ଭୁବନେଶ୍ବର,୧୪/୧୦: ରାଜ୍ୟରେ ପ୍ରଥମ ଥର ପାଇଁ ବିଏମସି ପକ୍ଷରୁ ସେପ୍ଟେମ୍ବର ୧୮ରୁ ୨୫ ତାରିଖ ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ଅଂଚଳରେ ବୁଲା କୁକୁର ଗଣନା କରାଯାଇଛି। ବିଏମସି ଅଞ୍ଚଳରେ ମୋଟ ୪୭ ହଜାର ୧୨୬ ବୁଲା କୁକୁର ରହିଥିବା ଗଣନାରୁ ଜଣାଯାଇଛି। ବିଏମସି ଅଂଚଳରେ ଥିବା ୬୭ଟି ଓ୍ୱାର୍ଡର ସମସ୍ତ ଗଳିକନ୍ଦିରେ ମୋଟ ୪୭ ହଜାର ୧୨୬ଟି ବୁଲା କୁକୁର ରହିଛି । ସେମାନଙ୍କ ମଧ୍ୟରୁ ୨୩ ହଜାର ୪୭ଟି ଅଣ୍ଡିରା କୁକୁର ରହିଥିବା ବେଳେ ୧୫ ହାଜର ୫୫୨ଟି ମାଈ କୁକୁର ଏବଂ ୧ ହଜାର ୧୨୪ଟି ଛୁଆ । ସେମାନଙ୍କ ମଧ୍ୟରୁ ୪ ହାଜର ୬୮ଟି ଅଣ୍ଡିରା କୁକୁରଙ୍କୁ ବନ୍ଧ୍ୟାକରଣ କରାଯାଇଥିବା ବେଳେ ୩ ହଜାର ୩୩୫ଟି ମାଈ କୁକୁରଙ୍କୁ ବନ୍ଧ୍ୟାକରଣ କରାଯାଇଛି । ଭୁବନେଶ୍ୱରର ସ୍ଥାୟୀ ଜନ ସଂଖ୍ୟା ପ୍ରାୟ ୧୩ ଲକ୍ଷ ରହିଛି । ଜନ ସଂଖ୍ୟା ତୁଳନାରେ ବୁଲା କୁକୁରଙ୍କ ସଂଖ୍ୟା ୩.୬୨ ପ୍ରତିଶତ ରହିଛି। ଅର୍ଥାତ୍ ପ୍ରତି ଓ୍ୱାର୍ଡରେ ବୁଲା କୁକୁର ସଂଖ୍ୟା ହାରାହାରି ୭୦୩ ରହିଛି । ସର୍ବାଧିକ ବୁଲା କୁକୁର ଥିବା ୧୦ଗୋଟି ଓ୍ୱାର୍ଡ ହେଲା ୨୩, ୭, ୪୯, ୬୫, ୪, ୯, ୫, ୫୬, ୪୩, ଓ ୬ । ୨୩ ନମ୍ବର ଓ୍ୱାର୍ଡରେ ୧୭୦୩ କୁକୁର ଥିବା ବେଳେ ୬ ନମ୍ବର ଓ୍ୱାର୍ଡରେ ୧୦୬୨ ବୁଲା କୁକୁର ରହିଛି ।
ଭୁବନେଶ୍ୱର ମହାଗନର ନିଗମ ଅଂଚଳରେ ଏହି କୁକୁର ଗଣନା କାର୍ଯ୍ୟ ଭୋର ୫ଟାରୁ ସକାଳ ୭ଟା ମଧ୍ୟରେ କରାଯାଇଥିଲା। ଏଥିପାଇଁ ବରିଷ୍ଠ ପ୍ରାଣୀ ଚିକିତ୍ସକଙ୍କ ତତ୍ତ୍ଵାବଧାନରେ ସ୍ୱଚ୍ଛସାଥୀ, ସ୍ୱଚ୍ଛ ସୁପରଭାଇଜର, ସାନିଟାରୀ ଇନ୍ସପେକ୍ଟର, କମ୍ୟୁନିଟ୍ ଅର୍ଗାନାଇଜର, ଡିଇଓ, ଏସ୍ଏମଟିଏଙ୍କୁ ନେଇ ୪୧୦ଟି ଟିମ୍ ଗଠନ କରାଯାଇଥିଲା । ପ୍ରତି ଟିମରେ ଦୁଇ ଜଣ ଲେଖାଏଁ କର୍ମୀ ରହିଥିଲେ । ବୁଲା କୁକୁର ଗଣନା ପୂର୍ବରୁ ସେମାନଙ୍କୁ ଜୋନ୍ ସ୍ତରରେ ତାଲିମ ମଧ୍ୟ ଦିଆଯାଇଥିଲା। ଭାରତ ସରକାରଙ୍କ ପଶୁ ସଂପଦ ଓ ଡାଏରୀ ବିଭାଗ ଦ୍ୱାରା ଅନୁଷ୍ଠିତ ୨୦ ତମ ଜାତୀୟ ଓ ରାଜ୍ୟ ପଶୁ ଗଣନା ଅନୁଯାୟୀ ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଜାତୀୟ ହାରଠାରୁ ବୁଲା କୁକୁର ସଂଖ୍ୟା ବହୁ ଗୁଣରେ ଅଧିକ ରହିଛି । ଜାତୀୟ ହାର ପ୍ରତି ୧ ହଜାରେ ଜନ ସଂଖ୍ୟାରେ ୧୧ ଥିବା ବେଳେ ଭୁବନେଶ୍ୱରରେ ପ୍ରତି ହଜାର ଜନ ସଂଖ୍ୟାରେ ହାରାହାରି ୩୬ଟି ବୁଲା କୁକୁର ରହିଛି । ତେବେ ରାଜ୍ୟରେ ପ୍ରତି ହଜାରେ ଜନ ସଂଖ୍ୟାରେ ବୁଲା କୁକୁରଙ୍କ ହାରାହାରି ସଂଖ୍ୟା ୩୯ ରହିଛି।
‘କ୍ରାଇମବ୍ରାଞ୍ଚ ଚାପମୁକ୍ତ ହୋଇ କରୁଛି ତଦନ୍ତ’
ବାଲିଅନ୍ତା : ବାଲିଅନ୍ତା ଭିଡ଼ହିଂସାରେ ସୌମ୍ୟରଞ୍ଜନ ହତ୍ୟା ମାମଲାରେ ଡିଜିପିଙ୍କ ବଡ଼ ବୟାନ । ପୁଲିସ ଡିଜି ବିନୟତୋଷ ମିଶ୍ର ବଡ଼ ସୂଚନା ଦେଇଛନ୍ତି । କହିଛନ୍ତି, କ୍ରାଇମବ୍ରାଞ୍ଚ ସମ୍ପୂର୍ଣ୍ଣ ପ୍ରୋଫେସନାଲ୍ ଭାବେ କାର୍ଯ୍ୟ କରୁଛି । କୌଣସି ବାହ୍ୟ ଚାପ…








