୍ପ ହେଲେ ଓଡ଼ିଶାର ହେବାକୁ ଥିବା କ୍ଷତି ସମ୍ପର୍କରେ ଅବଗତ କରିବେ । ପୋଲାଭରମ ପ୍ରକଳ୍ପ ଆରମ୍ଭ ସମୟରେ ଏହାର ଜଳଧାରଣ କ୍ଷମତା ୩୬ ଲକ୍ଷ କ୍ୟୁସେକ ରହିବ ବୋଲି କୁହାଗଲା । କିନ୍ତୁ ପରେ ଏହାର କ୍ଷମତା ୫୦ ଲକ୍ଷ କ୍ୟୁସେକକୁ ବଢ଼ାଗଲା । ଜଳଧାରଣ କ୍ଷମତା ବଢ଼ିବା ପରେ ମାଲକାନଗିରି ଜିଲ୍ଲାରେ ପଡ଼ିବାକୁ ଥିବା ପ୍ରଭାବ ଆକଳନ ହୋଇନଥିଲା ।

୨୦୦୭ ମସିହାରେ ରାଜ୍ୟ ସରକାର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ପ୍ରକଳ୍ପର କ୍ଷମତା ବଢ଼ିବା ପରେ ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଉପରେ ଏହାର ପ୍ରଭାବ ଆକଳନର ଆବଶ୍ୟକତା ରହିଛି ବୋଲି ସୁପ୍ରିମକୋର୍ଟ ମତ ଦେଇଥିଲେ । ଏହାପରେ ମଧ୍ୟ ଆକଳନ କରାଗଲାନି । ବର୍ଦ୍ଧିତ କ୍ଷମତାରେ ପ୍ରକଳ୍ପ ହେଲେ, ପ୍ରକଳ୍ପର ପଛୁଆ ପାଣି କେଉଁ କେଉଁ ଅଞ୍ଚଳକୁ ବୁଡ଼ାଇବ, ତାହାର ଆକଳନ କରାଯାଇନି। ଜଳଧାରଣ ପ୍ରକଳ୍ପ କ୍ଷମତା ୫୦ ଲକ୍ଷ କ୍ୟୁସେକ୍‌ ହେଲେ ପଛୁଆ ପାଣିର ଉଚ୍ଚତା ୨୩୨.୨ ମିଟର ହେବ ବୋଲି ଆଇଆଇଟି ରୁର୍‌କୀ ପକ୍ଷରୁ କୁହାଯାଇଛି ।

ପୋଲାଭରମ ପ୍ରକଳ୍ପ ପାଇଁ କେନ୍ଦ୍ର ବଜେଟରେ ୧୫ ହଜାର କୋଟି ଟଙ୍କାର ଅନୁଦାନ ଘୋଷଣା ହୋଇଥିଲା । ଏହି ଘୋଷଣା ପରେ ମାଲକାନଗିରି ଜିଲ୍ଲାର ବାସିନ୍ଦା ଭୟଭୀତ ହୋଇଥିଲେ । ସେମାନଙ୍କ ଆଶଙ୍କାକୁ ସମ୍ମାନ ଜଣାଇ ବିଜେଡି ସଭାପତି ପ୍ରଥମେ ମାଲକାନଗିରି ଓ ପରେ ପ୍ରକଳ୍ପ ଅଞ୍ଚଳକୁ ଏକ ତଥ୍ୟ ଅନୁସନ୍ଧାନକାରୀ ଟିମ୍‌ ପଠାଇଥିଲେ । ମୋଟୁ ଓ ପଡିଆ ଅଞ୍ଚଳର ପ୍ରାୟ ୨୦୦ରୁ ଅଧିକ ଗାଁ ଓ ପଡ଼ା ଗ୍ରାମ କ୍ଷତିଗ୍ରସ୍ତ ହେବେ ବୋଲି ଆଶଙ୍କା କରାଯାଉଛି । ଏଥିପାଇଁ ବିଜେଡି ପ୍ରତିନିଧି ଦଳ ଦିଲ୍ଲୀ ଯାଇ ସିଡବ୍ଲୁସି ଅଧିକାରୀ, ପ୍ରକଳ୍ପ ସହ ସମ୍ବନ୍ଧୀୟ ବିଭିନ୍ନ ମନ୍ତ୍ରଣାଳୟ ଓ ନିୟାମକ ଅନୁଷ୍ଠାନର କର୍ତ୍ତୃପକ୍ଷଙ୍କୁ ଭେଟି ଓଡ଼ିଶାର ଉଦ୍‌ବେଗ ଜଣାଇବେ।

  • Related Posts

    ବିଧାନସଭା ଉପନିର୍ବାଚନରେ ପ୍ରଶାନ୍ତ କିଶୋର ଆଗୁଆ

    ପାଟନା: ବିହାର, ଗୁଜରାଟ ଏବଂ ମଧ୍ୟପ୍ରଦେଶର ଗୋଟିଏ ଲେଖାଏଁ ଆସନର ହୋଇଥିବା ଉପନର୍ବାଚନରେ ଫଳାଫଳ ଆଜି ପ୍ରକାଶ ପାଇବ । ଏ ନେଇ ଭୋଟ୍ ଗଣତି ଜାରି ରହିଛି । ଏଥିରେ ବିହାରର ବାଙ୍କୀପୁର, ବିଧାନସଭା ଉପନିର୍ବାଚନର ଭୋଟ୍ ଗଣତିରେ ଜନ୍…

    Continue reading
    ବିପତ୍ତି ସମୟରେ ରାଜନୀତି ନକରି ସେବା ଉପରେ ଗୁରୁତ୍ୱ ଦିଅ: ରାଜସ୍ୱ ମନ୍ତ୍ରୀ

    ଓଡ଼ିଶାରେ ବନ୍ୟା ସ୍ଥିତିରେ ସୁଧାର, କ୍ଷୟକ୍ଷତି ଆକଳନ ଆରମ୍ଭ ଭୁବନେଶ୍ୱର: ବନ୍ୟା ସମୟରେ ଚାଲିଥିବା ରାଜନୈତିକ ବୟାନବାଜିକୁ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କଡ଼ା ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, “ଯେଉଁମାନେ କେବଳ ବୟାନବାଜି କରନ୍ତି ସେମାନେ ପ୍ରକୃତରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ