ହଠାତ୍‌ ଦେଶରେ ଏମର୍ଜେନ୍ସି ଲାଗୁ କଲେ ରାଷ୍ଟ୍ରପତି

ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ୍ ସୁକ୍ ୟୋଲ ଦେଶରେ ଜରୁରିକାଳୀନ ସାମରିକ ଆଇନ ଘୋଷଣା କରିଛନ୍ତି। ଦେଶର ବଜେଟ ବିଲକୁ ନେଇ ସଂସଦରେ ଜାରି ରହିଥିବା ଅଚଳାବସ୍ଥା ମଧ୍ୟରେ ରାଷ୍ଟ୍ରପତି ୟୋଲ ଏମର୍ଜେନ୍ସି ଲାଗୁ କରିଛନ୍ତି। ଉତ୍ତର କୋରିଆର କମ୍ୟୁନିଷ୍ଟ ବାହିନୀ କବଳରୁ ଦେଶକୁ ରକ୍ଷା କରିବା ପାଇଁ ସେ ଏପରି ପଦକ୍ଷେପର ଆବଶ୍ୟକ ରହିଛି ବୋଲି କହିଛନ୍ତି। ଦେଶବାସୀଙ୍କୁ ସମ୍ବୋଧନ କରି ରାଷ୍ଟ୍ରପତି ୟୋଲ କହିଛନ୍ତି, “ଉଦାରବାଦୀ ଦକ୍ଷିଣ କୋରିଆକୁ ପଡ଼ୋଶୀ ଉତ୍ତର କୋରିଆର କମ୍ୟୁନିଷ୍ଟ ଫୋର୍ସ ପକ୍ଷରୁ ବିପଦ ସୃଷ୍ଟି ହୋଇଛି। ଏଥିସହ ଦେଶ ବିରୋଧୀ ତତ୍ତ୍ୱ ଏବେ ମାତି ଛନ୍ତି। ସେମାନଙ୍କୁ ନିପାତ କରିବା ଓ ଦେଶର ସୁରକ୍ଷା ପାଇଁ ମୁଁ ଏମର୍ଜେନ୍ସି ସାମାରିକ ଆଇନ ଲାଗୁ କରୁଛି। ଲୋକଙ୍କ କଥା ନ ଭାବି ବିରୋଧୀ ଦଳ କେବଳ ସରକାରୀ ନୀତିକୁ ଅଚଳ କରିବାକୁ ଚେଷ୍ଟା କରୁଛନ୍ତି। ଅନାସ୍ଥା ଆଣିବା, ସ୍ୱତନ୍ତ୍ର ତଦନ୍ତକୁ ବିରୋଧ କରିବା ଓ ସେମାନଙ୍କ ନେତାମାନଙ୍କୁ ସୁରକ୍ଷା ଦେବା ପାଇଁ ବିରୋଧୀ କେବଳ ଅପଚେଷ୍ଟା କରୁଛନ୍ତି।” ତେବେ ରାଷ୍ଟ୍ରପତିଙ୍କ ଏହି ପଦକ୍ଷେପ ଦେଶର ଶାସନ ଓ ଗଣତନ୍ତ୍ର ଉପରେ କି ପ୍ରକାରର ପ୍ରଭାବ ପକାଇବ, ସେକଥା ଏଯାଏ ସ୍ପଷ୍ଟ ହୋଇନାହିଁ। ଆସନ୍ତା ବର୍ଷର ବଜେଟ୍ ବିଲକୁ ନେଇ ୟୋନଙ୍କ ପିପୁଲ ପାୱାର ପାର୍ଟି ଓ ମୁଖ୍ୟ ବିରୋଧୀ ଡେମୋକ୍ରାଟିକ ପାର୍ଟି ମଧ୍ୟରେ ତିକ୍ତତା ଜାରି ରହିଥିବା ବେଳେ ଏମର୍ଜେନ୍ସି ଲାଗୁ କରାଯାଇଛି। ବିରୋଧୀ ସାଂସଦମାନେ ଗୋଟିଏ ସଂସଦୀୟ କମିଟି ଜରିଆରେ ନିଜ ଇଚ୍ଛାରେ ବଜେଟ ପ୍ରସ୍ତୁତ କରିଥିଲେ। ସରକାର ପ୍ରସ୍ତୁତ କରିଥିବା ବଜେଟକୁ ସେମାନେ କାଟି ଦେଇଛନ୍ତି।

ରାଷ୍ଟ୍ରପତି ୟୋନ କହିଛନ୍ତି, “ଆମ ଜାତୀୟ ଆସେମ୍ବ୍ଲି ଏବେ ଅପରାଧୀଙ୍କ ଭୂସ୍ୱର୍ଗ ପାଲଟିଗଲାଣି। ନ୍ୟାୟିକ ଓ ପ୍ରଶାସନିକ ବ୍ୟବସ୍ଥାକୁ ଅଚଳ କରିବା ପାଇଁ ବିଧେୟକର ଭେଳିକି ଅଣାଯାଉଛି। ଆମ ଉଦାରବାଦୀ ଗଣତାନ୍ତ୍ରିକ ନିର୍ଦ୍ଦେଶକୁ ମଧ୍ୟ ପରିବର୍ତ୍ତନ ପାଇଁ ଉଦ୍ୟମ କରାଯାଉଛି। ଦେଶକୁ ଚଳାଇବା ପାଇଁ ଆବଶ୍ୟକ ପ୍ରମୁଖ ବଜେଟକୁ ବିରୋଧୀ କାଟିବାକୁ ଚାହୁଁଛନ୍ତି। ବିଶେଷ କରି ଡ୍ରଗ ଅପରାଧ ଓ ଲୋକଙ୍କ ସୁରକ୍ଷା ପାଇଁ ହୋଇଥିବା ବଜେଟକୁ ସେମାନେ ଗ୍ରହଣ କରିବାକୁ ନାରାଜ। ସେମାନେ ଦେଶକୁ ନିଶାର ସ୍ୱର୍ଗ କରି ଲୋକଙ୍କ ସୁରକ୍ଷାରେ ବିଭ୍ରାଟ କରିବାକୁ ଲକ୍ଷ୍ୟ ରଖିଛନ୍ତି।
ବିରୋଧୀ ଦଳର ସାଂସଦମାନେ ଏ ସରକାରକୁ ହଟାଇବାକୁ ଚାହୁଁଛନ୍ତି। ସେମାନେ ଦେଶ ବିରୋଧୀ ତତ୍ତ୍ୱଙ୍କ ସହ ହାତ ମିଳାଇଛନ୍ତି। ହେଲେ ମୁଁ ଦେଶ ବିରୋଧୀ ତତ୍ତ୍ୱମାନଙ୍କୁ ହଟାଇ ଦେଶକୁ ପୁଣି ସ୍ୱାଭାବିକ ଅବସ୍ଥାକୁ ଫେରାଇ ଆଣିବା ପାଇଁ ପ୍ରତିଶ୍ରୁତିବଦ୍ଧ।” ରାଷ୍ଟ୍ରପତିଙ୍କ ଦ୍ୱାରା ଏମର୍ଜେନ୍ସି ସାମରିକ ଆଇନ ଘୋଷଣା ହେବା ପରେ ବିରୋଧୀ ଡେମୋକ୍ରାଟିକ୍ ପାର୍ଟି ପକ୍ଷରୁ ଜରୁରୀ ବୈଠକ ଡକାଯାଇଛି। ଏହି ବୈଠକରେ ରାଷ୍ଟ୍ରପତିଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ଓ ସରକାରଙ୍କ ଦ୍ୱାରା ଲଗାଯାଇଥିବା ପ୍ରତିବନ୍ଧକ ଉପରେ ଆଲୋଚନା ହେବ।

  • Related Posts

    ଦିଲ୍ଲୀ ବନ୍ଦ: ମୋବାଇଲ ନେଟ୍, ମେଟ୍ରୋ, ରାସ୍ତା ଅବରୋଧ

    ନୂଆଦିଲ୍ଲୀ: ଦିଲ୍ଲୀର ସୀମାରେ ଯାଞ୍ଚ ଏବଂ ଭିତରେ ବ୍ୟାରିକେଡ୍ ରାସ୍ତା, ମୋବାଇଲ ଇଣ୍ଟରନେଟ୍ ବନ୍ଦ ଏବଂ ମେଟ୍ରୋ ଷ୍ଟେସନ ବନ୍ଦ — ଶନିବାର ସକାଳେ ଜନ୍ତର ମନ୍ତରରେ ପ୍ରତିବାଦକାରୀମାନଙ୍କୁ ଏକାଠି ହେବାରୁ ରୋକିବା ପାଇଁ ଦିଲ୍ଲୀ ପୋଲିସ କଡ଼ା ପଦକ୍ଷେପ ଗ୍ରହଣ…

    Continue reading
    ହଜାର ହଜାର ‘ସିଜେପି’ କର୍ମୀ ଅଟକ

    ଶନିବାର ଦିନ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରି କକ୍ରୋଚ୍ ଜନତା ପାର୍ଟି-ଅଲ୍ ଇଣ୍ଡିଆ ଷ୍ଟୁଡେଣ୍ଟସ୍ ଆସୋସିଏସନ୍ ଦ୍ୱାରା ଡାକରା ଦିଆଯାଇଥିବା ପ୍ରତିବାଦ ପୂର୍ବରୁ ରାଜଧାନୀରେ ରାତାରାତି ଅତି କମରେ 1000 ଲୋକଙ୍କୁ ଅଟକ ରଖାଯାଇଥିଲା। ଶନିବାର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ