ଭାରତ-ଚାଇନା ସମ୍ପର୍କକୁ ନେଇ ଲୋକସଭାରେ ବଡ଼ ବୟାନ ଦେଲେ ବୈଦେଶିକ ମନ୍ତ୍ରୀ

ଏଲଏସିରେ ଦୀର୍ଘ ଦିନ ଧରି ଭାରତ ଓ ଚାଇନା ମଧ୍ୟରେ ତିକ୍ତତା ଚାଲିଥିବା ବେଳେ ନିକଟରେ ଦୁଇଟି ପଏଣ୍ଟରେ ସେନା ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହୋଇଛି। ସେହିପରି ଦୁଇ ଦେଶ ପରସ୍ପର ସହ ଆଲୋଚନା କରି ବିବାଦୀୟ ସ୍ଥଳରେ ପ୍ୟାଟ୍ରୋଲିଂ ମଧ୍ୟ କରୁଛନ୍ତି। ଏସବୁ ଭିତରେ ପ୍ରଥମଥର ପାଇଁ ଶୀତ ଅଧିବେଶନରେ ଭାରତ-ଚାଇନା ସମ୍ପର୍କକୁ ନେଇ ଲୋକସଭାରେ ବିବୃତି ରଖିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର। ଚାଇନା ସହ ନିରପେକ୍ଷ ଓ ଉଭୟ ଦେଶକୁ ଗ୍ରହଣୀୟ ହେଉଥିବା ଭଳି ପଦକ୍ଷେପ ନେବାକୁ ଭାରତ ପ୍ରତିଶ୍ରୁତିବଦ୍ଧ ବୋଲି ଜୟଶଙ୍କର ଗୃହକୁ ଅବଗତ କରାଇଛନ୍ତି। ସେ କହିଛନ୍ତି, “ ନିୟମିତ କୂଟନୀତିକ ଆଲୋଚନା ଯୋଗୁ ଭାରତ-ଚାଇନା ସମ୍ପର୍କ ଉନ୍ନତି ଦିଗରରେ ଗତି କରୁଥିବା ନିକଟରେ ସୀମାରେ ନିଆଯାଇଥିବା ପଦକ୍ଷେପରୁ ସ୍ପଷ୍ଟ ହୋଇଛି।” ବୈଦେଶିକ ମନ୍ତ୍ରୀଙ୍କ କହିବା କଥା ଯେ ୨୦୨୦ ପରଠାରୁ ଭାରତ-ଚାଇନା ସମ୍ପର୍କ ସ୍ୱାଭାବିକ ନଥିଲା। ସୀମାରେ ଥିବା ଶାନ୍ତି ଓ ସ୍ଥିରତା ଚାଇନା ନେଇଥିବା ପଦକ୍ଷେପ ଯୋଗୁ ବିଗିଡ଼ି ଯାଇଥିଲା। ଶାନ୍ତି ଓ ସ୍ଥିରତା ଉପରେ ହିଁ ଭାରତ-ଚାଇନାର ସମ୍ପର୍କ ସେତୁ ନିର୍ଭର କରୁଛି।

ଆମ ସମ୍ପର୍କ ଅନେକ କ୍ଷେତ୍ରରେ ଆଗକୁ ଯାଇଛି। କିନ୍ତୁ ନିକଟରେ ଘଟିଥିବା ଘଟଣା ନିଶ୍ଚିତ ଭାବେ ସମ୍ପର୍କ ଉପରେ ନକାରାତ୍ମକ ପ୍ରଭାବ ପକାଇଥିଲା। ଆମେ ସ୍ପଷ୍ଟ ଭାବେ କହି ସାରିଛୁ ଯେ ସୀମାରେ ଶାନ୍ତି ଓ ସ୍ଥିରତା ହିଁ ଦୁଇ ଦେଶର ସମ୍ପର୍କର ଭାଗ୍ୟ ନିର୍ଦ୍ଧାରଣ କରିବ। ଆଗାମୀ ଦିନରେ ଆମେ ସୀମାନ୍ତ ଅଞ୍ଚଳରେ ଉଭୟ ସେନା ପ୍ରତ୍ୟାହାର ଓ ପ୍ରଭାବୀ ବ୍ୟବସ୍ଥିତ କାର୍ଯ୍ୟକଳାପ ଉପରେ ମଧ୍ୟ ଆଲୋଚନା କରିବୁ। ଡିସଏନଗେଜମେଣ୍ଟ ପ୍ରକ୍ରିୟା ଶେଷ ହୋଇଥିବାରୁ ଆମେ ଏବେ ଆମର ଜାତୀୟ ସୁରକ୍ଷାକୁ ସର୍ବାଧିକ ଅଗ୍ରାଧିକାର ଦେଇ ଅନ୍ୟ ଦିଗ ଗୁଡ଼ିକ ଉପରେ ଆଲୋଚନା କରିବାକୁ ସୁଯୋଗ ପାଇଛୁ। ଲଜିଷ୍ଟିକ ସମସ୍ୟା ଓ କୋଭିଡ ସତ୍ତ୍ୱେ ଆମ ସୁରକ୍ଷାକର୍ମୀମାନେ ଚାଇନିଜ ଟ୍ରୁପ୍ସକୁ ଦୀର୍ଘ ଦିନ ଯାଏ ମୁକାବିଲା କରିଥିଲେ। ତେଣୁ ଏବେ କାର ପରିସ୍ଥିତି ପାଇଁ ସବୁ ଶ୍ରେୟ ଆମ ସୁରକ୍ଷାକର୍ମୀଙ୍କ ପାଖକୁ ଯାଉଛି ବୋଲି ଜୟଶଙ୍କର କହିଛନ୍ତି।

  • Related Posts

    ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ଦିଲ୍ଲୀରେ ମେଟ୍ରୋ ସେବା, ଇଣ୍ଟରନେଟ୍ ଓ ଯାତାୟାତକୁ ସ୍ୱାଭାବିକ ରଖ

    ଦିଲ୍ଲୀରେ ସ୍ଥିତି ସ୍ୱାଭାବିକ କରିବାକୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ । ମେଟ୍ରୋ ସେବା, ଇଣ୍ଟରନେଟ୍ ଓ ଯାତାୟାତକୁ ସ୍ୱାଭାବିକ ରଖିବାକୁ କହିଛନ୍ତି କୋର୍ଟ । ଆଇନଶୃଙ୍ଖଳା କିମ୍ବା ଟ୍ରାଫିକ୍‌ ସମସ୍ୟା ନଥିଲେ ରାସ୍ତାରେ ଲାଗିଥିବା ବ୍ୟାରିକେଡ୍‌ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।…

    Continue reading
    ନେପାଳରେ ମାଡ଼ି ଆସିଲା ଜଳପ୍ରଳୟ

    ନୂଆଦିଲ୍ଲୀ: ଗତମାସରେ ନେପାଳରେ ଆସିଥିବା ଭୟଙ୍କର ଜଳପ୍ରଳୟର ଦୁଃଖ ସରିନି । ଏବେ ପୁଣି ଭୟଙ୍କର ବନ୍ୟା ଆସିଛି । ଗୋର୍ଖା ଜିଲ୍ଲାର ବୁଢୀ ଗଣ୍ଡକୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳିଛି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ