ଭାରତୀୟ ସଂସଦୀୟ ପରମ୍ପରାର ଗରିମାମୟ ଐତିହ୍ୟକୁ ଅଧିକ ସୁଦୃଢ଼ କରାଯିବ: ବାଚସ୍ପତି

ଭୁବନେଶ୍ୱର: ବାଚସ୍ପତି ସୁରମା ପାଢ଼ୀ ୬୮ତମ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ ସମ୍ମିଳନୀ ଓ ନବମ ରାଜ୍ୟଗୋଷ୍ଠୀ ମହିଳା ସମ୍ମିଳନୀରେ ଯୋଗଦେବା ପାଇଁ ଅକେଫାବର ୫ରୁ ୧୯ ତାରିଖ ପର୍ଯ୍ୟନ୍ତ ବିଦେଶଗସ୍ତରେ
ଯିବେ । ଆଜି ଏ ସଂପର୍କରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇ ବାଚସ୍ପତି ଶ୍ରୀମତୀ ପାଢ଼ୀ କହିଛନ୍ତି ଯେ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘରେ ୫୬ଟି ଦେଶ ସଭ୍ୟ ଭାବେ ରହିଥିବାବେଳେ ଭାରତ ଏହା ମଧ୍ୟରୁ ଅନ୍ୟତମ ସର୍ବବୃହତ୍ତମ ରାଷ୍ଟ୍ର । ଲୋକସଭାର ବାଚସ୍ପତି ଶ୍ରୀ ଓମ୍‌ ବିର୍ଲାଙ୍କ ନେତୃତ୍ୱରେ ରାଜ୍ୟସଭାର ଉପାଧ୍ୟକ୍ଷ ଶ୍ରୀ ହରିବଂଶ, ପାର୍ଲାମେଣ୍ଟ ସଦସ୍ୟ, ୨୨ଟି ରାଜ୍ୟର ବାଚସ୍ପତି, ଉପବାଚସ୍ପତି ଓ ସଚିବ ଏହି ସମ୍ମିଳନୀରେ ଯୋଗଦେଉଛନ୍ତି ।
ବାଚସ୍ପତିଙ୍କ ସୂଚନା ଅନୁଯାୟୀ ସେ ଅକେଫାବର ୫ ତାରିଖ ଦିନ ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରି ଲଣ୍ଡନ ଦେଇ ଅକେଫାବର ୬ ତାରିଖ ଦିନ ବାର୍ବାଡୋସ୍‌ରେ ପହଞ୍ଚିବେ । ଅକେଫାବର ୬ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ବାର୍ବାଡୋସ୍‌ର ରାଜଧାନୀ ବି୍ରଜ୍‌ଟାଉନ୍‌ଠାରେ ଅବସ୍ଥାନ କରିବା ସହ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ ସମ୍ମିଳନୀ ଓ ରାଜ୍ୟଗୋଷ୍ଠୀ ମହିଳା ସମ୍ମିଳନୀର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ସେ ନିଜର ବକ୍ତବ୍ୟ ରଖିବେ ।
ପ୍ରଥମେ ଅକେଫାବର ୭ ତାରିଖ ଦିନ ବାଚସ୍ପତି ୬୮ତମ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘର ସମ୍ମିଳନୀ ଓ ନବମ ରାଜ୍ୟଗୋଷ୍ଠୀ ମହିଳା ସମ୍ମିଳନୀର ପୂର୍ଣ୍ଣ ଅଧିବେଶନରେ ଯୋଗଦେଇ ‘ରାଜ୍ୟଗୋଷ୍ଠୀ ମଧ୍ୟରେ ଲିଙ୍ଗଗତ ସମ୍ବେଦନଶୀଳତା ଓ ସଂସଦଗୁଡ଼ିକୁ ସାକାର କରିବା ପାଇଁ ଭଲ ଅଭ୍ୟାସ ଓ ରଣନୀତି’ ଉପରେ ସେ ନିଜର ବକ୍ତବ୍ୟ ରଖିବେ । ଅକେଫାବର ୮ ତାରିଖ ଦିନ ‘ରାଜ୍ୟଗୋଷ୍ଠୀ: ଏକ ବୈଶ୍ୱିକ ସହଭାଗୀ’ ଓ ‘ବେଜିଂ ଣ୍ଟ୩୦ ପରଠାରୁ ସଂସଦ: ଲିଙ୍ଗଗତ ସମାନତା ପାଇଁ ପ୍ରଗତି, ଆହ୍ୱାନ ଓ ମାର୍ଗ’ ଶୀର୍ଷକ ଆଲୋଚନାଚକ୍ରରେ ଓ ‘ଗଣତନ୍ତ୍ରର ସମର୍ଥନ ପାଇଁ ଆମ ଅନୁଷ୍ଠାନଗୁଡ଼ିକର ସଶକ୍ତିକରଣ’ ଉପରେ ମାନ୍ୟବର ବାଚସ୍ପତି ନିଜର ଆଭିମୁଖ୍ୟ ରଖିବେ । ଏଥି ସହିତ ‘ରାଜନୀତିରେ ଭିନ୍ନକ୍ଷମ ମହିଳାଙ୍କ ଅଂଶଗ୍ରହଣ ପାଇଁ ଥିବା ପ୍ରତିବନ୍ଧକଗୁଡ଼ିକୁ ଦୂର କରିବା’ ଆଲୋଚନାରେ ମଧ୍ୟ ମାନ୍ୟବର ବାଚସ୍ପତି ନିଜର ମତ ଉପସ୍ଥାପନ କରିବେ ।
ଅକେଫାବର ୯ ତାରିଖ ଦିନ ‘ଜଳବାୟୁ ପରିବର୍ତ୍ତନ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ଉପରେ ଏହାର କୁପ୍ରଭାବ ଓ ଏହାର ଦୀର୍ଘସ୍ଥାୟୀ ସମାଧାନର ପନ୍ଥା ନିର୍ଦ୍ଧାରଣ’ ଓ ‘ଜାତୀୟ ସଂସଦ ବନାମ ପ୍ରାଦେଶିକ, ଆଞ୍ଚଳିକ ଓ ବିକଶିତ ବିଧାନସଭା: କ୍ଷମତା ପୃଥକୀକରଣକୁ ସୁରକ୍ଷା ଓ ସଂରକ୍ଷଣ’ ଆଲୋଚନାରେ ମାନ୍ୟବର ବାଚସ୍ପତି ଅଭିଭାଷଣ ଉପସ୍ଥାପନ
କରିବେ ।
ଅକେଫାବର ୧୧ ତାରିଖ ଦିନ ସମ୍ମିଳନୀ ପରବର୍ତ୍ତୀ ଗସ୍ତ କାର୍ଯ୍ୟକ୍ରମ ଅନୁସାରେ ମାନ୍ୟବର ବାଚସ୍ପତି ଅଧ୍ୟୟନ ଗସ୍ତରେ (ଷ୍ଟଡିଟୁର୍‌) ବି୍ରଜଟାଉନ୍‌ରୁ ଲଣ୍ଡନ ଅଭିମୁଖେ ଗସ୍ତ କରି ସେଠାରେ ଅକେଫାବର ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ ଅବସ୍ଥାନ କରିବେ । ଏହି ଅବଧି ମଧ୍ୟରେ ସେ ଲଣ୍ଡନରେ ପ୍ରବାସୀ ଓଡ଼ିଆମାନଙ୍କ ସହିତ ସମ୍ମିଳନୀର ବାର୍ତ୍ତା ଓ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ । ରଣପୁର ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବାରୁ ସେ ତାଙ୍କର ଲଣ୍ଡନ ଗସ୍ତ ସମୟରେ ଶହୀଦ ରଘୁ-ଦିବାକର ବେଜେଲ୍‌ଗେଟ୍‌ଙ୍କୁ ଯେଉଁ ଠେଙ୍ଗାରେ ପ୍ରହାର କରି ମାରି ଦେଇଥିଲେ, ବି୍ରଟିଶ ମୁ୍ୟଜିୟମ୍‌ରେ ଥିବା ସେହି ଠେଙ୍ଗାକୁ ନିଶ୍ଚୟ ଦେଖିବେ ବୋଲି ବାଚସ୍ପତି ଶ୍ରୀମତୀ ପାଢ଼ୀ ପ୍ରକାଶ କରିଥିଲେ ।
ଅକେଫାବର ୧୪ ତାରିଖରେ ସୁଇଜରଲ୍ୟାଣ୍ଡର ଜୁରିକ୍‌ରେ ପହଞ୍ଚି ମାନ୍ୟବର ବାଚସ୍ପତି ସେଠାରେ ୧୬ ତାରିଖ ପର୍ଯ୍ୟନ୍ତ ଅବସ୍ଥାନ କରିବାର କାର୍ଯ୍ୟକ୍ରମ ରହିଛି । ଏହା ଅବଧିରେ ସେ ଭାରତୀୟ ହାଇକମିଶନର ଓ ପ୍ରବାସୀ ଓଡ଼ିଆମାନଙ୍କ ସହିତ ସମ୍ମିଳନୀରେ ଆଲୋଚିତ ବିଷୟବସ୍ତୁ ଉପରେ ମତବିନିମୟ କରିବେ । ଅକେଫାବର ୧୬ରୁ ୧୮ ତାରିଖ ମଧ୍ୟରେ ପ୍ୟାରିସ୍‌ରେ ଅବସ୍ଥାପନ କରି ମାନ୍ୟବର ବାଚସ୍ପତି ପ୍ରବାସୀ ଓଡ଼ିଆମାନଙ୍କ ସହିତ ଭାବବିନିମୟ କରିବେ । ମାନ୍ୟବର ବାଚସ୍ପତି ଅକେଫାବର ୧୮ ତାରିଖ ଦିନ ପ୍ୟାରିସ୍‌ରୁ ବାହାରି ନୂଆଦିଲ୍ଲୀ ଦେଇ ଅକେଫବାର ୧୯ ତାରିଖ ଦିନ ଭୁବନେଶ୍ୱରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି ।
ଏହି ଅବସରରେ ବିଧାନସଭାର ସଚିବ ଶ୍ରୀ ସତ୍ୟବ୍ରତ ରାଉତ ଓ ଗବେଷଣା ଶାଖାର ନିର୍ଦ୍ଦେଶକ ଡ. ତି୍ରବିକ୍ରମ ପ୍ରଧାନ ଉପସ୍ଥିତ ଥିଲେ ।

  • Related Posts

    ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ନବୀକରଣ ଓ ନୂତନ ଉଦ୍ୟୋଗ ପ୍ରତିଯୋଗିତା

    ରାଇକିଆ: ରାଇକିଆ ସ୍ଥିତ ଜୀବନ ଜ୍ୟୋତି ମହାବିଦ୍ୟାଳୟ ପରିସରରେ ନବୀକରଣ ଓ ନୂତନ ଉଦ୍ୟୋଗ ପ୍ରଶିକ୍ଷଣ ତଥା ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଉମାକାନ୍ତ ରଥଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ରମାନେ ନିଜସ୍ୱ ଉଦ୍ଭାବନ ଓ ନୂତନ…

    Continue reading
    ପାରାଦୀପ ବନ୍ଦରରେ ଜାହାଜ ଆରେଷ୍ଟ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

    କଟକ: ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସାମୁଦ୍ରିକ ବିବାଦ ସଂପର୍କିତ ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି। ବ୍ୟାବସାୟିକ ବିବା‌ଦକୁ ନେଇ ବୋଇଲରମ୍ୟାନ ଲିମିଟେଡ ପକ୍ଷରୁ ଦାୟର ଆବେଦନର ହାଇକୋର୍ଟ ଶୁଣାଣି କରି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ