‘ଚିଲିକା’ରେ ଆରମ୍ଭ ହୋଇଛି ରଙ୍ଗବେରଙ୍ଗ ପକ୍ଷୀମାନଙ୍କର ଆଗମନ

ଭୁବନେଶ୍ବର,12/10: ଓଡ଼ିଶାର ସର୍ବ ବୃହତ୍ତ ହ୍ରଦ ‘ଚିଲିକା’ରେ ପୁଣି ଥରେ ରଙ୍ଗବେରଙ୍ଗର ବିହଙ୍ଗମାନଙ୍କର ରାବ ଶୁଣାଯାଉଛି। ବିଦେଶୀ ପକ୍ଷୀମାନଙ୍କର ଆଗମନ ହେବା ଆରମ୍ଭ ହୋଇଯାଇଛି। ଶାନ୍ତ, ସ୍ବଚ୍ଛ ଓ ସୁରକ୍ଷିତ ସ୍ଥାନ ମନେକରି ପ୍ରବାସୀ ପକ୍ଷୀମାନେ ଚିଲିକାକୁ ଏକ ସୁରକ୍ଷିତ ସ୍ଥାନ ମନେ କରି ହଜାର ହଜାର କିଲୋମିଟର ଦୂରରୁ ଉଡ଼ି ଆସୁଛନ୍ତି। ସେମାନଙ୍କର ମନ କଥା ବୁଝି ଏବେ ଆମକୁ ସେହିଭଳି ବ୍ୟବହାର ଦେଖାଇବାର ଆବଶ୍ୟକତା ଅଛି। ଏମାନଙ୍କର ସୁରକ୍ଷା ପାଇଁ ବୁଝିବାକୁ ହେବ। ଏହି ଶୀତଋତୁରେ ଚିଲିକା ସମେତ ରାଜ୍ୟର ଅନ୍ୟ ଜଳାଶୟରେ ଯେପରିକି ପକ୍ଷୀ ବଧ ନହେବ, ସେଥି ପାଇଁ ସଂକଳ୍ପ ନେବାକୁ ହେବ। ପକ୍ଷୀମାନଙ୍କୁ ସୁରକ୍ଷା ଦେବା ପାଇଁ କେବଳ ବନ ବିଭାଗ ଯଥେଷ୍ଟ ନୁହେଁ, ବରଂ ଚିଲିକା କୂଳରେ ଥିବା ଜନବସତିର ମଧ୍ୟ ବଡ଼ ଦାୟିତ୍ବ ରହିଛି। ଚିଲିକା ହେଉଛି ପ୍ରବାସୀ ପକ୍ଷୀମାନଙ୍କ ପାଇଁ ଭାରତୀୟ ଉପମହାଦେଶରେ ସବୁଠାରୁ ବଡ଼ ଶୀତକାଳୀନ ବାସସ୍ଥାନ। ଏଠାରେ ଶୀତଦିନ ବିତାଇବା ପାଇଁ ବିଦେଶୀପକ୍ଷୀମାନେ ସୁଦୂର ଉତ୍ତର ଗୋଲାର୍ଦ୍ଧ ଓ ସାଇବେରିଆ ଅଞ୍ଚଳରୁ ହଜାର ହଜାର ମାଇଲ ଅତିକ୍ରମ କରି ଉଡ଼ି ଆସଥାନ୍ତି। ଏହି ହ୍ରଦରେ ଅନେକ ବିରଳ ପ୍ରଜାତିର ଉଦ୍ଭିଦ ଏବଂ ପ୍ରାଣୀ ବାସ କରନ୍ତି। ବିଭିନ୍ନ ପ୍ରକାରର ପକ୍ଷୀ, ସାମୁଦ୍ରିକ ପ୍ରାଣୀ, ଉଦ୍ଭିଦମାନଙ୍କର ଏହା ହେଉଛି ଗନ୍ତାଘର।
ଦେଶ ଓ ବିଦେଶରୁ ଆସୁଥିବା ଶତାଧିକ ପ୍ରଜାତିର ଲକ୍ଷଲକ୍ଷ ପକ୍ଷୀ ଏହି ଅଞ୍ଚଳରେ ନିୟମିତ ଭାବରେ ଦେଖାଯାଆନ୍ତି। ଏଥିରେ ଅନେକ ପ୍ରଜାତି ଅନ୍ତର୍ଭୁକ୍ତ ଯେଉଁମାନେ ସେମାନଙ୍କର ଅନୁକୂଳ ପରିବେଶ ଯୋଗୁଁ ବହୁ ସଂଖ୍ୟାରେ ପ୍ରଜନନ କରନ୍ତି। ପ୍ରାଣୀ ବିଶେଷଜ୍ଞଙ୍କ ବିଶ୍ୱାସ ଯେ ଚିଲିକାରେ ଥିବା ଅଞ୍ଚଳ ଅତ୍ୟନ୍ତ ଶାନ୍ତିପୂର୍ଣ୍ଣ ଏବଂ ପ୍ରାୟତଃ ମାନବ କାର୍ଯ୍ୟକଳାପରୁ ମୁକ୍ତ। ଏଠାରେ ଜନସଂଖ୍ୟା ଓ ଶିଳ୍ପ କାର୍ଯ୍ୟକଳାପ କମ ଯୋଗୁଁ ପକ୍ଷୀମାନଙ୍କ ରହିବା ଭଳି ପରିବେଶ ସୃଷ୍ଟି ହୋଇଛି। ସ୍ଥାନୀୟ ଲୋକଙ୍କ ପ୍ରାକୃତିକ ସହାବସ୍ଥାନ ଏବଂ ଅଞ୍ଚଳର ଶାନ୍ତିପୂର୍ଣ୍ଣ ପ୍ରକୃତି ଏହି ପକ୍ଷୀମାନଙ୍କର ବଞ୍ଚିବା ପାଇଁ ଇନ୍ଧନ ଯୋଗାଉଛି।
ସମଗ୍ର ରାଜ୍ୟରେ ଏକାକାଳୀନ କରାଯାଇଥିବା ‘ମଧ୍ୟ-ଶୀତକାଳୀନ ପକ୍ଷୀ ଗଣନା-୨୦୨୫’ ରିପୋର୍ଟ ଅନୁସାରେ ବିଦେଶାଗତ ଓ ଦେଶୀ ପକ୍ଷୀଙ୍କ ପ୍ରବାସ ଓ ଋତୁଭିତ୍ତିକ ଅବସ୍ଥାନ ପାଇଁ ଚିଲିକା, ଭିତରକନିକା ଏବଂ ହୀରାକୁଦ ରାଜ୍ୟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆଦ୍ରଭୂମି ଭାବରେ ସାମ୍ନାରେ ଆସିଛି। ଚଳିତବର୍ଷ ୨୦୦ ପ୍ରଜାତିର ପ୍ରାୟ ୧୫ ଲକ୍ଷରୁ ଅଧିକ ପକ୍ଷୀ ବିଶ୍ବର କୋଣ ଅନୁକୋଣରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ଆସିଥିଲେ। ହୀରାକୁଦ ଓ ଭିତରକନିକା ଜାତୀୟ ଉଦ୍ୟାନରେ ପୂର୍ବବର୍ଷ ଅପେକ୍ଷା ପକ୍ଷୀ ସଂଖ୍ୟା ସାମାନ୍ୟ ବୃଦ୍ଧି ପାଇଥିବା ବେଳେ ପକ୍ଷୀବିହାର ଚିଲିକାରେ କିନ୍ତୁ ସଂଖ୍ୟା ହ୍ରାସ ପାଇଥିଲା। ଚିଲିକା ହ୍ରଦ ଏବଂ ମଙ୍ଗଳାଜୋଡି ଆର୍ଦ୍ରଭୂମିରେ ୧୯୬ ପ୍ରଜାତିର ପ୍ରାୟ ୧୧ ଲକ୍ଷ ୨୭ ହାଜର ୨୨୮ ପକ୍ଷୀଙ୍କ ପ୍ରବାସ ରେକର୍ଡ କରାଯାଇଥିଲା, ଯାହା ପୂର୍ବ ବର୍ଷ ତୁଳନାରେ ୧୦ ହଜାର କମ୍‌। ୨୦୨୪ରେ ଚିଲିକାକୁ ୧୮୭ ପ୍ରଜାତିର ୧୧ ଲକ୍ଷ ୩୭ ହଜାର ୭୫୯ ପକ୍ଷୀ ଆସିଥିଲେ।

ମୁଖ୍ୟ ଜିଲ୍ଲା ବନ୍ୟପ୍ରାଣୀ ଅଧିକାରୀ (ଚିଲିକା ବନ୍ୟପ୍ରାଣୀ ଡିଭିଜନ) ଅମ୍ଲାନ ନାୟକ କହିଛନ୍ତି, ଚଳିତ ବର୍ଷ ପକ୍ଷୀମାନଙ୍କ ସୁରକ୍ଷା ପାଇଁ ଚିଲିକାରେ ୨୧ଟି ଟିମ୍‌ ରହିଛନ୍ତି। ବାଲୁଗାଁରେ ୪, ଟାଙ୍ଗୀରେ ୧୧, ସାତପଡ଼ାରେ ୨, ରମ୍ଭାରେ ୨ ଓ ଚିଲିକାରେ ୨ଟି ପକ୍ଷୀମାନଙ୍କ ପାଇଁ ପକ୍ଷୀ ସୁରକ୍ଷା ଶିବିର। ଏତଦ ବ୍ୟତୀତ ବନ୍ୟପ୍ରାଣୀ ବିଭାଗର ୬ଟି ବୋଡ, ଭଡା ସୂତ୍ରରେ ମୋଟ ୧୧ଟି ବୋଡ ଜଳଭାଗରେ ପକ୍ଷୀ ସୁରକ୍ଷା ପାଇଁ ମୁତୟନ ହୋଇଛି। ଏଥି ସହିତ ୨ଟି ଟିମ ସମୁଦ୍ରତଟବର୍ତ୍ତୀ ଅଞ୍ଚଳରେ ମୁତୟନ ଅଛନ୍ତି। ଗୋଟିଏ ସ୍ବତନ୍ତ୍ର ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି। ପକ୍ଷୀ ଅଭୟାରଣ୍ୟରେ ୨୪ ଘଣ୍ଟିଆ ପ୍ରହରା ଦିଆଯାଇଛି। ନଳବଣ ଠାରୁ ୧୫.୫କିମି ନିଷିଦ୍ଧାଞ୍ଚଳରେ ପ୍ରବେଶ କଟକଣା ରହିଛି। ଏହି ସମୟରେ ଏହି ଅଞ୍ଚଳରେ କୌଣସି ପର୍ଯ୍ୟଟକ ଏବଂ ମତ୍ସ୍ୟଜୀବୀ ପ୍ରବେଶ କରିପାରି‌ବେ ନାହିଁ। ପ୍ରବାସୀ ପକ୍ଷୀଙ୍କ ସୁରକ୍ଷା ପାଇଁ ବନ ବିଭାଗର ସ୍ବତନ୍ତ୍ର ଟିମ ସାଦା ପୋଷାକରେ ପାଟ୍ରୋଲଂ କରୁଛନ୍ତି। ଚିଲିକା ତଟବର୍ତ୍ତୀ ଅଞ୍ଚଳରେ ପକ୍ଷୀମାନଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ଗାଁଗାଁରେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।

  • Related Posts

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଖୁବଶୀଘ୍ର ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଘରକୁ ଆସିବେ କୁନି ଅତିଥି । ମାଆ ହେବେ ଜାଗୃତି ଶୁକ୍ଲା । ବିବାହର ବର୍ଷେ ପରେ ଏହି ଦମ୍ପତି ଖୁସି ଖବର ଦେଇଛନ୍ତି । ନବରାତ୍ରୀର ପ୍ରଥମ ଦିନରେ ଏହି ଗୁଡ୍ ନ୍ୟୁଜ୍…

    Continue reading
    ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଆନ୍ତୁ ନାହିଁ ନହେଲେ ଦୁର୍ବଳ ହେବ ଦାନ୍ତ

    ବ୍ରଶ୍‌‌ କରିବାର ତୁରନ୍ତ ପରେ ଲୋକେ କିଛି ନା କିଛି ଖାଇଥାଆନ୍ତି। ହୁଏତ ସଭିଏଁ ଜାଣିନଥିବେ ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ଦାନ୍ତ ମାଢି ଉପରେ କୁପ୍ରଭାବ ପଡିବା ସହ ଦାନ୍ତ ସହ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ