କ୍ୟାବିନେଟ: ଦୁଇଟି ଶ୍ରମ ଆଇନରେ ସଂଶୋଧନ: କାର୍ୟ୍ୟ ଅବଧି ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଦ୍ରୁତ ଶିଳ୍ପାୟନ ଓ ବ୍ୟବସାୟ ନିମନ୍ତେ ଅନୁକୂଳ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ ‘ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଆଇନ-୧୯୫୬ ଓ କାରଖାନା ଆଇନ-୧୯୪୮ ସଂଶୋଧନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ଓଡିଶା ଦୋକାନ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନ ଆଇନ-୧୯୫୬ର ପ୍ରାବଧାନ ଅନୁସାରେ ୨୦ କିମ୍ୱା ତା’ଠୁ ଅଧିକ କମର୍ଚାରୀଙ୍କୁ ନିୟୋଜିତ କରିଥିବା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ପାଇଁ ଲାଗୁ ହେବ । ସମସ୍ତ ଦୋକାନ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନ ନିଜର କମର୍ଚାରୀଙ୍କ ସଂଖ୍ୟାକୁ ଓଡ଼ିଆ ସାଇନ ବୋର୍ଡରେ ପ୍ରଦର୍ଶନ କରିବେ । କର୍ମଚାରୀଙ୍କ ଦୈନିକ କାର୍ୟ୍ୟ ଅବଧିକୁ ୯ଘଣ୍ଟାରୁ ୧୦ଘଣ୍ଟାକୁ ବୃଦ୍ଧି କରାଯାଇଛି । କୌଣସି କମର୍ଚାରୀ କୌଣସି ଦିନରେ ୧୦ ଘଣ୍ଟାରୁ ଅଧିକ କିମ୍ୱା କୌଣସି ସପ୍ତାହରେ ୪୮ ଘଣ୍ଟାରୁ ଅଧିକ କାର୍ୟ୍ୟ କରିବେ ନାହିଁ । ଯଦି ସେ ଅଧିକ ଅବଧି ପାଇଁ କାର୍ୟ୍ୟ କରନ୍ତି, ତେବେ ତାଙ୍କୁ ଓଭରଟାଇମ୍ ବାବଦରେ ସେ ପାଉଥିବା ସାଧାରଣ ମଜୁରୀ ତୁଳନାରେ ଘଣ୍ଟା ପିଛା ଦୁଇଗୁଣ ଅଧିକ ପାରିଶ୍ରମିକ ପାଇବାକୁ ହକଦାର ହେବ । ତେବେ ପ୍ରତି ୩ମାସରେ ସର୍ବାଧିକ ୧୪୪ଘଣ୍ଟା ଓଭରଟାଇମ୍ ଜଣେ କର୍ମଚାରୀ କରିପାରିବେ । କର୍ମଚାରୀଙ୍କ କାର୍ୟ୍ୟ ଅବଧି ଅତି କମରେ ଅଧଘଣ୍ଟାର ବ୍ୟବଧାନ ବିନା ନିରନ୍ତର ୬ ଘଣ୍ଟାରୁ ଅଧିକ ହେବନାହିଁ । ପ୍ରତିଷ୍ଠାନ ଗୁଡିକ ଦିନରାତି ୨୪ ଘଣ୍ଟା ଓ ବର୍ଷକୁ ୩୬୫ ଦିନ ଖୋଲା ରହିପାରିବ । ମହିଳା କର୍ମଚାରୀମାନେ ଚାହିଁଲେ ଲିଖିତ ସମ୍ମତି ଦେଇ ରାତିରେ କାର୍ୟ୍ୟ କରିପାରିବେ । ଓ ରାଜ୍ୟ ସରକାରଙ୍କ ଦ୍ୱାରା ଅଧିସୂଚିତ ସୁରକ୍ଷା ସର୍ତ୍ତାବଳୀ ଅନୁଯାୟୀ ସେମାନଙ୍କୁ ରାତ୍ରିରେ ନିୟୋଜିତ କରାଯାଇପାରିବ ।

  • Related Posts

    ହୀରାକୁଦ: ଖୋଲିଲା ଆଉ ୫ଟି ଗେଟ୍

    ସମ୍ବଲପୁର: ବଢ଼ୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ଜଳସ୍ତର ବୃଦ୍ଧି ଯୋଗୁଁ ହୀରାକୁଦର ଆଉ ୫ଟି ଗେଟ୍ ଖୋଲାଯାଇଛି। ପୂର୍ବରୁ ୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିବା ବେଳେ ଏବେ ମୋଟ ୭ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ଏଥିରେ…

    Continue reading
    ରିଜର୍ଭ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର

    ଢେଙ୍କାନାଳ: ଢେଙ୍କାନାଳ ରିଜର୍ଭପୁଲିସରେ କାର୍ଯ୍ୟରତ କନଷ୍ଟେବଳ ଶଙ୍କର ପ୍ରଧାନଙ୍କ ମୃତଦେହକୁ ସୋମବାର ଟାଉନଥାନା ପୁଲିସ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି । ଏ ନେଇ ଟାଉନଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ଗଜପତି ଅଞ୍ଚଳର ଶଙ୍କର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ